ସରକାରୀ ଟଙ୍କା ଆତ୍ମସାତ୍ ଅଭିଯୋଗରେ ପଟ୍ଟାମୁଣ୍ଡାଇ ଜେଇ ଗିରଫ...

ସରକାରୀ ଟଙ୍କା ଆତ୍ମସାତ୍ ଅଭିଯୋଗରେ ପଟ୍ଟାମୁଣ୍ଡାଇ ଜେଇ ଗିରଫ...


ଭୁବନେଶ୍ଵର,୧୬/୧୨ : ପଟ୍ଟାମୁଣ୍ଡାଇ ଜେଇ ରତନେଶ ପାଣ୍ଡେଙ୍କୁ ଗିରଫ କଲା ଭିଜିଲାନ୍ସ । ସରକାରୀ ଅର୍ଥ ଆତ୍ମସାତ ଓ ଠକେଇ ଅଭିଯୋଗରେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଜେଇକୁ ଗିରଫ କଲା ଭିଜିଲାନ୍ସ । 

      Ad..


୨୦୨୩-୨୪ ଆର୍ଥିକ ବର୍ଷରେ ଷ୍ଟ୍ରିଟ୍ ଲାଇଟ୍ ବିଦ୍ୟୁତକରଣ ପ୍ରକଳ୍ପରେ ଘୋଟଲା ହୋଇଥିଲା । ସରକାରୀ କାମ ନ କରି ଟଙ୍କା ବ୍ୟକ୍ତିଗତ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ । କନିଷ୍ଠ ଯନ୍ତ୍ରୀ ୯ ଲକ୍ଷ ୭୦ ହଜାର ଟଙ୍କା ନିଜ ଆକାଉଣ୍ଟକୁ ଟ୍ରାନସଫର କରିଥିବା ଜଣାଯାଇଛି ।

Ad..


ଓଡ଼ିଶା ଭିଜିଲାନ୍ସର ଅଧିକାରୀଙ୍କ ଦ୍ୱାରା ତଦନ୍ତ ସମୟରେ ଜେଇ ରତନେଶ ପାଣ୍ଡେ ଗ୍ରାମ ପଞ୍ଚାୟତର ଉନ୍ନୟନମୂଳକ ପାଣ୍ଠିର ଅପବ୍ୟବହାର କରିଥିବା ଏବଂ ପିପିଲିର ଏସବିଆଇ ଶାଖାରେ ପରିଚାଳିତ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିଥିବା ଜଣାପଡିଥିଲା । 

ଏପର୍ଯ୍ୟନ୍ତ ତାଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତରିତ ହୋଇଥିବାର ପ୍ରମାଣ ସଂଗ୍ରହ କରାଯାଇଛି ଏବଂ ହେରଫେରର ଅଧିକ ପ୍ରମାଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି।

ଏହି ସମ୍ପର୍କରେ, ଓଡ଼ିଶା ଭିଜିଲାନ୍ସ ଅଭିଯୁକ୍ତ ଶ୍ରୀ ପାଣ୍ଡେଙ୍କ ବିରୁଦ୍ଧରେ କଟକ ଭିଜିଲାନ୍ସ ପିଏସ୍ କେସ୍ ନଂ.୩୫/୨୦୨୫ U/ S ୧୩(୨) R/W ୧୩ (୧)(ଏ)/୧୨ pc act, ୨୦୧୮/୪୦୯/୧୨୦-ବି ଆଇପିସି ଅନୁଯାୟୀ ମାମଲା ରୁଜୁ କରିଛି। ଗିରଫ ଜେଇ ରତ୍ନେଶ କୁମାର ପାଣ୍ଡେଙ୍କୁ କଟକ ଭିଜିଲାନ୍ସକୋର୍ଟରେ ହାଜର କରାଯାଇଛି।



Edited by k.s thakur...

Post a Comment

Previous Post Next Post