୨୬/୧୧ ଶହୀଦଙ୍କୁ ଅବିଭିପି ପକ୍ଷରୁ ଶ୍ରଦ୍ଧାଞ୍ଜଳି...

୨୬/୧୧ ଶହୀଦଙ୍କୁ ଅବିଭିପି ପକ୍ଷରୁ ଶ୍ରଦ୍ଧାଞ୍ଜଳି...


କଣ୍ଟାବାଞ୍ଜି,୨୭/୧୧ : ୨୬ ନଭେମ୍ବର ୨୦୦୮ରେ ପାକିସ୍ତାନର ଲସ୍କର-ଏ-ତୈବାର ୧୦ ଜଣ ଆତଙ୍କବାଦୀ ମୁମ୍ବାଇରେ ଏକ ସିରିଜ୍ ଆକ୍ରମଣ କରିଥିଲେ। ତାଜ ହୋଟେଲ, ଟ୍ରାଇଡେଣ୍ଟ ହୋଟେଲ, ନରିମାନ ହାଉସ୍ ଏବଂ ଛତ୍ରପତି ଶିବାଜୀ ଟର୍ମିନସ୍ ସମେତ ଅନେକ ପ୍ରମୁଖ ସ୍ଥାନକୁ ଟାର୍ଗେଟ କରି ବିସ୍ଫୋରଣ କରାଯାଇଥିଲା। 

Ad..


ଏହି ଆକ୍ରମଣ ଗୁଡ଼ିକରେ ଅନେକ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ୧୫୦ ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା। ମୁମ୍ବାଇ ଉପରେ ହୋଇଥିବା ଏହି ଆକ୍ରମଣକୁ ୨୬/୧୧ ଭାବରେ ଜଣାଶୁଣା। 

   Ad..


ପାକିସ୍ତାନର ଭୟଙ୍କର ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବାର ୧୦ ଜଣ ଆତଙ୍କବାଦୀ ଏକ ସୁଚିନ୍ତିତ ଷଡ଼ଯନ୍ତ୍ରର ଅଂଶ ଭାବରେ ଏହି ଆକ୍ରମଣ କରିଥିଲେ। ଗତକାଲି ଏହି ଘଟଣାର ୧୭ତମ ବର୍ଷ ପୂର୍ତ୍ତି ଅବସରରେ, ଯେତେବେଳେ ଦେଶ ଏହି ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ସହରର ଏବିଭିପି ସଦସ୍ୟ ମାନେ ମଧ୍ୟ ଏହି ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। 

    Ad..


ସ୍ଥାନୀୟ ଇନ୍ଦ୍ରା ଛକରେ, ଏବିଭିପି କର୍ମୀମାନେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ୧୫୦ ଜଣଙ୍କ ସମେତ ମୁମ୍ବାଇ ପୋଲିସର ଶହୀଦ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। 

Ad..


ଏହି କାର୍ଯ୍ୟକ୍ରମରେ ଏବିଭିପିର ବଲାଙ୍ଗୀର ଜିଲ୍ଲା ସଂଯୋଜକ ଶୁଭାଶିଷ କୁମାର ପାଣି, ନଗର ପ୍ରମୁଖ ସୁବ୍ରତ ମହାକୁର, ନଗର ସହ-ପ୍ରମୁଖ ଆଶିଷ ଯାଦବ, ନଗର ସମ୍ପାଦକ ଦିବ୍ୟାଂଶୁ ପାଣିଗ୍ରାହି, ନଗର ସହ-ପ୍ରମୁଖ ସୁମିତ ଦାସ, ରାଜେଶ ରାଓ, ଅନନ୍ତ ତିୱାରୀ ପ୍ରମୁଖ ଉପସ୍ଥିତ ଥିଲେ।




Edited by k.s thakur...

Post a Comment

Previous Post Next Post