ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର...

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର...


ଦିଗପହଣ୍ଡି,୧୪/୧୨ : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ପରେ ବଳାତ୍କାର ଘଟଣାରେ ଅଭିଯୁକ୍ତ ଦଣ୍ଡପାତ୍ରଙ୍କୁ ତଦନ୍ତକାରୀ ଅଧିକାରୀ ଦିଗପହଣ୍ଡି ଥାନା ଏସ୍‌.ଆଇ ରାଜକିଶୋର ପାତ୍ର ଗିରଫ କରି ଶନିବାର ବ୍ରହ୍ମପୁର ପୋକ୍ସୋ କୋର୍ଟକୁ ଚାଲାଣ କରିଛନ୍ତି। 

      Ad..


କେସ୍‌ ନଂ.୪୪୬/୨୫ ଅନୁଯାୟୀ ଅଭିଯୁକ୍ତଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି।ଗତ ୬ ତାରିଖରେ ଛାତ୍ରୀଙ୍କ ଘରେ କେହି ନ ଥିବା ସୁଯୋଗ ନେଇ ଅଭିଯୁକ୍ତ ତାଙ୍କୁ ଅପହରଣ କରି ନେଇଥିଲେ। 

    Ad..


ଘଟଣା ପ୍ରଘଟ ହେବା ପରେ ଭୁବନେଶ୍ୱରରେ ରହି ଦିନ ମଜୁରିଆ କାମ କରୁଥିବା ଛାତ୍ରୀଙ୍କ ମା’ ଘରେ ପହଞ୍ଚି ଝିଅର ଖୋଜ ଖବର ନେଇଥିଲେ। ଘର ଆଲାମିରାରେ ପ୍ରାୟ ୧ ଲକ୍ଷ ଟଙ୍କା ଏବଂ ପ୍ରାୟ ୩ ଭରି ଓଜନର ସୁନାହାର,କାନଫୁଲ ନଥିବା ଜଣାପଡ଼ିଥିଲା। 

ଝିଅର ସନ୍ଧାନ ନ ମିଳିବାରୁ ଗତ ୮ ତାରିଖରେ ଦିଗପହଣ୍ଡି ଥାନାରେ ପହଞ୍ଚି ଅଭିଯୁକ୍ତଙ୍କ ନାଁ ରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଭାରପ୍ରାପ୍ତ ଆଇଆଇସି ତଥା ଡିଏସ୍‌ପି ପ୍ରଶାନ୍ତ କୁମାର ପାତ୍ର ମୋକଦ୍ଦମା ରୁଜୁ କରିଥିଲେ। ଶୁକ୍ରବାର ତଦନ୍ତକାରୀ ଅଧିକାରୀ ଅଭିଯୁକ୍ତଙ୍କ ଫୋନ୍‌ ଟ୍ରାକିଂ କରିବାରୁ ଲୋକେସନ ବ୍ରହ୍ମପୁର ରେଳ ଷ୍ଟେଶନ ଦେଖାଇଥିଲା। 

ସେ ସଦଳବଳ ଷ୍ଟେଶନରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରି ଥାନାକୁ ଉଠାଇ ଆଣିଥିଲେ। ଭୁବନେଶ୍ୱର ପଳାଶୁଣି ନିକଟ ଓଭରବ୍ରିଜ ତଳେ ଏକ କୁଡ଼ିଆରେ ତାଙ୍କୁ ନେଇ ଦଣ୍ଡ ପାତ୍ର ରଖିଥିଲେ। 

ଗତ ୮ ତାରିଖରେ ଭୁବନେଶ୍ବର ପଳାଶୁଣି ନିକଟ ଏକ ମନ୍ଦିରରେ ଅଭିଯୁକ୍ତ ଦଣ୍ଡ ମୋ ମୁଣ୍ଡରେ ସିନ୍ଦୂର ଲଗାଇ ମୋତେ ବିବାହ କରିଥିବା ନେଇ ମହିଳା ଥାନା ଏସ୍‌.ଆଇ ସୋଫିଆ ମିଶ୍ରଙ୍କ ସମ୍ମୁଖରେ ପୀଡ଼ିତା ଛାତ୍ରୀ ଜଣକ ବୟାନ ଦେଇଥିଲେ। 

ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଉଭୟ ଅଭିଯୁକ୍ତ ଏବଂ ଛାତ୍ରୀଙ୍କ ଡାକ୍ତରୀ ମାଇନା କରାଯିବା ସହ ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ପୀଡ଼ିତା ଛାତ୍ରୀଙ୍କ ବୟାନ ରେକର୍ଡ କରାଯାଇଥିବା ଜଣାପଡ଼ିଛି।




Edited by k.s thakur...

Post a Comment

Previous Post Next Post