ଚାଷୀଙ୍କ ସମସ୍ୟା ର ତୁରନ୍ତ ସମାଧାନ ପାଇଁ ସୋହେଲା ରେ ବିଜେଡି ର ଗର୍ଜନ...

ଚାଷୀଙ୍କ ସମସ୍ୟା ର ତୁରନ୍ତ ସମାଧାନ ପାଇଁ ସୋହେଲା ରେ ବିଜେଡି ର ଗର୍ଜନ...


ବରଗଡ଼,୧୨/୦୧(ବିଜୟ କୁମାର ସାହୁ): ଚାଷୀ ମାନଙ୍କ ଧାନ ବିକ୍ରି ସମସ୍ୟା ଦିନ କୁ ଦିନ ଜଟିଳ ହେବାକୁ ଲାଗିଥିବା ବେଳେ ରାଜ୍ୟ ବାହାପିଆ ବିଜେପି ସରକାର ର ଅପାରଗତା ବିରୁଦ୍ଧ ରେ ବରଗଡ଼ ଜିଲ୍ଲା ସୋହେଲା ଠାରେ ବିଜେଡି ପକ୍ଷରୁ ବରିଷ୍ଟ ବିଜେଡି ନେତା ସୁବ୍ରତ ସିଂ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଓ ସୁବ୍ରତ ବେହେରା ଙ୍କ ସଂଯୋଜନା ରେ ବିରାଟ ଚାଷୀ ସମାବେଶ ରେ ହଜାର ହଜାର ଚାଷୀ ଏକତ୍ରିତ ହୋଇ ରାଜ୍ୟ ବିଜେପି ସରକାର ବିରୁଦ୍ଧରେ ଗର୍ଜନ କରିଛନ୍ତି।

      Ad..


ଏହି ସମାବେଶ ରେ ବିରୋଧୀ ଦଳ ଉପ ନେତା ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ସୁଦର୍ଶନ ହରିପାଲ ,ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ,ପୂର୍ବତନ ମନ୍ତ୍ରୀ ରୀତା ସାହୁ ପୁର୍ବତନ ବିଧାୟକ ଦେବେଶ ଆଚାର୍ଯ୍ଯ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ,ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାର କଂ ବିରୁଦ୍ଧ ରେ ଗର୍ଜନ କରିଥିଲେ।

Ad..


ପ୍ରମୁଖ ସମସ୍ୟା ମଧ୍ୟରେ ଧାନ ବିକ୍ରି ଟୋକନ୍ ପ୍ରଦାନ ରେ ଅହେତୁକ ବିଳମ୍ବ,ଅର୍ଦ୍ଧାଧିକ ଚାଷୀ ଙ୍କୁ ଏ ପର୍ଯ୍ୟନ୍ତ ଟୋକନ୍ ନ ମିଳିବା ,ସରକାର ଙ୍କ ତ୍ରୁଟି ପୂର୍ଣ୍ଣ ନିଷ୍ପତି ଯୋଗୁ ଧାନ କ୍ରୟ କେନ୍ଦ୍ର ରେ ହଜାର ହଜାର ବସ୍ତା ଧାନ ପଡ଼ି ରହିବା,ଏଫ୍ ଏ କ୍ୟୁ ନାମ ରେ ପ୍ରତି କୁଇଣ୍ଟାଲ ୨ କେଜି ରୁ ୭ କେଜି ପର୍ଯ୍ୟନ୍ତ କଟନି ଛଟନୀ କରାଯିବା...

Ad..


ସରକାରଙ୍କ ଭୁଲ ନିଷ୍ପତି ଯୋଗୁଁ ଚାଷୀ ଅଣ୍ଡର ରେଟ୍ ରେ ୧୪୦୦ ରୁ ୧୫୦୦ ଟଙ୍କା ରେ ଅଭାବୀ ବିକ୍ରି ର ଶିକାର ହେବା,ମଣ୍ଡି ରୁ ମିଲ କୁ ଧାନ ଚାଷୀ ନିଜ ଖର୍ଚ୍ଚ ରେ ନେବା ଓ ନିଜ ଖର୍ଚ୍ଚ ରେ ଅଖା କିଣିବା, ଧାନ ବିକ୍ରି ହେବାର ୨୪ ଘଣ୍ଟା ରେ ଧାନ ପଇସା ଚାଷୀ ଏକାଉଣ୍ଟ୍ ରେ ଜମା  ର ମିଥ୍ୟା ପ୍ରତିଶୃତି ଦେବା ସତ୍ବେ ୧୫ ଦିନ ପରେ ବି ଟଙ୍କା ଚାଷୀ ଏକାଉଣ୍ଟ୍ କୁ ନ ଆସିବା...

