ପଞ୍ଚମ ପଦ୍ମପୁର ଲୋକ ମହୋତ୍ସବ ୨୦୨୫ ଉଦଯାପିତ...
ବରଗଡ଼/ପଦ୍ମପୁର,୧୫/୧୨(ବିଜୟ କୁମାର ସାହୁ): ବରଗଡ଼ ଜିଲ୍ଲା ପଦ୍ମପୁର ଟାଉନ କ୍ଲବ ଦ୍ବାରା ଅଶୋକ ଖେଳ ପଡିଆ ଠାରେ ଆୟୋଜିତ ପଞ୍ଚମ ପଦ୍ମପୁର ଲୋକ ମହୋତ୍ସବ ୨୦୨୫ ଆଜି ପଞ୍ଚମ ସନ୍ଧ୍ୟା ରେ କ୍ରିଡ଼ା ଓ ଯୁବ ବ୍ୟାପାର , ଉଚ୍ଚଶିକ୍ଷା ଓ ସଂସ୍କୃତି ବିଭାଗ କ୍ୟାବିନେଟ୍ ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୂରଜ ମୁଖ୍ୟ ଅତିଥି...
Ad..
ଝାରସୁଗୁଡ଼ା ଯୁବ ବିଧାୟକ ଟଙ୍କଧର ତ୍ରିପାଠୀ ଏବଂ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ପଞ୍ଚମ ଲୋକ ମହୋତ୍ସବ ୨୦୨୫ ର ପଞ୍ଚମ ସନ୍ଧ୍ୟାର ସାଂସ୍କୃତିକ ପର୍ବ କୁ ଶୁଭରମ୍ଭ କରିଛନ୍ତି।କ୍ଳବ ର ସଭାପତି ପ୍ରିତେଶ କୁମାର ବହିଦାର ସମ୍ମାନିତ ଅତିଥି ମାନଙ୍କୁ ସ୍ୱାଗତ ଜଣାଇଥିବା ବେଳେ ଆବାହକ ଅଶୋକ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ।
Ad..
ପଦ୍ମପୁର ଟାଉନ୍ ତଥା ପାଖଆଖ ଅଂଚଳ ର ଖେଳାଳି ଙ୍କ ପାଇଁ ଏଥେଲେଟିକ ଆସୋସିଏସନ୍ ର ପ୍ରୟାସ ରେ ଅଶୋକ ପଡ଼ିଆରେ ଏକ ଷ୍ଟେଡିୟମ କୁ ନିର୍ମାଣ ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ବ୍ୟୟବରାଦ ମଞ୍ଜୁର ହୋଇ ଥିବା ରୁ ଓଡ଼ିଶା କ୍ରିଡ଼ା ମନ୍ତ୍ରୀ ଙ୍କ ଉପସ୍ଥିତି ରେ ଶୁଭ ଦିଆଯାଇଥିଲା।
ପ୍ରଥମେ ସମସ୍ତ ଅତିଥି ମାନେ ମାଁ ସମଲେଶ୍ଵରୀ ଓ ନୃସିଂହନାଥ ମାର୍ଜାରକେଶରୀ ଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଦୀପ ପ୍ରଜ୍ବଳନ କରିଥିଲେ। ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିର ର ଛାତ୍ରୀ ମାନଙ୍କ ଦ୍ବାରା ପ୍ରାରମ୍ଭିକ ସଂଗୀତ ରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।
ବିଶିଷ୍ଟ କଳାକାର, ନାଟ୍ୟକାର ତଥା ଗାଳ୍ପିକ କୋକିଲ ସାହୁଙ୍କୁ ବିଶେଷ ଅବଦାନ ପାଇଁ ଓ ବିଶିଷ୍ଟ ଯୁବ ସଂଗୀତଜ୍ଞ ରମେଶ ଗୁର୍ଲା ଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବରଗଡ଼ ଜିଲ୍ଲାର ପ୍ରତିଷ୍ଠିତ ସାମାଜିକ ଗଣମାଧ୍ୟମ ଲଟକନା ଓ ଆମର ପଦ୍ମପୁର ଙ୍କୁ ପ୍ରଚାର ପ୍ରସାର ନିମନ୍ତେ ସମ୍ମାନିତ କରାଯାଇଥିଲା।
