ବରଗଡ଼ ଜିଲ୍ଲା ରେ ସୁଖିବାକୁ ଲାଗୁଛି ପ୍ରମୁଖ ନଦୀଗୁଡିକର ଜଳଶ୍ରୋତ, କାହାରି ଚିନ୍ତା ନାହିଁ...

ବରଗଡ଼ ଜିଲ୍ଲା ରେ ସୁଖିବାକୁ ଲାଗୁଛି ପ୍ରମୁଖ ନଦୀଗୁଡିକର ଜଳଶ୍ରୋତ, କାହାରି ଚିନ୍ତା ନାହିଁ...


ବରଗଡ଼,୨୦/୧୨ : ବରଗଡ଼ ଜିଲ୍ଲା ରେ ଶୁଖିଗଲାଣି ନଦୀ ଧାର। ଡିସେମ୍ବର ମାସ ଶେଷ ସମୟରୁ ବରଗଡ଼ ଜିଲ୍ଲା ର ଜିରା, ଅଙ୍ଗ, ଲଦୀପାଲି ଓ ଦେଉଲଟୁଣା ମଝିରେ ଥିବା ଗିରସୁଲ ନଦୀ...

     Ad..


ସୁର୍, ସୁରଙ୍ଗି ପ୍ରଭୃତି ପ୍ରମୁଖ ବଡ ବଡ଼ ନଦୀ ଗୁଡିକ ଜଳ ଧାରଣ ଏବେ ସୁଖିବାକୁ ବସିଲାଣି ଯାହାକୁ ନେଇ ଜିଲ୍ଲା ର ପରିବେଶବିତ ସଚେତନ ନାଗରିକ ମହଲରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହେଉଛି। 

Ad..


ବରଗଡ଼ ର ବରିଷ୍ଠ  ସାମ୍ବାଦିକ ପରିବେଶବିତ୍ ତଥା ଆୟୁର୍ବେଦିକ ଗବେଷକ  ସୁରେନ୍ଦ୍ର ହୋତା, ଗବେଷକ ଜେଠୁ ଭୋଇ , ଙ୍କ ମତ ଅନୁସାରେ ଜନସାଧାରଣ ସଂପୂର୍ଣ୍ଣ ରୂପରେ ଦାୟୀ ହୋଇଥିବା ବେଳେ ଜନ ପ୍ରତିନିଧି ଙ୍କ ଇଛାଶକ୍ତି ର ଅଭାବ କାରଣରୁ ନଦୀ ଗୁଡିକ ସୁଖି ଯାଉଛି।

ପରିବେଶ ପ୍ରଦୂଷଣ ଜନିତ ସମସ୍ୟା ଏକ ମୁଖ୍ୟ କାରଣ ହେଉଥିଲେ ବି ମଣିଷର କୃତ କାର୍ଯ୍ୟକଳାପ, ନଦୀ ପଠାରୁ ବାଲି ସଂପୂର୍ଣ୍ଣ ନଷ୍ଟ, ପାଣି ରଖିବା ପାଇଁଁ ବନ୍ଦ, ଗଭିରନଳକୂପ ଖନନ,ଜବରଦଖଲ ,ପ୍ରଭୃତି ଯାହା ମଣିଷ ଆୟତ୍ତରେ ଅଛି ସେତିକି ବି ଠିକ୍ ଭାବରେ କରାଯାଉନଥିବାରୁ ନଦୀ ଗୁଡିକ ବର୍ଷା ଛାଡିଯିବା ମାତ୍ର କେ ସୁଖିବାକୁ ବସୁଛି। 

ଏଥର କିନ୍ତୁ ବଡ ଆଶ୍ଚର୍ଯ୍ୟ ଜନକ ପରିସ୍ଥିତି ଦେଖାଦେଇଛି ଯାହା ଡିସେମ୍ବର ମାସ ଶେଷ ଅତିକ୍ରମ ମାତ୍ର କେ ନଦୀ ଗୁଡ଼ିକ ଧାର ସୁଖି ଯାଇଛି ଓ ଫେବୃଆରୀ ମାସ ୧୫ ତାରିଖ ବେଳକୁ ନଦୀ ରେ ଥିବା ଗାତ ପାଣି ମଧ୍ୟ ସୁଖି ନଦୀ ଗୁଡ଼ିକ ପଡ଼ିଆ ହୋଇଯାଇଥିବ। 

ସରକାର ହୁଅନ୍ତୁ ବା ଜନପ୍ରତିନିଧି କିମ୍ବା ପ୍ରଶାସନ ନଦୀ ଗୁଡ଼ିକ ସୁଖିଯିବା ପାଇଁ କେବେ ସମୀକ୍ଷା କରିନାହାନ୍ତି ଯାହା ଏବେ ପରିସ୍ଥିତି ଗୁରୁତର ହେଲାଣି ବୋଲି ସମାଲୋଚନା କରି କହିଛନ୍ତି। ବରଗଡ଼ ଜିଲ୍ଲା ରେ ନଦୀ ଗୁଡ଼ିକ ସୁଖି ଯାଇଥିବାରୁ ଆଗକୁ ପ୍ରବଳ ଖରା ତାତି ବୃଦ୍ଧି ହୋଇ କୂଅ, ପୋଖରୀ, ଘରେଘରେ ଥିବା ଗଭିର ନଳକୂପର ଗୁଡିକ ମଧ୍ୟ ସୁଖିଯାଇ ଏକ ବଡ଼ ଧରଣର ଜଳ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହୁଛି।

