ବରଗଡ଼ ଜିଲ୍ଲା ପାଇକମାଳ ଉପାନ୍ତ ଟେମରୀ ହାଇସ୍କୁଲର ବାର୍ଷିକ ଉତ୍ସବ ପାଳନ...

ବରଗଡ଼ ଜିଲ୍ଲା ପାଇକମାଳ ଉପାନ୍ତ ଟେମରୀ ହାଇସ୍କୁଲର ବାର୍ଷିକ ଉତ୍ସବ ପାଳନ...


ବରଗଡ଼,୨୦/୧୨(ବିଜୟ କୁମାର ସାହୁ): ୧୯୭୭ ମସିହା ଜୁଲାଇ ପ୍ରଥମ ଦିନ ଶୁଭ ସ୍ଥାପିତ ହୋଇଥିବା ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ୍ ଟେମରୀ ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ସମାରୋହରେ ପାଳିତ ହୋଇଯାଇଛି।

      Ad..


ଏହି ଶୁଭ ଅବସରରେ ପଦ୍ମପୁର ଉପ ଜିଲ୍ଲାପାଳ ସ୍ନେହା ଅରଗୁଲା, ଉପଖଣ୍ଡ ପୋଲିସ ଅଧିକାରୀ ପାଣ୍ଡବ ଶବର ଏସଡିପିଓ, ଦିଲ୍ଲିପ ବେହେରା ଟେମରୀ ସରପଞ୍ଚ, ଅନିତା ଭୋଇ ବୁକୁରାମୁଣ୍ଡା ସରପଞ୍ଚ,ପ୍ରମୁଖ ଅତିଥି ଭାବରେ ଯୋଗଦାନ ଦେଇଥିଲେ।
Ad..

ମୁଖ୍ୟ ବକ୍ତା ଭାବେ ଲମ୍ବୋଦର ତାଣ୍ଡି ଓଡ଼ିଆ ଅଧ୍ୟାପକ ଦହିତା ଯୋଗଦାନ ଦେଇଥିଲେ। ସ୍କୁଲ ର ହେଡମାଷ୍ଟର ଡୋଲାମଣୀ ଭୋଇଙ୍କ ସଭାପତିତ୍ବ ଅନୁଷ୍ଠିତ ବାର୍ଷିକ ଉତ୍ସବ ରେ ଦଶମ ଶ୍ରେଣୀ ଛାତ୍ରୀ ଅଙ୍କିତା ପାଣିଗ୍ରାହୀ ସଭା ପରିଚାଳନା କରିଥିବା ବେଳେ ଦଶମ ଶ୍ରେଣୀ ଛାତ୍ରୀ ସାପ୍ରା ପ୍ରିୟଦର୍ଶିନୀ ଭୋଇ ଧନ୍ଯବାଦ ଦେଇଥିଲେ।

ସ୍କୁଲ ପାଇ ଖଜୁରୀ ପତ୍ର ରେ ଫୁଲତୋଡ଼ା ତିଆରି କରିଥିବା ସ୍କୁଲ ର ପୁରାତନ ଛାତ୍ର ମୁରାରୀ ବିଶ୍ବାଳ, ଆଦର୍ଶ ଛାତ୍ର ଛାତ୍ରୀ ଭାବେ ସାଗରିକା ସାହୁ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। 

ପାଇକମାଳ ଟେମରୀ ଉପାନ୍ତ ଅଞ୍ଚଳରେ ଏଭଲି ଏକ ୧୦୯ ଜଣ ଛାତ୍ରଛାତ୍ରୀ ଙ୍କୁ ନେଇ ଚାଲିଥିବା  ଟେମରୀ ହାଇସ୍କୁଲ ରେ ମେଟ୍ରିକ୍ ୯୪ ପ୍ରତିଶତ ପାସହାର ରହୁଥିବା ଗୈରବ ଅର୍ଜନ କରିଛି। 

ଏତିକି ନୁହେଁ ଛାତ୍ରୀମାନେ ପାଲା ଗାଇ ଏକ ଇତିହାସ ରଚିଥିବା ଭଲି ଛାତ୍ର ଛାତ୍ରୀ ଙ୍କୁ ନେଇ ଚାଲିଛି ହାଇସ୍କୁଲ। ହସ ଉଲ୍ଲାସ ମଧ୍ୟରେ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି।




Report : Bijay ku sahu

Edited by k.s thakur...

Post a Comment

Previous Post Next Post