ଧାନ ର ସହାୟକ ମୂଲ୍ୟ ବୃଦ୍ଧି ୬୯ ଟଂକା ପ୍ରଦାନ ନ କରିବା ଭଳି ସମସ୍ୟା ଗୁଡ଼ିକର ତୁରନ୍ତ ସମାଧାନ ଦାବୀ କରିବା ସହ ବରଗଡ଼ ଜିଲ୍ଲା ର ସମସ୍ତ ପଞ୍ଜୀକୃତ ଚାଷୀ ଙ୍କ ଧାନ ଆସନ୍ତା ଜାନୁୟାରୀ ୧୦ ତାରିଖ ସୁଦ୍ଧା ଉଠାଇବାକୁ ପୂର୍ବରୁ ବିଜେଡି ଦାବି କରିଥିଲେ ବି ଏପର୍ଯ୍ୟନ୍ତ ସରକାର କୁମ୍ଭ କର୍ଣ୍ଣ ନିଦ୍ରା ରେ ରହି ଧାନ ନ ଉଠାଇବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ଉଲ୍ଲେଖ କରିଥିଲେ। 

ତେବେ ମୁଖ୍ୟମନ୍ତ୍ରୀ ଚାଷୀ ଙ୍କ ସ୍ବାର୍ଥ କୁ ଦୃଷ୍ଟି ରେ ରଖି ଚାଷୀ ଙ୍କ ଧାନ ବିକ୍ରି ପ୍ରକ୍ରିୟା ରେ ହସ୍ତକ୍ଷେପ କରି ତୁରନ୍ତ ସମସ୍ତ ମଣ୍ଡି ରୁ ଧାନ ଉଠାଇବା  ସହିତ ,କଟନି ଛଟନୀ ବନ୍ଦ କରି ପ୍ରତି ଚାଷୀ ଙ୍କୁ ବୋନସ ଓ ଏମ ଏସ ପି  ୩୧୬୯ ଟଙ୍କା ପ୍ରଦାନ କରନ୍ତୁ ବୋଲି ବିଜେଡି ପକ୍ଷରୁ ଦାବି କରାଯାଇଛି ।ଅନ୍ୟଥା ଚାଷୀ ଙ୍କ ସ୍ବାର୍ଥ ପାଇଁ ଆଗାମୀ ଦିନ ରେ ବିଜେଡି ରାଜ୍ ରାସ୍ତା କୁ ଓହ୍ଲାଇ ଆନ୍ଦୋଳନ କୁ ଆହୁରି ତୀବ୍ରତର କରିବାକୁ ବାଧ୍ୟ ହେବ ବୋଲି ଚେତାବନୀ ପ୍ରଦାନ କରିଛି ।

ଆଜିର ଏହି ସମାବେଶ ରେ ଅନ୍ଯ ମାନକଂ ମଧ୍ଯରେ ରାଜ୍ଯ ବିଜେଡି ସାଧାରଣ ସଂପାଦକ ରାଜୁ ଘିବେଲା,ରାଜ୍ଯ ପରିଷଦ ସଦସ୍ଯ ଗୌରହରି ମିଶ୍ର,ଦେବାନନ୍ଦ ଗଡତିଆ,ଗଣତନ୍ତ୍ର ପଧାନ, ପେକ୍ସ ସଭାପତି ମନ ମାଝୀ,ବରିଷ୍ଠ ନେତା ସୁଶାନ୍ତ ମିଶ୍ର,ଅମ୍ବାଭୋନା ବ୍ଲକ ଅଧ୍ଯକ୍ଷ  କିର୍ତୀଚନ୍ଦ୍ର ଦୁଆନ,ଜିଲ୍ଲା ବିଜେଡି ମହିଳା ସଭାନେତ୍ରି ନୀଲ କୁମାରୀ ନାୟକ,ଅମ୍ବାଭୋନା ବ୍ଲକ ସଭାପତି ରଘୁମଣି ପଟେଲ...

ଭଟଲି ବ୍ଲକ ସଭାପତି ଗୋବିନ୍ଦ ସାହୁ,ବରଗଡ ବ୍ଲକ ସଭାପତି ପ୍ରଫୁଲ୍ଲ ନାୟକ,ଯୁବ ବିଜେଡି ସାଧାରଣ ସଂପାଦକ ଚନ୍ଦନ ଗୁପ୍ତା,ଜିଲ୍ଲା ଯୁବ ବିଜେଡି  ସଭାପତି ପ୍ରଦ୍ଯୁମ୍ନ ତ୍ରିପାଠି,ଜିଲ୍ଲା ଛାତ୍ର ବିଜେଡି ସଭାପତି କରନ ସିକନ୍ଦରଙ୍କ ସହ ବିଜେଡିର ସମସ୍ତ ଜିଲ୍ଲା ପରିଷଦ ସଦସ୍ଯ ସୋହେଲା ଭଟଲି ଅମ୍ବାଭୋନାର ସମସ୍ତ ବିଜେଡି ସମର୍ଥିତ ସରପଂଚ ସମିତି ସଭ୍ଯ ଓ ବହୁ ନେତୃମଣ୍ଡଳି ଯୋଗଦାନ କରିଥିଲେ।ସଭା ପରେ ଏକ ବିରାଟ ପଟୁଆରରେ ହଜାର ହଜାର ଚାଷୀଙ୍କ ସହ ସମସ୍ତ ନେତୃ ମଣ୍ଡଳି ରାଲି ମାଧ୍ଯମରେ ସୋହେଲା ତହସିଲ ଅଫିସକୁ ଯାଇ ମୁ୍ଖ୍ଯମନ୍ର୍ତୀ  ଙ୍କ ଊଦେଶ୍ଯରେ ଏକ ଦାବୀପତ୍ର ପ୍ରଦାନ କରିଥିଲେ।



Report : Bijay ku sahu 

Edited by k.s thakur...

Post a Comment

Previous Post Next Post