ପ୍ରତ୍ୟେକ ଦିନ ପରି ନାଟ୍ୟକାର କେଶରଞ୍ଜନ ପଧାନ, ଅଶୋକ ବହିଦାର ସଭା ମଞ୍ଚ ସଂଯୋଜନା କରିଥିବା ବେଳେ ବିଭିନ୍ନ ପୁରସ୍କାର ଓ ସମ୍ମାନ ପ୍ରଦାନ ପାଇଁ ମଞ୍ଚ ରେ ପ୍ରତାପ ନାଥ, ସୁରେଶ ସାହୁ ,ଟେନେଶ ପଣ୍ଡା ଓ ସୋମେଶ ମହାନ୍ତି ସହଯୋଗ କରିଥିଲେ । ବେଳେ ଉଦଘୋଷକ ମନିଷ କୁମାର ରଥ, ନିତୁ ସାହୁ, ଦୀପକ ଦାସ, ସୋନାଲିକ ଶବର ଓ ଦେବାଶିଷ ପଣ୍ଡା ମଞ୍ଚ ପରିଚାଳନା ଦାୟିତ୍ୱ ତୁଲାଇ ଥିଲେ।
ସ୍ଥାନୀୟ ସ୍କୁଲ କଲେଜ ସମେତ ଜିଲ୍ଲା ଓ ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ସାଂସ୍କୃତିକ ଗୀତ, ନୃତ୍ୟ ସଂଗୀତ ପରିବେଷଣ ହୋଇଥିଲା। ଉପସ୍ଥିତ ସମସ୍ତ ଦର୍ଶକଙ୍କ ସହ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କୁ ମହୋତ୍ସବ ପର୍ବରେ ଯୋଡି ହୋଇଥିବା ପାଇଁ କ୍ଳବ ର ସମ୍ପାଦକ ଇଂ କୁନାଲ ପାଣିଗ୍ରାହୀ କୃତଜ୍ଞତା ଓ ଧନ୍ୟବାଦ ଜଣାଇ ଆସନ୍ତା ସନ୍ଧ୍ୟାରେ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ମଧ୍ୟ ସମସ୍ତଙ୍କୁ ନିମନ୍ତ୍ରିତ କରିଥିଲେ।
ସମସ୍ତ କାର୍ଯ୍ୟକ୍ରମ ରେ ଟାଉନ୍ କ୍ଲବ ସଭାପତି ତଥା ମହୋତ୍ସବ କମିଟି ର ସଭାପତି ପ୍ରିତେଶ କୁମାର ବହିଦାର ଆବାହକ ଅଶୋକ କୁମାର ମିଶ୍ର, ସମ୍ପାଦକ ଇଂ କୁନାଲ ପାଣିଗ୍ରାହୀ, ନରେଶ ସୁନ୍ଦର ସାହୁ,ସୁବାଷ ପାତ୍ର,ସରୋଜ ମିଶ୍ର,ନରୋତମ ପ୍ରଧାନ,ହରି ସିଂ,କେଶବ ରଞ୍ଜନ ପ୍ରଧାନ,ଅଶୋକ ବହିଦାର,ପ୍ରତାପ ମିଶ୍ର,ନିରୋଜ ଦୋରା,ସୁରେନ୍ଦ୍ର ସାହୁ,ରମେଶ ଗୁର୍ଲ୍ଲା,ବିକାଶ ବହିଦାର,ସୁନୀଲ ଅଗ୍ରୱାଲ...
ପ୍ରମୋଦ ମେହେର,ପ୍ରତାପ ନାଥ,ଆଦିତ୍ୟ ରଥ,ଜ୍ୟୋସ୍ନାରାଣୀ କର,ରଞ୍ଜୁ ସେଠ,ନାରାୟଣ ପୁରୋହିତ,ରାଜେଶ ଗୁର୍ଲ୍ଲା,ନିରୋଜ ସିନ୍ନା,ଅଖିଳ ପଟ୍ଟନାୟକ,ଦିନେଶ ବାରିକ,ସୁରଜ ସୁନା,ସୁରେଶ ସାହୁ,ଅମିତ ଗର୍ଗ,ସୌମ୍ୟ ରଞ୍ଜନ ମହାନ୍ତି,ନିଖିଳ ପଟନାୟକ,ନରେଶ ବାରିକ,ଟେନେସ ପଣ୍ଡା,ଯୁଗଳ ସାହୁ,ଚିନ୍ମୟ ସାମଲ...
ସରୋଜ ଭୋଇ, ଟୁନା ବାରିକ,ଅନିଲ ଗର୍ଗ,ଵାରୀଶ ରାଜା,ଲକ୍ଷ୍ମୀକାନ୍ତ ବରିହା,ମନୋଜ ବେହେରା,ରୋହିତ ସେଠ,ରାହୁଲ ବହିଦାର,ରାହୁଲ ତାଣ୍ଡି,ସୁରେନନ୍ଦ୍ର ଲୁହାର,ବିନୀତ ପାତ୍ର,ଉଦ୍ଧବ ଡୁଙ୍ଗରି,ରୁଦ୍ରନାରାୟଣ ସାହୁ,ଆୟୁଷ ଯୋଶୀ,ଓମ ସାହୁ,ଶଙ୍କର ରାଉତ,ଡମ୍ୱରୁ ଭୋଇ,ବିରେନ ପ୍ରଧାନ,ପ୍ରେମାନନ୍ଦ ବରିହା ପ୍ରମୁଖ ସାଫଲ୍ୟ ମଣ୍ଡିତ କରିବାରେ ଦାୟିତ୍ୱ ବହନ କରିଥିଲେ।
ପ୍ରବଳ ଶିତସହ ଶେଷ ଉଦ୍ଯାପିତ ଦିବସରେ ବାଣିଜ୍ୟ ମେଳା ପ୍ରଦର୍ଶନୀ ଓ ମିନା ବଜାର ବୁଲି ଦର୍ଶକ ପଞ୍ଚମ ପଦ୍ମପୁର ଲୋକ ମହୋତ୍ସବ ୨୦୨୫ ମଜା ନେଇଥିଲେ।
Report : Bijay ku sahu
Edited by k.s thakur...



