୭୭ ତମ ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଭିଭାଷଣ...
ଭୁବନେଶ୍ଵର,୨୭/୦୧(ନି.ପ୍ର):ଗୌରବମୟ ୭୭ତମ ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜି ଆମେ ଇତିହାସକୁ ଗର୍ବର ସହ କାନ୍ଧରେ ବୋହି ଚାଲିଆସିଥିବା, ରୂପେଲି ନଗର କଟକର ବିଶାଳ ହୃଦୟ ଉପରେ ଠିଆ ହୋଇଛୁ।
Ad..
କଟକ କେବଳ ଏକ ପୁରାତନ ସହରର ନାଁ ନୁହେଁ, ଏହା ଆମ ଉତ୍କଳୀୟ ସଂସ୍କୃତି ଓ ସାମାଜିକ ପ୍ରତିବଦ୍ଧତାର ପ୍ରତୀକ।କଟକର ଏହି ଗରିମାମୟ ମାଟିର ବାରବାଟୀ ଷ୍ଟାଡିଅମରେ ଆମେ ଆଜି ଆମ ପବିତ୍ର ସମ୍ବିଧାନର ଅସୀମ ଶକ୍ତି ଓ ଦୃଢ଼ତାଭରା ସମୟକୁ ଉତ୍ସାହ ଓ ଆବେଗର ସହ ପାଳନ କରୁଛୁ।
Ad..
ଆମ ସମ୍ବିଧାନ ଆମକୁ ନ୍ୟାୟ, ସ୍ୱତନ୍ତ୍ରତା, ସମାନତା ଓ ଭାତୃଭାବର ମହାନ ଭାବରେ ବାନ୍ଧି ରଖିଛି । ଏହା ହିଁ ଭାରତବାସୀଙ୍କ ପାଇଁ ବିଶ୍ୱରେ ନିଆରା ପରିଚୟ ସୃଷ୍ଟି କରିଛି।ବ୍ରିଟିଶ ଶାସନରୁ ମୁକ୍ତକରି ଏକ ସ୍ଵାଧୀନ ଦେଶରେ ଭାରତୀୟଙ୍କୁ ନିଜ ଇଚ୍ଛାରେ ନିଶ୍ଵାସ ପ୍ରଶ୍ବାସ ନେବାକୁ ସୁଯୋଗ ଦେଇଥିବା ଜାତିର ଜନକ ମହାତ୍ମା ଗାନ୍ଧୀ...
Ad..
ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ମୌଲାନା ଆଜାଦ, ବୀର୍ ସାବରକର୍, ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକର, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ, ଓ ଶ୍ୟାମାପ୍ରସାଦ ମୁଖାର୍ଜିଙ୍କ ପରି ମହାପୁରୁଷମାନଙ୍କୁ ମାଝୀ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଦେଶର ସ୍ୱାଧୀନତା ଓ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଆମ ରାଜ୍ୟର ଅନେକ ବରପୁତ୍ର ତ୍ୟାଗ ଓ ବଳିଦାନର ନିଦର୍ଶନ ସାଜି ଆମ ସମସ୍ତଙ୍କୁ ପ୍ରେରଣା ଦେଇ ଚାଲିଛନ୍ତି । ବୀର ସୁରେନ୍ଦ୍ର ସାଏ, ଶହୀଦ୍ ମାଧୋ ସିଂ, ବକ୍ସି ଜଗବନ୍ଧୁ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ଭଗବାନ ବିର୍ସା ମୁଣ୍ଡା, ଶହୀଦ୍ ଲକ୍ଷ୍ମଣ ନାୟକ, ମା’ ରମାଦେବୀ, ଶହୀଦ୍ ବାଜି ରାଉତ, ମାଳତୀ ଚୌଧୁରୀ, ମା ପାର୍ବତୀ ଗିରି ଓ ଡକ୍ଟର ହରେକୃଷ୍ଣ ମହତାବଙ୍କ ପରି ମହାନ ସଂଗ୍ରାମୀମାନଙ୍କ ପ୍ରତି ଏହି ଅବସରରେ ମାଝୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ଦେଶର ଏକତା ଓ ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଅମର ଶହୀଦ୍ ଜବାନ୍ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଅଗଷ୍ଟ ୧୫, ୧୯୪୭ ମସିହାରେ ପରାଧୀନତାର ଜଞ୍ଜିରରୁ ମୁକ୍ତ ହୋଇ ଭାରତମାତାକୁ ମିଳିଥିଲା ସ୍ଵାଧୀନତା । କିନ୍ତୁ, ସେଇ ସଂଗ୍ରାମ ସେଇଠି ସମାପ୍ତ ହୋଇ ନ ଥିଲା।
