ମାଁ ସାହାଜୀ ଯୁବକ ସଂଘ ର ରୌପ୍ୟ ଜୟନ୍ତୀ ସମାରୋହ...

ମାଁ ସାହାଜୀ ଯୁବକ ସଂଘ ର ରୌପ୍ୟ ଜୟନ୍ତୀ ସମାରୋହ...


ବଙ୍ଗୋମୁଣ୍ଡା,୧୭/୧୨ : ୧୮ ତାରିଖ  ଗୁରୁବାର ଦିନ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାଁ ସାହାଜୀ ଯୁବକ ସଂଘ କପିଲାଭଟା ର ୨୫ ବର୍ଷ ପୂର୍ତ୍ତି ଅବସର ରେ ରୌପ୍ୟ ଜୟନ୍ତୀ ସମାରୋହ ଅନୁଷ୍ଠିତ ହେବ। 

      Ad..


ଅପରାହ୍ନ ୨ ଘଟିକାରେ କପିଲାଭଟା ଗାଁର ଅଧିଷ୍ଠାତ୍ରୀ ଦେବୀ ମାଁ ସାହାଜିକଟେନ ଙ୍କ ପୀଠ ରୁ ମଶାଲ ଯାତ୍ରା ଓ ସନ୍ଧ୍ୟା ରେ ରୌପ୍ୟ ଜୟନ୍ତୀ ମହାସମାରୋହ ରେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

Ad..


ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ମୁଖ୍ୟବକ୍ତା ଭାବେ କଣ୍ଟାବାଞ୍ଜି କେଭି କଲେଜ ର ଓଡ଼ିଆ ଅଧ୍ୟାପକ ତଥା ବିଶିଷ୍ଟ ଲେଖକ ସଞ୍ଜୟ ମିଶ୍ର ଓ ଅନ୍ୟ ମାନେ ଅତିଥି ଭାବେ ଯୋଗ ଦେବେ।

ଏହି ଅବସର ରେ କପିଲାଭଟା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଅରୁଣ କୁମାର ବାରିକ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଟଙ୍କଧର ବିଶ୍ୱାଳ, ଅଙ୍ଗନବାଡ଼ି କର୍ମୀ ପ୍ରିୟା ବାଗ, ଆଶା କର୍ମୀ ସଂଗୀତା ବନଛୋର,ଏମବିକେ ଭୁଜଙ୍ଗିନୀ ହଂସ,ସିଆରପି ଇନ୍ଦୁମତି ହଂସ ଙ୍କ ସହ ଅଞ୍ଚଳ ର ବିଭିନ୍ନ ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ।

ଓଡିଶା ସରକାର ଙ୍କ ସଂସ୍କୃତି ବିଭାଗ ପକ୍ଷରୁ ମୟୁରଭଞ୍ଜ ଜିଲ୍ଲା ରୁ ଛଉ ନୃତ୍ୟ ସହ ଅଞ୍ଚଳ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକ ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି। ମାଁ ସାହାଜି ଯୁବକ ସଂଘ ର ସଂଯୋଜକ ପୃଥିରାଜ ବାଗ, ସଭାପତି ଜିତାମିତ୍ର ବିଶି,ସମ୍ପାଦକ ହୁଲେଶ୍ୱର ହଂସ ପ୍ରମୁଖ ସୂଚନା ଦେଇଛନ୍ତି।



Edited by k.s thakur...

Post a Comment

Previous Post Next Post