କୁରସୁଡ ମାଁ ଭଗବତୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ବୋର୍ଡା କୁ ହରାଇ କୁରସୁଡ ଚମ୍ପିୟାନ...
ସିନ୍ଧେକେଲା,୦୩/୧୨ : ଟିଟିଲାଗଡ଼ ବ୍ଲକ ଅର୍ନ୍ତଗତ କୁରସୁଡ ସ୍ଥିତ ମାଁ ଭଗବତୀ ମିନି ଷ୍ଟାଡିୟମ ରେ ମାଁ ଭଗବତୀ ଫୁଟବଲ ଟୁର୍ଣ୍ଣାମେଣ୍ଟ କ୍ଲବ ପକ୍ଷରୁ ବିଗତ ଦିନରୁ ଚାଳିଥିବା ଫୁଟବଲ ପ୍ରତିଯୋଗିତାର ମଙ୍ଗଳବାର ଫାଇନାଲ ମ୍ୟାଚ୍ କୁରସୁଡ ଓ ବୋର୍ଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା।
Ad..
ପୂର୍ବ କୁରସୁଡ ଜିଲ୍ଲା ପରିଷଦ ସଦସ୍ୟ ସଞ୍ଜିବ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଚାଳିଥିବା ଏହି ଟୁର୍ଣ୍ଣାମେଣ୍ଟରେ ସଂଘର୍ଷ ପୂର୍ଣ୍ଣ ଖେଳରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଊଭୟ ଦଳ ୧-୧ ଗୋଲରେ ସମାନ ହେବାରୁ ଟ୍ରାଇବ୍ରେକର ଜରିଆରେ କୁରସୁଡ ଦଳର ଖେଳାଳୀମାନେ ବିଜୟ ହୋଇ ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲେ।
Ad..
ଫାଇନାଲ ଖେଳ ତଥା ପୁରସ୍କାର ବିତରଣ ରେ ଅତିଥି ଭାବରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ୭ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟା ଗୀତା ବିଶି ସମ୍ମାନୀତ ଅତିଥି ଜୋନ୍ ନମ୍ବର ୮ ଜିଲ୍ଲା ପରିଷଦ ସଦସ୍ୟ ସଞ୍ଜୟ ବେହେରା, ରାଜ୍ୟ ସରପଞ୍ଚ ସଂଘ କାର୍ଯ୍ୟକାରୀ ସଭାପତି ବିରବର ସାହୁ...
ଖୋଲାନ ସରପଞ୍ଚ ନରେଶ ଅଗ୍ରୱାଲ, ପୂର୍ବ କୁସକେଲା ସରପଞ୍ଚ ହରିନାରାୟଣ ମିଶ୍ର, ସାମ୍ବାଦିକ ଅନିଲ କୁମାର ତ୍ରିପାଠୀ, କୁରସୁଡ ସମିତି ସଭ୍ୟ ପପଲୁ ନାଏକ, ସମାଜସେବୀ ସୁଦାମ ମହାରଣା, ଗୋବିନ୍ଦ ଅଗ୍ରୱାଲ, ସଞ୍ଜିବ ଜୈନ, ମନୋଜ ଜୈନ, ରମେଶ ବିଶି, ମୁନା ସାହୁ, ରାଜୁ ନାଏକ ପ୍ରମୁଖ ମଞ୍ଚରେ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିବାସହ ବିଜେତା ଦଳକୁ ଟ୍ରଫି ପ୍ରଦାନ ସହ ଉପବିଜେତା ଦଳକୁ ପୁରସ୍କାର ରାଶି ପ୍ରଦାନ କରିଥିଲେ।
ସ୍ବାଗତ ବେହେରା ରେଫରି ଭାବେ ଯୋଗଦେଇ ଖେଳ ପରିଚାଳନା କରିଥିବା ବେଳେ ମୋହନ ସାହୁ ଓ ସଂକିର୍ତ୍ତନ ଜାନି ଲାଇନ୍ ରେ ସହଯୋଗ କରିଥିଲେ। ଗୌତମ ସାହୁ ଖେଳର ପ୍ରତ୍ୟକ୍ଷ ଧାରା ବିବରଣୀ ପ୍ରଦାନ କରିଥିଲେ।
ଆୟୋଜକ କମିଟିର ପିଙ୍କୁ,ରାମ, ଧନଞ୍ଜୟ,ଆକାଶ,ନରେନ,ମାନସ, ସୁଜିତ, ପ୍ରକାଶ ,ଯାଦବ, ବନମାଳୀ, କୁଳମଣୀ, ରୁମାନ,ତପନ,ବୁଳୁ, ବିକାଶ, କୃପତି,ଜଗନ,ବିଜୁ,ଜନ୍, ରୁଦ୍ର, ଫାଲ୍ଗୁନୀ, ସୁଜା , ଜଟ, ରିକୁ,ଟୁନୁ,ଗୋଳାପ,ଗୋପୀକାନ୍ତ,ଘିନୁ, ଆକାଶ, ଦିପକ ପ୍ରମୁଖ ପ୍ରତିଯୋଗିତା ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।
Edited by k.s thakur...



