ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ, ବିଧାୟକଙ୍କ ଦରମା ବୃଦ୍ଧିର ପୁନର୍ବିଚାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ...

ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ, ବିଧାୟକଙ୍କ ଦରମା ବୃଦ୍ଧିର ପୁନର୍ବିଚାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ...


ଭୁବନେଶ୍ବର,୧୮/୧୨ : ରାଜ୍ୟ କାର୍ଯ୍ୟାଳୟରେ ବିଜେପିର  ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେ.ଭି ସିଂ‌ହଦେଓ ଏବଂ ପ୍ରଭାତୀ ପରିଡ଼ା ଉପସ୍ଥିତ ଅଛନ୍ତି। ଏହାଛଡ଼ା ଦଳର ସମସ୍ତ ବିଧାୟକ ବି ଏଥିରେ ସାମିଲ ହୋଇଛନ୍ତି। 

Ad..


ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ବିଜେପି ବିଧାୟକମାନେ ଲୋକମତକୁ ସମ୍ମାନ ଜଣାଇ ଦରମା ବୃଦ୍ଧିର ପୁନର୍ବିଚାର କରିବାକୁ ଲିଖିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି। ଏଥିରେ ଦଳର ସାଙ୍ଗଠନିକ ସ୍ଥିତି ଏବଂ ରଣନୀତି ନେଇ ବୈଠକରେ ବି ଆଲୋଚନା ହେଉଥିବା ଜଣାଯାଇଛି। 

   Ad..


ନିକଟରେ ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ଆସି କରିଥିଲେ ବୈଠକ । ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସଭାପତିଙ୍କ ସହ କରିଥିଲେ ରୁଦ୍ଧ ଦ୍ୱାର ଆଲୋଚନା । ଏହା ସହ ଦିନକ ତଳେ ଦିଲ୍ଲୀ ଗସ୍ତରୁ ଫେରିଛନ୍ତି ମୁଖ୍ୟମନ୍ତ୍ରୀ। ସେ ସେଠାରୁ ଯେଉଁ ଗୁରୁ ମନ୍ତ୍ର ନେଇଆସିଛନ୍ତି, ତାର କ୍ରିୟାନ୍ବୟନ ଲାଗି ଆଜି ଏହି ବୈଠକ ହେଉଥିବା କୁହାଯାଉଛି।

ବିଶେଷ କରି ଆଗାମୀ ପଞ୍ଚାୟତ ନିର୍ବାଚନ ଲାଗି ଦଳକୁ ପ୍ରସ୍ତୁତ କରିବା, ନିଗମ ଅଧ୍ୟକ୍ଷ ପଦବୀ ପୂରଣ ଆଦି ନେଇ ବି ଏଥିରେ ଆଲୋଚନା ହେଉଥିବା କୁହାଯାଉଛି। ଦଳ ସଂଗଠନ ଓ ସରକାର ମଧ୍ୟରେ ସମନ୍ବୟ ରକ୍ଷା କରାଯିବା ନେଇବି ଏଥିରେ ଆଲୋଚନା ହେଉଥିବାର ସୂଚନା ରହିଛି। ତେଣୁ ଆଜି ବୈଠକରେ କଣ ଆଲୋଚନା ହେଉଛି ତାଉପରେ ରହିଛି ନଜର।




Edited by k.s thakur...

Post a Comment

Previous Post Next Post