ବରଂ ସ୍ଵାଧୀନତା ପରେ ଦୁଇଟି ବଡ ଆହ୍ଵାନର ସମ୍ମୁଖୀନ ହୋଇଥିଲା ଆମ ଦେଶ।ପ୍ରଥମଟି, ଦେଶର ବିଭାଜନର ବିଭୀଷିକା ଏବଂ ଦ୍ଵିତୀୟଟି, ଦେଶକୁ ବିଧି ବ୍ୟବସ୍ଥା ମଧ୍ୟରେ ଶାସନ କରିବା ପାଇଁ ଏକ ସମ୍ବିଧାନ ପ୍ରସ୍ତୁତ କରିବା । ଏହି ସବୁ ଆହ୍ଵାନ ମଧ୍ୟରେ ସେ ସମୟର ବିଦ୍ଵାନ ଓ ବିଶେଷଜ୍ଞଗଣ ଭାରତକୁ ଏକ ସଶକ୍ତ ରାଷ୍ଟ୍ରରେ ପରିଣତ କରିବା ପାଇଁ, ଏକ ମନ ଏକ ପ୍ରାଣରେ ଏକ ଲିଖିତ ସମ୍ବିଧାନ ପ୍ରସ୍ତୁତ କରିବା ପାଇଁ ନିଜକୁ ଉତ୍ସର୍ଗ କରିଦେଇଥିଲେ।
ଡକ୍ଟର ଆମ୍ବେଦକରଙ୍କ ନେତୃତ୍ଵରେ ସମ୍ବିଧାନ ସଭାରେ ଦୀର୍ଘ ଦୁଇ ବର୍ଷ ୧୧ ମାସ ୧୭ ଦିନର ଉଚ୍ଚକୋଟିର ବିତର୍କ, ଆଲୋଚନାର ଫଳସ୍ଵରୂପ ଦେଶକୁ ମିଳିଲା ଏକ ନୂତନ ସମ୍ବିଧାନ।ଯଦିଓ ଏହା ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ସମ୍ବିଧାନ ସଭାରେ ଗୃହିତ ହୋଇଥିଲା, କିନ୍ତୁ ୧୯୫୦ ମସିହା ଆଜିର ଦିନରେ ସାରା ଦେଶରେ କାର୍ଯ୍ୟକାରୀ ହେଲା, ଏବଂ ସେହିଦିନ ଆମ ଦେଶ ଭାରତ ଏକ ସାର୍ବଭୌମ ଗଣତନ୍ତ୍ର ରାଷ୍ଟ୍ର ଭାବେ ପ୍ରତିଷ୍ଠିତ ହୋଇଥିଲା।
ବିଶ୍ଵର ସବୁଠାରୁ ଦୀର୍ଘ ଲିଖିତ ସମ୍ବିଧାନ ଆମର ବର୍ତ୍ତମାନ ଓ ଭବିଷ୍ୟତର ମାର୍ଗଦର୍ଶକ। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ପ୍ରତ୍ଯେକ ଭାରତୀୟଙ୍କ ପାଇଁ ଏହା ଜୀବନର ମାନଦଣ୍ଡ। ଏହା କେବଳ ଏକ ବିଧି ବ୍ୟବସ୍ଥା କି ଲିଖିତ ସମ୍ପତ୍ତି ନୁହେଁ ବରଂ ଏହା ପ୍ରତ୍ଯେକ ଭାରତୀୟଙ୍କ ହୃଦୟର ସ୍ପନ୍ଦନ।
ଏହା ଆମ ପାଇଁ ଧର୍ମ, କର୍ମ ଓ ଜୀବନ ଯାପନର ଦର୍ପଣ। ଦେଶ ପାଇଁ ଏହାକୁ ପ୍ରସ୍ତୁତ କରିବାରେ ମୁଖ୍ୟ ଭୂମିକା ନେଇଥିଲେ ଭାରତରତ୍ନ ଡକ୍ଟର ବାବା ସାହେବ ଆମ୍ବେଦକର, ତେଣୁ ତାଙ୍କୁ ସମ୍ବିଧାନର ଜନକ ଭାବେ ଅବିହିତ କରାଯାଏ। ଆଜି ଏହି ପବିତ୍ର ଅବସରରେ ମୁଁ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ବୋଲି ସେ କହୁଛନ୍ତି।
Edited by k.s thakur...
Tags:
77th republic day
Bhubaneswar
celebration
cm mohan Majhi
Flag hoisting
latest news
latest update
odisha daily current affairs
odisha news




