ମାନ୍ଦଲା କ୍ଳଷ୍ଟର ସ୍ତରୀୟ ଶିକ୍ଷା ସଭା ଅନୁଷ୍ଠିତ...

ମାନ୍ଦଲା କ୍ଳଷ୍ଟର ସ୍ତରୀୟ ଶିକ୍ଷା ସଭା ଅନୁଷ୍ଠିତ...


କଣ୍ଟାବାଞ୍ଜି,୧୧/୧୨ :ତୁରେକେଲା ବ୍ଳକ ଅନ୍ତର୍ଗତ ମାନ୍ଦଲା କ୍ଳଷ୍ଟର ସ୍ତରୀୟ ଶିକ୍ଷା ସଭା ମାନ୍ଦଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା।ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଧନସିଂ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ  କାଡେଶ୍ୱର ମୁର୍ମୁ, ପ୍ରଧାନ ଶିକ୍ଷକ, କମେଇମୁଣ୍ଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଫକୀର ଚରଣ ବିଶି...

      Ad..


ଅତିରିକ୍ତ ଶିକ୍ଷା ଅଧିକାରୀ ମୁଖ୍ୟ ଅତିଥି, ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ତଥା ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶ ମୁଖ୍ୟ ବକ୍ତା, କମେଇମୁଣ୍ଡା ସରପଞ୍ଚ ବିନୋଦିନି ନାଗ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।

Ad..


ଶ୍ରୀ ମାଝୀ ସଭା ପରିଚାଳନା ଓ ଶିକ୍ଷକ ସୋମନାଥ ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ।ମହୁଲପଡା ପ୍ରଧାନ ଶିକ୍ଷୟିତ୍ରୀ ଯଶୋବନ୍ତି ପୁଟେଲ ଏକ ସଚେତନତା ଧର୍ମୀ କବିତା ପାଠ କରିଥିଲେ।

ଅତିଥି ମାନେ  ଅଧାରୁ ପାଠ ଛାଡିଥିବା ଓ ଆଦୌ ନାମ ଲେଖାଇ ନଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟ ସହିତ ଯୋଡ଼ି ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଉପସ୍ଥିତ ଜନସାଧାରଣଙ୍କୁ ନିବେଦନ କରିଥିଲେ।

ତାପରେ ବିଭିନ୍ନ ଗ୍ରାମରୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟରେ ନାମ ଲେଖାଇ ସେମାନଙ୍କୁ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ମୁଖ୍ୟ ସ୍ରୋତରେ ସାମିଲ କରାଯାଇଥିଲା।ଏହି ସଭାରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ,ପରମାନନ୍ଦ ସୁନା, ଚନ୍ଦ୍ରାବତି ଦେଇ, ଅକୃର ପୁଟା,ହରିଶଙ୍କର ସାହୁ...

ସୁବାଷ ଧରୁଆ, ବିକାଶ ବର୍ଗେ, ରଜନୀ ରାଉତ,ମୋହିନୀ ଧରୁଆ, ବିନୋଦ ବଉକ,କୁଳଧର ଚନ୍ଦନ ନୀରୋଦ ଭୋଇ, ବୈଷ୍ଣବ ବେହେରା,ବିଶ୍ୱଜିତ ଆଚାର୍ଯ୍ୟ,ରାଜକିଶୋର ସେଠ ଯୋଗ ଦେଇଥିଲେ।



Edited by k.s thakur...

Post a Comment

Previous Post Next Post