କଣ୍ଟାବାଞ୍ଜି ନାଗରିକ କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର ପ୍ରଦାନ...
କଣ୍ଟାବାଞ୍ଜି,୨୯/୧୨(ନି.ପ୍ର): ଆଜି ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରର ଆୟୋଜନ କରାଯାଇଥିଲା।
Ad..
ଏହି ଅଭିଯୋଗ ଶୁଣାଣୀ ଶିବିରରେ ଅନେକ ଗାଁ ଲୋକଙ୍କ ସହ କଣ୍ଟାବାଞ୍ଜି ନାଗରିକ କମିଟି ପକ୍ଷରୁ ବଲାଙ୍ଗୀର ଜିଲ୍ଲାପାଳଙ୍କୁ କଣ୍ଟାବାଞ୍ଜି ସରକାରୀ ଚିକିତ୍ସାଳୟ ରେ ଥିବା ସ୍ତ୍ରୀ,ପ୍ରସୂତି ଓ ଗର୍ଭବତୀ ବିଭାଗ ଉପରେ କଣ୍ଟାବାଞ୍ଜି,ତୁରେକେଲା,ବଙ୍ଗୋମୁଣ୍ଡା, ମୁରିବାହାଲ ଅଞ୍ଚଳର ପ୍ରସୂତି ପାଇଁ ମହିଳା ମାନେ ନିର୍ଭର କରନ୍ତି।କିନ୍ତୁ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଗର୍ଭବତୀ ପ୍ରସ୍ତୁତି ବିଶେଷଜ୍ଞ ଥାଇ ମଧ୍ୟ ନଥିବା ସାଙ୍ଗେ ସମାନ।
Ad..
କାହିଁକି ନା ପ୍ରାୟ ବିଶେଷଜ୍ଞ ନିଜ ଘରୋଇ କ୍ଲିନିକ ରେ ଯେତେ ସମୟ ଦିୟନ୍ତି ସରକାରୀ ଚିକିତ୍ସାଳୟର ଡ଼ିଉଟି ସମୟରେ ଛୁଟି ନେଇ ନିଜ ଭ୍ୟକ୍ତିଗତ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ମଧ୍ୟ ଗର୍ଭବତୀ ଓ ପ୍ରସୂତି ବିଭାଗରେ ଦୁଇ ଜନ ବିଶେଷଜ୍ଞ ଅଛନ୍ତି,କିନ୍ତୁ ତାଙ୍କ ଅବହେଳା କାର୍ଯ୍ୟଗତ ସମସ୍ୟାକୁ ଦୃଷ୍ଟିରେ ରଖି ଗର୍ଭବତୀ ମହିଳା ମାନଙ୍କୁ ବିଶେଷଜ୍ଞ ମହିଳା ଡାକ୍ତର ନିୟୋଜିତ କରାଯାଉ ବୋଲି ଆଜି ଲିଖିତ ଅଭିଯୋଗ ଦିଆଗଲା।
Ad..
ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ ସହିତ ସାକ୍ଷାତ କରି ଉକ୍ତ ସମସ୍ୟା ଉପରେ ଆଲୋଚନା କରିଥିଲେ ନାଗରିକ କମିଟି ସଭାପତି ଓ ସଦସ୍ୟ ମାନେ। ଏହି ଦାବିପତ୍ର କୁ ନେଇ ପ୍ରତିକ୍ରିୟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ଯେ ବହୁତ ଶୀଘ୍ର କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଗର୍ଭବତୀ ପ୍ରସୂତି ବିଶେଷଜ୍ଞ ମହିଳା ଡାକ୍ତର ଯୋଗେଇ ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି।
ଅଭିଯୋଗ ପତ୍ର ପ୍ରଦାନ ସମୟରେ କଣ୍ଟାବାଞ୍ଜି ନାଗରିକ କମିଟି ସଭାପତି ଅରୁନ କୁମାର ତାଣ୍ଡି,ଉପ ସଭାପତି ରାଜୁ ଛତ୍ରିଆ,ସହ ସଂପାଦକ ଜିତୁ ସୁନା ସାମ୍ବାଦିକ ପରିଚାଳକ ପ୍ରମୋଦ କୁମାର ବେହେରା ,ମେମ୍ବର ଲକ୍କି ପାନିକା ପ୍ରମୁଖ ଉପସ୍ଥିତ ଥିଲେ।
Edited by k.s thakur...
Tags:
CDMO
CHC
collector & sp joint grivence
doctor
kantabanji
latest news
latest update
letter
nagrik committee
odisha daily current affairs
odisha news
turekela




