କଣ୍ଟାବାଞ୍ଜିରେ ନାଗରିକ କମିଟି ଗଠନ ପାଇଁ ବୈଠକ...

କଣ୍ଟାବାଞ୍ଜିରେ ନାଗରିକ କମିଟି ଗଠନ ପାଇଁ ବୈଠକ...


କଣ୍ଟାବାଞ୍ଜି,୦୯/୧୨ : କଣ୍ଟାବାଞ୍ଜିର ସାମଗ୍ରିକ ବିକାଶ, ସାମାଜିକ ସମସ୍ୟା ନିରାକରଣ ଓ ନାଗରିକଙ୍କ ହିତ ସୁରକ୍ଷା ଉଦ୍ଦେଶ୍ୟରେ ଏକ ନାଗରିକ କମିଟି ଗଠନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । 

Ad..


ବୈଠକରେ ସହରର ଅନେକ ସଚେତନ ନାଗରିକ ଉପସ୍ଥିତ ରହି କମିଟି ଗଠନ, ଆଗାମୀ କାର୍ଯ୍ୟ ପରିକଳ୍ପନା ଓ ସହର ଏବଂ ଗ୍ରାମାଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। 

Ad..


ଉକ୍ତ ବୈଠକରେ ରୋହିତ ଅଗ୍ରୱାଲ, ରାଜୁ ଛତ୍ରିଆ, ପପୁ ଯୁଏଡ଼, କୁଶଳ ଠାକୁର, ଅରୁନ କୁମାର ତାଣ୍ଡି, ସୁଶିଲ କୁମାର ବେହେରା, ଜିତୁ ସୁନା, ଭୀଷ୍ମ ରାଜ କଟା, ଲୋକେଶ ଭୋଇ, ଟେମୁ ନାଏକ, ଜଗଦୀଶ ନାଗ, ଅମିତ୍ ତାଣ୍ଡି ଓ ଆକାଶ ନାଗ ଉପସ୍ଥିତ ଥିଲେ। 

ବୈଠକରେ ସମସ୍ତେ ଏକମତ ହୋଇ କହିଥିଲେ ଯେ ଆଗାମୀଦିନରେ କଣ୍ଟାବାଞ୍ଜି ସହର ଓ ଆଖ ପାଖ ଗ୍ରାମାଞ୍ଚଳ ର ଜନସାଧାରଣଙ୍କ ସମସ୍ୟା ସମାଧାନ ପାଇଁ ଏହି କମିଟି ସକ୍ରିୟ ଭାବେ କାମ କରିବ।ତେବେ ଉକ୍ତ ବୈଠକରେ କମିଟି ଗଠନ କରାଯାଇ ନ ଥିଲା।ଆଗାମୀ ବୈଠକରେ କମିଟି ଗଠନ ପାଇଁ ନିଷ୍ପତ୍ତି ନିଆଯାଇଥିଲା।




Edited by k.s thakur...

Post a Comment

Previous Post Next Post