ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ...
ଭୁବନେଶ୍ୱର,୨୪/୧୨(ନି.ପ୍ର): ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।
Ad..
ଭୁବନେଶ୍ୱରସ୍ଥିତ ଜଳ ସମ୍ପଦ ବିଭାଗର ‘ରାଜୀବ ଭବନ’ଠାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା।ଏହି ବୈଠକରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ବିଭିନ୍ନ ପ୍ରସଙ୍ଗରେ ପ୍ରାଥମିକ ସମୀକ୍ଷା କରାଯାଇଥିଲା।
Ad..
ମହାନଦୀ ବିବାଦର ଇତିହାସ ଏବଂ ହୀରାକୁଦ ପ୍ରକଳ୍ପ ସମ୍ବନ୍ଧୀୟ ତଥ୍ୟ ଉପରେ ଆଲୋଚନା ହୋଇଥିଲା।ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ରେ ଚାଲିଥିବା ମାମଲାର ବର୍ତ୍ତମାନର ସ୍ଥିତି ଓ ଆଗାମୀ କାର୍ଯ୍ୟପନ୍ଥା ଉପରେ ସମୀକ୍ଷା କରାଯାଇଥିଲା।
Ad..
ଛତିଶଗଡ଼ ସହ କିଭଳି ଭାବେ ଆଲୋଚନା ମାଧ୍ୟମରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ କରାଯାଇପାରିବ, ସେନେଇ ରଣନୀତି ପ୍ରସ୍ତୁତ କରାଯାଇଛି। ମହାନଦୀ ଅବବାହିକାର ସାମଗ୍ରିକ ସ୍ଥିତି ଏବଂ ଓଡ଼ିଶାର ସ୍ୱାର୍ଥ ରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏହି ସର୍ବଦଳୀୟ ଉଚ୍ଚସ୍ତରୀୟ ବୈଠକରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଉପସ୍ଥିତ ଥିଲେ। ଏଥିସହ ବିଧାୟକ ସରୋଜ କୁମାର ପ୍ରଧାନ, ନିରଞ୍ଜନ ପୂଜାରୀ ଏବଂ ସୋଫିଆ ଫିର୍ଦୋସ ମଧ୍ୟ ସାମିଲ ହୋଇଥିଲେ।
ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଭର୍ଚୁଆଲ୍ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ଉନ୍ନୟନ କମିଶନର ଅନୁ ଗର୍ଗ ପ୍ରମୁଖ ବୈଷୟିକ ତଥ୍ୟ ଉପସ୍ଥାପନ କରିଥିଲେ।
Edited by k.s thakur...
Tags:
Bhubaneswar
deputy cm k.v singh deo
latest news
latest update
mahanadi water treaty
meeting
odisha daily current affairs
odisha news




