ଗୁରୁଣ୍ଡାରେ ରକ୍ତଦାନ ଶିବିରର ଆୟୋଜନ ; ୨୪ ୟୁନିଟ ରକ୍ତ ସଂଗ୍ରହ...
ବଙ୍ଗୋମୁଣ୍ଡା,୩୧/୧୨(ନି.ପ୍ର):ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଗୁରୁଣ୍ଡା ଉଚ୍ଚ ବିଦ୍ୟାଳୟ ଠାରେ ‘ସମ୍ବାଦ - ଆମ ଓଡ଼ିଶା’ ଏବଂ ଗୋଇମୁଣ୍ଡ ପଞ୍ଚାୟତ ସରପଞ୍ଚ କାଳିଆ ସରାଫ ଙ୍କ ମିଳିତ ଆନୁକୂଲ୍ୟ ରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।
Ad..
ସମ୍ବାଦ ପ୍ରତିନିଧି ଉଦ୍ଧବ ଦାସ ଙ୍କ ନେତୃତ୍ବ ଶିବିରରେ ମୁଖ୍ୟ ଅତିଥି ଭାବେ ଗୋଇମୁଣ୍ଡ ସରପଞ୍ଚ କାଳିଆ ସରାଫ ଓ ସମ୍ମାନୀତ ଅତିଥି ଭାବେ ଗୁରୁଣ୍ଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ସନ୍ତୋଷ ସରାଫ,ସାମ୍ବାଦିକ ପୁଷ୍ପକେତୁ ବେହେରା,ରାଧେଶ୍ୟାମ ମେହେର, ହୁଳେଶ୍ୱର ହଂସ,ରଶ୍ମୀରଞ୍ଜନ ପୁଟେଲ,ଅଶୋକ ନାରାୟଣ ଭୋଇ,ନବୀନ ତାଣ୍ଡି ପ୍ରମୁଖ ଯୋଗଦାନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।
Ad..
ଅଗ୍ରପୁଜ୍ୟ ଗଜାନନଙ୍କ ପୂଜାର୍ଚ୍ଚନା ପରେ ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରରେ ୨୪ ଜଣ ସ୍ବେଚ୍ଛାକୃତ ରକ୍ତଦାନ କରିଥିଲେ।କଣ୍ଟାବାଞ୍ଜି ରକ୍ତ ଭଣ୍ଡାର କର୍ମଚାରୀ ଶିବ କୁମାର ସାହୁ, ବିଶ୍ୱଜିତ ଦେବତା,ଗୁରୁବାରୁ ରଣା,ପ୍ରଶାନ୍ତ ସାହୁ,ପ୍ରଦୀପ ମହାପାତ୍ର ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ।
Ad..
ମୋହନ ବୈଠାରୁ,ହରମନ ବେହେରା,କୂଳ ବେହେରା,ଆୟୁଷ ପାଣିଗ୍ରାହୀ, ସମାଜସେବୀ ଉମେଶ ଛୁରା ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।ବଙ୍ଗୋମୁଣ୍ଡାର ମୁକ୍ତାର ଅଲ୍ଲି ଅଞ୍ଚଳ ରେ ୩୦ ଥର ରୁ ଉର୍ଦ୍ଧ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇଥିବାରୁ ସମ୍ମାନୀତ କରାଯାଇଥିଲା।
ରକ୍ତଦାତା ଜୀବନ ଦାତା :ସୁବୋଧ ସରାଫ,ସୌମ୍ୟ ରଞ୍ଜନ ସରାଫ,ରମେଶ ପୁଟେଲ,ଆୟୁଷ ପାଣିଗ୍ରାହୀ,ଇନ୍ଦ୍ରଜିତ ବାଗ, ରିତେଶ ବାଗ, ଦେବେନ୍ଦ୍ର ଭୋଇ, ସନ୍ତୋଷ ସରାଫ,ଦୀପକ ସରାଫ,କୃଷ୍ଣ ପ୍ରସାଦ ବନଛୋର,ତପନ ସଗ୍ରିଆ, ତୁଳାରାମ ଭୋଇ,ବିକାଶ ସରାଫ,ଭରତ ସରାଫ...
ଅକ୍ଷୟ ପରୁଆ,ରମେଶ ନେଉରା, ଗୁରୁଦେବ ସରାଫ,ବିନୋଦ ସରାଫ, ସୁବ୍ରଜିତ ଦାଶ,ଦୁଷ୍ମନ୍ତ ବାଗ, ରାକେଶ ବାଗ, ଭୁପେନ୍ଦ୍ର ସରାଫ,ଡ଼ବ୍ଲୁ ସରାଫ, ଯୁଧିଷ୍ଠିର ଭରାସଗ୍ରିଆ ପ୍ରମୁଖ ରକ୍ତଦାନ କରି ଉଦାହରଣ ସାଜିଥିଲେ।
Edited by k.s thakur...
Tags:
bangomunda
blood donation camp
gurunda
latest news
latest update
odisha daily current affairs
odisha news




