ମୁରିବାହାଲ ବ୍ଲକସ୍ତରୀୟ ବିରାଟ ଧନୁଯାତ୍ରା ମହୋତ୍ସବ ଉଦଘାଟିତ...
ମୁରିବାହାଲ,୧୮/୧୨ : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକସ୍ତରୀୟ ଧନୁଯାତ୍ରା ମହୋତ୍ସବ କମିଟି ପକ୍ଷରୁ ସପ୍ତମ ବିରାଟ ଧନୁଯାତ୍ରା ମହୋତ୍ସବ ବୁଧବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି।
Ad..
ଏହା ୧୭ତାରିଖ ଠାରୁ ୨୩ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଧନୁଯାତ୍ରା ପଡିଆରେ ମହାସମାରୋହରେ ଅନୁଷ୍ଠିତ ହେବ। ମୁରିବାହାଲ ଧନୁଯାତ୍ରା ମହୋତ୍ସବ କମିଟି ସଭାପତି ତରୁଣ ପୋଡ଼ଙ୍କ ସଭାପତିତ୍ବରେ ତଥା ସାଧାରଣ ସମ୍ପାଦକ ଦୁର୍ଗାନନ୍ଦ ମହାକୁରଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ହାଜି ମହମ୍ମଦ ଆୟୁବ ଖାଁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ।
Ad..
ମୁରିବାହାଲ ଜୁନିୟର କଲେଜର ଅଧକ୍ଷ ଡ ରମେଶ ଚନ୍ଦ୍ର ମହାନନ୍ଦ,ରେଞ୍ଜର ଶିବପ୍ରସାଦ ନାୟକ,ବରିଷ୍ଠ ସାମ୍ବାଦିକ ଭଗବାନ ମହାନ୍ତି,ସଦର ସରପଞ୍ଚ ବିଶ୍ଵବିହାରୀ ଯୋଶୀ,ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା,ସାଂସଦ ପ୍ରତିନିଧି ସିଦ୍ଧେଶ୍ୱର ଦାସ, ଏଏଓ ଗୁଲସନ୍ ମହନ୍ତ,ଏଟିଏମ ବିଶ୍ବରଂଜନ ବେହେରା ଓ ମଠାଧିଶ ସାଧୁ ସୁଶୀଲ ଦାସ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ।
ସ୍ଥାନୀୟ ରାଧାକୃଷ୍ଣ ମନ୍ଦିରରୁ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ଏହା ପୂର୍ବରୁ କର୍ତ୍ତା ରମାରଂଜନ ପାତ୍ର ଓ ପତ୍ନୀ ବିଶାଖା ପାତ୍ରଙ୍କ ଦ୍ଵାରା ମଞ୍ଚ ପୂଜାର୍ଚ୍ଚନା କରାଯାଇଥିବା ବେଳେ ପୂଜକ ରୂପେ କାଶୀନାଥ ଦାସ ଓ ଟିକୁ ଥନାପତି ଥିଲେ।
ଏହି ସାତଦିନ ବ୍ୟାପୀ ବିରାଟ ଧନୁଯାତ୍ରା ମହୋତ୍ସବରେ ମୁରିବାହାଲ ଗ୍ରାମ ମଥୁରା ନଗରୀ ଓ ପାଖ ବନବାହାଲ ଗ୍ରାମ ଗୋପପୁର ପାଲଟିବ । ଉଦଘାଟନୀଠାରୁ ପ୍ରତ୍ୟହ ସନ୍ଧ୍ୟାରେ ମଥୁରା ନରେଶ ମହାରାଜ କଂସଙ୍କ ଦରବାର ଅନୁଷ୍ଠିତ ହେବ।
ଏଥିରେ ବିଭିନ୍ନ ଦିବସରେ ଦ୍ରୁର୍ମିଳାସୁର ଵଧ,ନାରଦ କଂସଙ୍କ ସମ୍ବାଦ, ଦେବକୀ ବିବାହ, କଂସ ମହାରାଜାଙ୍କ ସିଂହାସନ ଆରୋହଣ, ଦେବକୀଙ୍କ ଷଡ଼ପୁତ୍ର ବିନାଶ,ସ୍ୱର୍ଗପୁର ଆକ୍ରମଣ, କଂସ ମହାରାଜଙ୍କ ନଗର ପରିକ୍ରମା,ଶ୍ରୀକୃଷ୍ଣ ଜନ୍ମ,ପୁତନା ପ୍ରେରଣ,ଷଢ଼ମଲ୍ଲ ବିନାଶ, ମଗଧ ନଗରୀ ଆକ୍ରମଣ, କଂସ ମହାରାଜଙ୍କ ବିବାହ ଓ କାଳୀୟ ଦଳନ,ନନ୍ଦ ଉତ୍ସବ,ରଙ୍ଗାସଭା,ଅକ୍ରୁର ପ୍ରେରଣ, ଯମ ଦରବାର,ଗୋପପୁରରେ ବିଭିନ୍ନ କାର୍ଯ୍ୟକ୍ରମ ସହ ଶେଷ ରଜନୀରେ ମହାରାଜ କଂସଙ୍କ ନିଧନ ମଞ୍ଚସ୍ଥ ହେବ ବୋଲି ଜଣାପଡିଛି।
ପ୍ରତ୍ୟେକ ଦିନ ଅଞ୍ଚଳର ବିଭିନ୍ନ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧନା ଓ ବିଭିନ୍ନ ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ, ମୀନାବଜାର ଆଦି ଅନୁଷ୍ଠିତ ହେବ ବୋଲି ଜଣାପଡିଛି।ଦର୍ଶକମାନେ ସୁବିଧାରେ ଧନୁଯାତ୍ରା ଦେଖିବା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି।
ଧନୁଯାତ୍ରାର ମହାରାଜ କଂସ ଭୂମିକାରେ ଲାଠୋରର ଆର୍ତ୍ତତ୍ରାଣ ସୁନାନୀ ଓ ସାଥୀ ବିଭିନ୍ନ ଭୂମିକାରେ ଅଭିନୟ କରିବେ।ଏଥିପାଇଁ ମୁରିବାହାଲ ପୋଲିସ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳାର ବ୍ୟବସ୍ଥା କରାଯାଇଛି।
ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ଆୟୋଜକ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରୁଥିବା ବେଳେ ଉପସଭାପତି ନାରାୟଣ ସାହୁ ଧନ୍ୟବାଦ ଦେଇଥିଲେ।
Edited by k.s thakur...



