ନିର୍ଝରିଣୀ ତରଫରୁ ବନ୍ଦେ ମାତରମ କାର୍ଯ୍ୟକ୍ରମ ଅନୁଷ୍ଠିତ...
କଣ୍ଟାବାଞ୍ଜି,୧୨/୦୧ : କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ତରଫରୁ ସ୍ଥାନୀୟ ସିଗନାଲ ପଡାରେ ନିଆରା ସମ୍ପର୍କ ପିଲାଙ୍କ ମୁହଁରେ ହସ କାର୍ଯ୍ୟକ୍ରମ ମାଧ୍ୟମରେ ଜାତୀୟ ଯୁବ ଦିବସ ଓ ବନ୍ଦେ ମାତରମର ୧୫୦ତମ ବର୍ଷ ପୂର୍ତ୍ତି ଉତ୍ସବ ପାଳିତ ହୋଇଥିଲା।
Ad..
ଅନୁଷ୍ଠାନର ସଭାପତି ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସେବା ନିବୃତ୍ତ ମେଜର କମଳ କିଶୋର ବେହେରା ମୁଖ୍ୟ ଅତିଥି, ପ୍ରଶାସନିକ ଅଧିକାରୀ ସନ୍ତୋଷ ନାଗ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ।
Ad..
ସମ୍ପାଦକ ବିରଞ୍ଚି ନାରାୟଣ ଦାଶ ସଭା ପରିଚାଳନା ଓ ଉପସଭାପତି ସୂର୍ଯ୍ୟକାନ୍ତ ରଣା ଧନ୍ୟବାଦ ଅର୍ପଣ କରିଥିଲେ।କଣ୍ଠଶିଳ୍ପୀ ଗଣପତି ବେହେରା, ତୁଷାର ବଡଜେନା, ଅଞ୍ଜଳି ମାଝୀ, ଦୀପା ନାୟକ ବନ୍ଦେ ମାତରମ ରାଷ୍ଟ୍ରୀୟ ଗୀତ ଗାଇଥିଲେ।
Ad..
ଜାତୀୟ ଯୁବ ଦିବସ ଅବସରରେ ମେଟ୍ରିକ ଟପର ସୁଶ୍ରୀ ବର୍ଷାରାଣୀ ଆଚାରୀ,ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀରେ ଦିଲ୍ଲୀ ପାର୍ଲିଆମେଣ୍ଟରେ ବକ୍ତବ୍ୟ ପ୍ରଦାନ କରିଥିବା ରାଜ ଆର୍ଯ୍ୟନ ଦୋରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ତାପରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବେଲୁନଫୁଙ୍କା, ପୁଚି, ମ୍ୟୁଜିକ ଚେୟାର ପ୍ରତିଯୋଗିତା କରାଯାଇ ପୁରସ୍କୃତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ନରେନ୍ଦ୍ର ସୁନା, ଥମିର ଛତ୍ରିଆ, କିଶୋର ବରିହା,ହେରମ୍ବ ବାଗ,ସବିତା ରଣା,ମଞ୍ଜୁଲତା ଧରୁଆ, ଉମାକାନ୍ତୀ ସରାଫ,ରାଜେନ୍ଦ୍ର ଦୋରା, ରେଣୁକା ବେହେରା,ନବ୍ୟା ସେଠ,ତରୁଣ ସେନ ପୁଟେଲ, ମିଚି ରଣା, ପ୍ରହଲ୍ଲାଦ ରଣା ଆଦି ସହଯୋଗ କରିଥିଲେ।
ସେହିପରି ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ଯୁବ ଦିବସ ଓ ବନ୍ଦେ ମାତରମ ଉତ୍ସବ ପାଳିତ ହୋଇଥିଲା।ଏହି ଉତ୍ସବରେ ହରିଶଙ୍କର ସାହୁ,ସିଆରସିସି ଧନସିଂ ମାଝୀ, ବିରଞ୍ଚି ନାରାୟଣ ଦାଶ,ମନୋଜ ତାଣ୍ଡୀ, ବିରଞ୍ଚି ଖର୍ସେଲ, ଭବାନୀ ମାଝୀ ଯୋଗ ଦେଇଥିଲେ।ଛାତ୍ରଛାତ୍ରୀ ମାନେ ବନ୍ଦେ ମାତରମ ଗୀତ ଗାଇବା ସହିତ ସଂକଳ୍ପ ନେଇଥିଲେ।
Edited by k.s thakur...
Tags:
kantabanji
latest news
latest update
nirjharani
odisha daily current affairs
odisha news
program
vande matram




