ସିରୋଲ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ...

ସିରୋଲ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ୭୭ତମ ସାଧାରଣତନ୍ତ୍ର ଦିବସ  ପାଳିତ...


ମୁରିବାହାଲ,୨୬/୦୧ (ଶଙ୍କର ମାଝୀ): ମୁରିବାହାଲ ବ୍ଲକ ସିରୋଲ ଗ୍ରାମ ପଂଚାୟତ କାର୍ଯ୍ୟାଳୟଠାରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ଓ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। 

Ad..


ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ନବ ନିର୍ମିତ ପଂଚାୟତ ର ସ୍ବାଗତଂ ଗେଟ ଓ ସୁଜଳନାଥ ବିଶ୍ରାମ ଗୃହ ଓ ଅଶୋକସ୍ତମ୍ଭର ଶୁଭ ଉଦଘାଟନ କରାଯାଇଥିଲା।ଉକ୍ତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିରୂପେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ହଂସରାଜ ଜୈନ ଯୋଗଦାନ କରିଥିଲେ।

        Ad..


ସମ୍ମାନିତ ଅତିଥିରୂପେ ଶ୍ରୀମତୀ ଲଳିତାଦେବୀ ଜୈନ ପୂର୍ବତନ ବ୍ଲକ ଅଧ୍ୟକ୍ଷା, ସମ୍ମାନିତ ଅତିଥି ଶ୍ରୀମତୀ ଲୁଚନା ବଗର୍ତ୍ତୀ, ଜିପିଇଓ ଶ୍ରୀଯୁକ୍ତ ଗଙ୍ଗାଧର ଛତର,ନାଏକ ସରପଞ୍ଚ ଶ୍ରୀ ପରମାନନ୍ଦ ପୁଟେଲ ଓ ଶ୍ରୀଯୁକ୍ତ ଲମ୍ବୋଦର ବଗର୍ତ୍ତୀ ଯୋଗଦାନ କରି ଶୁଭ ଉଦଘାଟନ କରିଥିଲେ।

Ad..


ସାଧାରଣତନ୍ତ୍ର ଦିବସ ପାଳନ ଓ ଶୁଭ ଉଦଘାଟନ ଉତ୍ସବରେ ପଂଚାୟତର ସମସ୍ତ ସଭ୍ୟ ସଭ୍ୟାଙ୍କ ସହିତ ଉପସ୍ଥିତ ଥିଲେ। ନରେନ୍ଦ୍ର ମହାରଣା,  ରାମଚନ୍ଦ୍ର ଭୋଇ, ତିଲୋତ୍ତମା ମାଝୀ, ଧନଦେଇ ମାଝୀ, ଶ୍ରୀପତି ବଗର୍ତ୍ତୀ, ମିତ୍ର ଦୀପ, ମିଟୁ ଲୁହା, ଦୁଳାମଣି ବାଗ ସହିତ ଭଦ୍ରବ୍ୟକ୍ତିଗଣ  ମିନିକେତ ପ୍ରଧାନୀ, ରାଷ୍ଟ୍ର ବଗର୍ତ୍ତୀ...

ଧୋବା ମହାକୁର, ମୋହନ ହାତୀ,ଉତ୍ତମ ବଗର୍ତ୍ତୀ, ବେଣୁଧର ନାଗ,ମାଧବ ହାତୀ, ପିଣ୍ଟୁ ଦୀପ, ବରୁଣ ଲୁହା, ଇଷ୍ଟ ପୂଝାରୀ, ଚନ୍ଦ୍ରମଣି ବଗର୍ତ୍ତୀ ସହିତ ବହୁ ଭଦ୍ର ବ୍ୟକ୍ତି ଉପସ୍ଥିତ ରହିଥିଲେ।ମହାସମାରୋହରେ ପାଳିତ ସାଧାରଣତନ୍ତ୍ର ଦିବସ ଓ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ନିଜର ସାରଗର୍ଭକ ଅଭିଭାଷଣ ଦ୍ୱାରା ସମସ୍ତଙ୍କୁ ସମ୍ବୋଧିତ କରିଥିଲେ।



Edited by k.s thakur...

Post a Comment

Previous Post Next Post