ସୁନ୍ଦରଗଡ଼ରେ ଗୋଷ୍ଠୀ ସଂଘର୍ଷ; ଆଜି ସହରର ସବୁ ସ୍କୁଲ୍ ଓ କଲେଜ ବନ୍ଦ...
ସୁନ୍ଦରଗଡ଼,୧୬/୦୧ : ସୁନ୍ଦରଗଡ଼ରେ ଗୋଷ୍ଠୀ ସଂଘର୍ଷ ପରେ ସ୍ଥିତି ଗମ୍ଭୀର ରହିଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଜାନୁଆରୀ ୧୬ ତାରିଖ ପାଇଁ ସହରର ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି।
Ad..
ଗୁରୁବାର ଅପରାହ୍ନରେ ରିଜେଣ୍ଟ ମାର୍କେଟ ଅଞ୍ଚଳରେ ଗୋହତ୍ୟାକୁ ନେଇ ବିବାଦ ପରେ ସଂଘର୍ଷ ଆରମ୍ଭ ହୋଇଥିଲା । ସହରରେ ଶାନ୍ତି ରକ୍ଷା କରିବାକୁ ଗୁରୁବାର ସନ୍ଧ୍ୟା ୬ଟାରୁ ପରବର୍ତ୍ତୀ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି ।
Ad..
ପରିସ୍ଥିତି ନିୟନ୍ତ୍ରଣ ପାଇଁ ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ଏବଂ ଏସପି ଅମ୍ରିତ ପାଲ କୌର ଘଟଣାସ୍ଥଳରେ ଥିବା ବେଳେ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ସ୍ଥିତି ଉପରେ ନଜର ରଖିଛନ୍ତି।
Ad..
Edited by k.s thakur...