ଅନ୍ୟ ପଟେ ବରଗଡ଼ ଜିଲ୍ଲା ର ଗନ୍ଧମାର୍ଦନ ପର୍ବତମାଳା ରେ ଥିବା ୨୨ ଗୋଟି ଚିରଶ୍ରେତା ଝରଣା ଜଳସ୍ରୋତ ମଧ୍ୟ କମିଯାଇଛି ଯାହା ଆହୁରି ଚିନ୍ତା ଜନକ ପରିସ୍ଥିତିରେ ପହଞ୍ଚିଛି। ଆଗକୁ ବରଗଡ଼ ଜିଲ୍ଲା ରେ ଜଳ ସମସ୍ୟା ପ୍ରତି ଗାଁ ସବୁ ସହରରେ ସମସ୍ୟା ସୃଷ୍ଟି କରିବାର ସମ୍ଭାବନାକୁ ଅଣଦେଖା କରାଯାଇନପାରେ ହେଲେ ବରଗଡ଼ ଜିଲ୍ଲା ପ୍ରଶାସନ କିମ୍ବା ଜନପ୍ରତିନିଧି ହୁଅନ୍ତୁ ବା ସାଧାରଣ ଜନତା ସଚେତନ ହେବା ଜରୁରୀ ହୋଇ ପଡିଛି। 

ବରଗଡ଼ ଜିଲ୍ଲା ରେ ଡିସେମ୍ବର ଶେଷ ସମୟରୁ ନଦୀ ର ଜଳଧାରା ସୁଖିଯାଇଥିବା ବେଳେ ଆଗକୁ ଜାନୁଆରୀ ,ଫେବୃୟାରୀ,ମାର୍ଚ, ଏପ୍ରିଲ, ଜୁନ ଓ ଝୁଲାଇ ମାସର ୧୫ ଦିନ ମୋଟ ୬ ମାସ ଧରି ଖରାର ପ୍ରକୋପ ରହିବ ଯାହା ଜିଲ୍ଲା ବ୍ଯାପୀ ଜଳ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହୁଛି। 

ଏପରିକି ଜିରା ନଦୀ ରୁ ବରଗଡ଼ ଓ ଅଙ୍ଗ ନଦୀ ରୁ ପଦ୍ମପୁର ସହରକୁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ରହିଛି ଯାହାକି ପ୍ରତ୍ୟକ୍ଷ ଖରା ସମୟରେ ଜଳଯୋଗାଣ ବନ୍ଦ ହୋଇଥାଏ। ଗତ ୧୦ ବର୍ଷ ମଧ୍ୟରେ ଅଙ୍ଗ ନଦୀ ରୁ ପଦ୍ମପୁର ସହରକୁ ଜଳଯୋଗାଣ ହେଉଥିଲେ ମଧ୍ୟ ଜାନୁୟାରୀ ଶେଷ କିମ୍ବା ଫେବୃଆରୀ ଠାରୁ ଜୁନ ମାସ ପର୍ଯ୍ୟନ୍ତ ଟେଙ୍କରରେ ଜଳଯୋଗାଣ ହୋଇଥାଏ ତାହା ଏହି ଏବେଠାରୁ ଅଙ୍ଗ ରେ ଜଳଧାରା ସୁଖିଯିବା ଭଲି ପରିସ୍ଥିତି ଯୋଗୁଁ ହେଉଛି। 

ଏଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ କିମ୍ବା ଜନପ୍ରତିନିଧି ଙ୍କ ତରଫରୁ କେବେ ମଧ୍ୟ ସମୀକ୍ଷା ହୋଇନାହିଁ ଯାହାକି ଜନସାଧାରଣ ଙ୍କୁ ଆଶ୍ଚର୍ଯ୍ୟ କରୁଛି। 

ଗତ ୨୪ ବର୍ଷ ମଧ୍ୟରେ ସରକାର ଗୋଟିଏ ଦିନ ବି ଜିଲ୍ଲା ର ପ୍ରମୁଖ ନଦୀ ନାଲ ର ଜଳଧାରା ନିର୍ଧାରିତ ସମୟ ପୂର୍ବରୁ ସୁଖିଯିବା ଘଟଣା କୁ ନେଇ ସରକାରୀ ସ୍ତରରେ ବୈଠକ କିମ୍ବା ଆଲୋଟିଏ ହୋଇଥିବା ନଜର ନାହିଁ କି ଏବେ ନୂତନ ୧୮ ମାସର ଡବଲ ଇଞ୍ଜିନ ସରକାର ଙ୍କ ବିଧାୟକ କିମ୍ବା ବରଗଡ଼ ସାଂସଦ ଙ୍କ ନିଜର ରେ ନାହିଁ ଯାହାକୁ ନେଇ ଜିଲ୍ଲା ରେ ବିକାଶ କେବଳ ରାସ୍ତା ଘାଟ କି ବୋଲି ଆଲୋଚନା ହେଉଛି। ଆଗକୁ ଜନପ୍ରତିନିଧି କିମ୍ବା ପ୍ରଶାସନିକ ଅଧିକାରୀ ଚିନ୍ତା କରନ୍ତୁ ବୋଲି ସମାଜସେବୀ ମହଲରୁ ଦାବି ହେଉଛି।




Report : Bijay ku sahu

Edited by k.s thakur...

Post a Comment

Previous Post Next Post