୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବର ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ...

୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବର ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ...


ବରଗଡ଼,୦୩/୧୨(ବିଜୟ କୁମାର ସାହୁ): ମାନ୍ୟବର ମନ୍ତ୍ରୀ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୁରଜଙ୍କ ଅଧ୍ୟକ୍ଷତାରେ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବର ସଫଳ ଆୟୋଜନ ପାଇଁ ଆଭାସୀ ମାଧ୍ୟମରେ ଏକ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ  ହୋଇଯାଇଛି। 

      Ad..


ବିଭାଗୀୟ ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀ ଦେବପ୍ରସାଦ ଦାଶ ପ୍ରଥମେ ସମସ୍ତଙ୍କୁ ସ୍ଵାଗତ କରିବା ସହ ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚର ଭବ୍ୟ ଆୟୋଜନ ପାଇଁ ଭିତ୍ତିଭୂମି ତଥା ରଙ୍ଗମଞ୍ଚର ସାଜ ସଜ୍ଜା, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଜାତୀୟ ସ୍ତରରେ  ଏହାର ପ୍ରଚାର ପ୍ରସାରକୁ ସୁଦୃଢ଼ କରିବା ଉପରେ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । 

Ad..


ଏହି ଅବସରରେ ମାନ୍ୟବର ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କ ସମେତ ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ଅତାବିରା ବିଧାୟକ ଶ୍ରୀ ନିହାର ରଞ୍ଜନ ମହାନନ୍ଦ, ପଦମପୁର ବିଧାୟିକା  ଶ୍ରୀମତୀ ବର୍ଷା ସିଂ ବରିହା, ଭଟଲି ବିଧାୟକ ଶ୍ରୀ ଇରାଶିଷ ଆଚାର୍ଯ୍ୟ... 

ବିଜେପୁରର ବିଧାୟକ ଶ୍ରୀ ସନତ ଗଡତିଆ, ଜିଲ୍ଲାପାଳ ତଥା ଧନୁଯାତ୍ରା ମହୋତ୍ସବ କମିଟିର ସଭାପତି ସଭାପତି ଶ୍ରୀ ଆଦିତ୍ୟ ଗୋୟଲ, ସମ୍ପାଦକ ଶ୍ରୀ ସୁରେଶ୍ୱର ଶତପଥୀ, ଅତିରିକ୍ତ ଜିଲ୍ଲାପାଳ ତଥା ଉପସଭାପତି ଶ୍ରୀ ମହେନ୍ଦ୍ର ମହାପାତ୍ର ଏବଂ ବିଭାଗୀୟ ଅଧିକାରୀ କର୍ମଚାରୀ  ଆଭାସୀ ମଧ୍ୟମରେ ଉକ୍ତ ବୈଠକରେ ଯୋଡିତ ରହି...

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବର ପୂର୍ବ ସଂସ୍କରଣର ଭବ୍ୟ ଆୟୋଜନ ସହ ଏହାର ସଫଳତା ସୁନିଶ୍ଚିତ ନିମନ୍ତେ ରାଜ୍ୟ ସରକାରଙ୍କ ନିରନ୍ତର ମାର୍ଗଦର୍ଶନ, ହସ୍ତକ୍ଷେପ ଏବଂ ଆର୍ଥିକ ପ୍ରୋତ୍ସାହନ ପାଇଁ ସମଗ୍ର ବରଗଡ଼ ବାସୀ ଏବଂ ଧନୁଯାତ୍ରା ମହୋତ୍ସବ ସମିତିର ସମସ୍ତ ସଦସ୍ୟଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରିବା ସହ ପୂର୍ବବର୍ଷ ଭଳି ଆଗାମୀ ୭୮ତମ ଧନୁଯାତ୍ରା ମହୋତ୍ସବର ଭବ୍ୟ ଆୟୋଜନ ଏବଂ ବ୍ୟାପକ ସ୍ୱୀକୃତି ନିମନ୍ତେ ଏହାର ପ୍ରଚାର ପ୍ରସାରକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ବର୍ଦ୍ଧିତ ସହାୟତା ପାଇଁ ଅନୁରୋଧ ରଖିଥିଲେ। 

ସେଗୁଡିକ ହେଲା ମହୋତ୍ସବ ଭିତ୍ତିଭୂମିର ଉନ୍ନତି, ବର୍ଦ୍ଧିତ ପରିଦର୍ଶକଙ୍କ ଅଂଶଗ୍ରହଣ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସମ୍ବନ୍ଧିତ ଲଜିଷ୍ଟିକ୍ ଆବଶ୍ୟକତାକୁ ବିଚାରକୁ ନେଇ ସଂସ୍କୃତି ଭିବାଗ ତରଫରୁ ଦିଆଯାଉଥିବା ଆର୍ଥିକ ସହାୟତା ରାଶିକୁ ୫୦ ଲକ୍ଷରୁ ୧ କୋଟିକୁ ଟଙ୍କାକୁ ବୃଦ୍ଧି କରିବା।

ପୂର୍ବ ବର୍ଷ ଭଳି  ୧୧ ଦିନ ଦିନ ବ୍ୟାପୀ ମହୋତ୍ସବର ନିରନ୍ତର ସିଧା ପ୍ରସାରଣ (ଲାଇଭଷ୍ଟ୍ରିମିଂ)  ବ୍ୟବସ୍ତା କରିବା ସହ ଓଡ଼ିଶାର ସମସ୍ତ ଜିଲ୍ଲା ଏବଂ ପ୍ରମୁଖ ସ୍ଥାନ ଗୁଡିକରେ ଏଲିଡି  ସଂଯୋଗ ବ୍ୟବସ୍ତା କରିବା। ୧୦,୦୦୦/- ଟଙ୍କା ଲେଖାଏଁ ସମ୍ମାନ ରାଶି ପ୍ରଦାନ କରାଯାଉଥିବା ପ୍ରମୁଖ କଳାକାରଙ୍କ ସଂଖ୍ୟାକୁ ୧୭୦ ରୁ ୨୦୦କୁ ବୃଦ୍ଧି କରିବା।

ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ବରଗଡ଼ ଧନୁଯାତ୍ରା ମହୋତ୍ସବର ବ୍ୟାପକ ପ୍ରଚାର ପ୍ରସାର ତଥା ସ୍ୱୀକୃତିକୁ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ଜାତୀୟ ଏବଂ ଆନ୍ତର୍ଜାତୀୟ  ସ୍ତରରେ ସ୍ୱୀକୃତିପ୍ରାପ୍ତ ଗଣମାଧ୍ୟମ ସଂଗଠନଗୁଡ଼ିକୁ ନିମନ୍ତ୍ରଣ ବ୍ୟବସ୍ତା କରିବା।

ବିଭାଗ ତରଫରୁ ଧନୁଯାତ୍ରା ମହୋତ୍ସବ ନିମନ୍ତେ ଉତ୍ସର୍ଗୀକୃତ ୱେବସାଇଟ୍ ର ବିକାଶ ତଥା ଅନଲାଇନ୍ କୁଇଜ୍ ପ୍ରତିଯୋଗିତା ଓ ଲାଇଭ୍ ଲୋକେସନ୍ ସେୟାରିଂ ଭଳି ବିଭିନ୍ନ କାର୍ଯ୍ୟକଳାପ ମାଧ୍ୟମରେ ପୁନର୍ବାର ପରିଚାଳନା ବ୍ୟବସ୍ତା କରିବା।

ମହୋତ୍ସବର ଗୁଣବତ୍ତା ବୃଦ୍ଧି, କର୍ମଶାଳା ପରିଚାଳନା ତଥା ପ୍ରଯୋଜନା ଏବଂ ସ୍ଥାନୀୟ କଳାକାରଙ୍କୁ ସହାୟତା ନିମନ୍ତେ ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମାର ପ୍ରତିନିଧି ତଥା ଅଧ୍ୟାପକ, କଳାକାର କିମ୍ବା ଛାତ୍ରଛାତ୍ରୀଙ୍କୁ ଧନୁଯାତ୍ରା ଆରମ୍ଭ ହେବାର ଗୋଟିଏ ସପ୍ତାହ ପୂର୍ବରୁ ନିମନ୍ତ୍ରଣ କରିବା। 

ଧନୁଯାତ୍ରା ମହୋତ୍ସବର ସାଂସ୍କୃତିକ, ଐତିହାସିକ, ସାମାଜିକ-ଧାର୍ମିକ ଏବଂ ନାଟ୍ୟ-ସମ୍ବନ୍ଧୀୟ ଦିଗ ଉପରେ କେନ୍ଦ୍ରିତ ଏକ ଜାତୀୟ ସେମିନାର ଆୟୋଜନ ପାଇଁ ଆର୍ଥିକ ସହାୟତାରାଶି ପ୍ରଦାନ କରିବା। ପର୍ଯ୍ୟଟକଙ୍କ ସୁବିଧା ପାଇଁ ପ୍ରଚୁର ସ୍ୱଚ୍ଛ ଶୌଚାଳୟର ବ୍ୟବସ୍ତା ସହ  ସ୍ଵତନ୍ତ୍ର ଟ୍ରେନ୍, ବସ ସୁବିଧା ପ୍ରଦାନ କରିବାକୁ। ରାଷ୍ଟ୍ରଦୂତ, ଅନ୍ତର୍ଜାତୀୟ ବ୍ୟକ୍ତିତ୍ୱଙ୍କ ସମେତ ଓଡ଼ିଶା ତଥା ଓଡିଶା ବାହାରୁ ପ୍ରମୁଖ ଗାୟକ, କଳାକାରମାନଙ୍କୁ ଆମନ୍ତ୍ରଣ କରିବା ଇତ୍ୟାଦି। 

ଏହାପରେ ସମସ୍ତ ସୁପାରିଶ ଗୁଡ଼ିକର ପ୍ରତି ଉତ୍ତରରେ, ମାନ୍ୟବର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଶ୍ୱାସନା ଦେଇ କହିଥିଲେ ଯେ ଧନୁଯାତ୍ରାର ଭବ୍ୟ ଆୟୋଜନ ପାଇଁ ଓଡ଼ିଶା ସରକାର ତଥା ସଂସ୍କୃତି ବିଭାଗ ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ନିଶ୍ଚିତ ଭାବେ କାର୍ଯ୍ୟ କରିବ।

ପର୍ଯ୍ୟଟକଙ୍କ ସୁବିଧା ପାଇଁ ସଠିକ ଟ୍ରାଫିକ୍ ପରିଚାଳନା, ଅଗ୍ନି ନିରାପତ୍ତା, ଜରୁରୀକାଳୀନ ଚିକିତ୍ସାର ସୁବିଧା, ୟୁନେସ୍କୋ ସ୍ୱୀକୃତି ପ୍ରୟାସକୁ ମଜୁବତ କରିବା ପାଇଁ ମହୋତ୍ସବର ସମସ୍ତ ପ୍ରସ୍ତୁତି ଗୁଡିକର ଡକ୍ୟୁମେଣ୍ଟେସନ୍ ସୁନିଶ୍ଚିତ କରିବାକୁ ମାନ୍ୟବର ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post