ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ଯାଳୟରେ ବାର୍ଷିକ କ୍ରୀଡା ଉତ୍ସବ ପାଳିତ...

ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ଯାଳୟରେ ବାର୍ଷିକ କ୍ରୀଡା ଉତ୍ସବ ପାଳିତ...


ବରଗଡ଼,୧୧/୧୨(ବିଜୟ କୁମାର ସାହୁ): ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ଯାଳୟ ଲଖମରାରେ ଦୁଇଦିନ ବ୍ଯାପି ବାର୍ଷିକ କ୍ରୀଡା ଉତ୍ସବ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ହୋତାଙ୍କ ତତ୍ବାବଧାନରେ ଆୟୋଜିତ ହୋଇଯାଇଛି। 

      Ad..


ଉକ୍ତ ଉତ୍ସବରେ ଶିକ୍ଷାପ୍ରେମୀ  ମଧୁସୂଦନ ଦାସ, ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ତଥା ଆଲୁମୁନି କିଶୋର ପଟେଲ, CRCC  ଶ୍ରୀଯୁକ୍ତ ବୈଷ୍ଣବ ପଣ୍ଡା,ପଞ୍ଚସଖା ଶିକ୍ଷାସେତୁ  ପ୍ରେସିଡେଣ୍ଟ ଶ୍ରୀଯୁକ୍ତ ରମାକାନ୍ତ ମିଶ୍ର,ବିଦ୍ଯାଳୟ ପରିଚାଳନା କମିଟିର ଚେୟାରମ୍ୟାନ ଶ୍ରୀଯୁକ୍ତ ତ୍ରିବିକ୍ରମ ନାଏକ, ଭାଇସ୍ ଚେୟାରମ୍ୟାନ ଶ୍ରୀମତି ବାସନ୍ତୀ ପଟେଲ ଅତିଥି ଭାବେ ଯୋଗଦାନ କରିଥଲେ।

Ad..


ଅତିଥିମାନେ ଜୀବନରେ କ୍ରୀଡାର ମହତ୍ବ ବିଷୟରେ ପିଲାମାନଙ୍କୁ ଉଦ୍ବୋଧନ ଦେଇଥିଲେ। ଏଥିରେ ବାଳବାଟିକାଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥଲେ। ଛାତ୍ରମାନଙ୍କ ମଧ୍ଯରେ ଆକାଶ ବନଛୋର ଓ ଛାତ୍ରୀମାନଙ୍କ ମଧ୍ଯରେ ଶାଳିନୀ ମିର୍ଦ୍ଧା ଚାମ୍ପିୟାନ ହୋଇଥିଲେ।

ଖେଳ ଶିକ୍ଷୟିତ୍ରୀ ଶ୍ରୀମତି ରଶ୍ମିତା ଦଣ୍ଡସେନା ଓ ଖେଳ ଶିକ୍ଷକ ଶ୍ରୀଯୁକ୍ତ କେଶବଚନ୍ଦ୍ର ଅଦାବରିଆଙ୍କ ନେତୃତ୍ବରେ ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସକ୍ରିୟ ଅଂଶଗ୍ରହଣରେ ପ୍ରତିଯୋଗିତାଗୁଡିକ ଶୃଙ୍ଖଳାର ସହିତ ସମାପନ ହୋଇଥିଲା। 

ଏଥିରେ ଶ୍ରୀଯୁକ୍ତ ବ୍ରଜକିଶୋର ଭିଲ ମଞ୍ଚ ପରିଚାଳନା କରିଥଲେ ଓ ଉଦେକର ନେଗୀ ,ଶ୍ରୀମତି ମିନିତା  ବରିହା, ଶ୍ରୀମତି ରଜନୀ ଭୋଇ,ଦେବବ୍ରତ ମେହେର, ସୁଶାନ୍ତ କୁମାର ଭୋଇ, ଅକ୍ଷୟ କୁମାର ପଟେଲ, ମନିଷ ବାଗ,ଯୁଧିଷ୍ଠିର ପ୍ରଧାନ, ଅନିରୁଦ୍ଧ ଖମାରୀ,ବୈଷ୍ଣବ ପଟେଲ,ପୂଜା ଦାଶ, ଲୟା ବଢେଇ,ଭାନୁପ୍ରିୟା ମହାରଣା, ପ୍ରଦୀପ ଡନସନା, ତାଙ୍କୁ ସହଯୋଗ କରିଥିଲେ ।ପରିଶେଷରେ ଶ୍ରୀମତି କଳ୍ପନା ସାହୁ ଧନ୍ଯବାଦ ଅର୍ପଣ କରିଥିଲେ।




Report : Bijay ku sahu

Edited by k.s thakur...

Post a Comment

Previous Post Next Post