ମହିଳା ସ୍ନାତକ ମହାବିଦ୍ୟାଳୟ କଣ୍ଟାବାଞ୍ଜି ପରିସରରେ ୭୬ ତମ ସମ୍ବିଧାନ ଦିବସ ପାଳିତ...
କଣ୍ଟାବାଞ୍ଜି,୨୭/୧୧ : ଗତକାଲି ମହିଳା ସ୍ନାତକ ମହାବିଦ୍ୟାଳୟ କଣ୍ଟାବାଞ୍ଜି ପରିସରରେ ୭୬ ତମ ସମ୍ବିଧାନ ଦିବସ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲା ଉନ୍ନୟନ କର୍ତ୍ତୃପକ୍ଷ ର ମୁଖ୍ୟ ଉନ୍ନୟନ ଅଧିକାରୀ ଧୀମାନ ତରଣୀ ସୁନା ମୁଖ୍ୟ ଅତିଥି ଏବଂ ବାର ଆସୋସିଏସନ କଣ୍ଟାବାଞ୍ଜିର ଉପ ସଭାପତି ଆଡ଼ଭୋକେଟ ଅଭିମନ୍ୟୁ ନାଗ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ।
Ad..
ପ୍ରଥମେ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ କରାଯାଇଥିଲା।ସଭା ପ୍ରାରମ୍ଭରେ ଅତିଥିମାନେ ସମ୍ବିଧାନର ମୁଖ୍ୟ ଶିଳ୍ପୀକାର ଡ଼କ୍ଟର ବାବା ସାହେବ୍ ଅମ୍ବେଦକର ଓ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫୋଟୋ ଚିତ୍ରରେ ପୁଷ୍ପ ଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ।
Ad..
ପରେ ସାମୁହିକ ଭାବେ ଅଧ୍ୟାପକ, ଅଧ୍ୟାପିକା, ସମସ୍ତ ଷ୍ଟାଫ, ଛାତ୍ରୀମାନେ ସମ୍ଭିଧାନ ର ମୁଖବନ୍ଧ ବା ପ୍ରସ୍ତାବନାକୁ ପଠନ କରି ସମ୍ବିଧାନର ଶପଥ ନେଇଥିଲେ।ଓଡ଼ିଆ ବିଭାଗର ମୁଖ୍ୟ ଯୁଧିଷ୍ଠିର ବେହେରା ସଭାର ସଭାପତିତ୍ୱ କରିଥିବା ବେଳେ ରାଜନୀତି ବିଭାଗର ମୁଖ୍ୟ ଜିତେନ୍ଦ୍ର ସୁନା ପ୍ରସ୍ତାବନାର ମହତ୍ତ୍ୱ ବିଷୟରେ ଉପସ୍ଥାପନା କରି ଭାରତ ଏକ ସାର୍ବଭୋମତ୍ୱ, ସମାଜବାଦୀ...
Ad..
ଧର୍ମନିରପେକ୍ଷ, ଗଣତାନ୍ତ୍ରିକ, ସାଧାରଣତନ୍ତ୍ର ରାଷ୍ଟ୍ର ଅଟେ ଏବଂ ଏହାର ସମସ୍ତ ନାଗରିକ ଜାତି ଧର୍ମ ବର୍ଣ୍ଣ ଓ ଲିଙ୍ଗ ନିର୍ବିଶେଷରେ ସମସ୍ତେ ସମାନ ଓ ତେଣୁ ସମସ୍ତେ ସମାନତା, ସ୍ୱତନ୍ତ୍ରତା, ବନ୍ଧୁତ୍ୱ, ନ୍ୟାୟ ଓ ଗାରିମା ପାଇ ପାରୁଛନ୍ତି ବୋଲି ଉଦବୋଧନ ଦେଇଥିଲେ।
Ad..
ବକ୍ତା ଅଭିମନ୍ୟୁ ନାଗ ନିଜ ମନ୍ତବ୍ୟରେ ନାରୀ ସଶକ୍ତିକରଣ ଦିଗରେ ସମ୍ବିଧାନ ର ପ୍ରମୁଖ ଭୂମିକା ରହିଛି କିନ୍ତୁ ଆଜି ଭି ନାରୀ ସୁରକ୍ଷିତ ନୁହେଁ? ନାରୀ ଆଜି ଭି ସମ୍ବିଧାନ ବିଷୟରେ ସଚେତନ ହେବା ଜରୁରୀ ବୋଲି ମତ ଦେଇଥିଲେ।
ମହାବିଦ୍ୟାଳୟ ର ଅଧକ୍ଷ ରାଜେନ୍ଦ୍ର ପୁରୋହିତ କୌଣସି କାରଣ ବଶତ କାର୍ଯ୍ୟକ୍ରମରେ ଉପସ୍ଥିତ ନଥିଲେ ମଧ୍ୟ ଆଭାସୀ ମାଧ୍ୟମରେ ଯୋଗଦାନ କରି ସମ୍ବିଧାନ ର ଗୁରୁତ୍ୱ ବିଷୟରେ ଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ।
ମଞ୍ଚରେ ଉପସ୍ଥିତ ଥିବା ଅଧ୍ୟାପକ ଯୁଧିଷ୍ଠିର ବେହେରା ଓ ଅଧ୍ୟାପିକା ଶ୍ରୀମତୀ ସୁନନ୍ଦା ରଥ ସମସ୍ତଙ୍କର ପ୍ରଗତି, ଉନ୍ନତି ର ମାର୍ଗ ସମ୍ବିଧାନରେ ନିହିତ ଅଛି ବୋଲି ମତ ଦେଇଥିଲେ।ଏହି କାର୍ଯ୍ୟକ୍ରମର ପରିଚନା ଇଂରାଜୀ ବିଭାଗ ର ମୁଖ୍ୟ ସୋମନାଥ ମେହେର କରିଥିଲେ।
ପରିଶେଷରେ ସମ୍ବିଧାନ ଉପଲକ୍ଷେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ।ଶେଷରେ ଶ୍ରୀମତୀ ଧରାଶ୍ରୀ ମହାନ୍ତି ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।
Edited by k.s thakur...





