୩୯ ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ ପାଇଁ ମଶାଲ ଶୋଭାଯାତ୍ରା...

୩୯ ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ ପାଇଁ ମଶାଲ ଶୋଭାଯାତ୍ରା...


ବଙ୍ଗୋମୁଣ୍ଡା,୦୧/୧୧ : ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ସଦର ସ୍ଥିତ  ସର୍ବସାଧାରଣ ଖେଳପଡ଼ିଆ ଠାରେ ୩୯ ତମ ଧନୁଯାତ୍ରା ମହୋତ୍ସବ ପାଇଁ ଶନିବାର ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।

Ad..


ଗ୍ରାମର ଇଷ୍ଟଦେବୀ ମାଁ ଦ୍ୱାରସେହ୍ନିଙ୍କ ପୀଠରେ ପୂଜାର୍ଚ୍ଚନା ପରେ ବିଶାଳ ଶୋଭାଯାତ୍ରାରେ ମଶାଲ ଧନୁଯାତ୍ରା ପଡ଼ିଆକୁ ଆଣି ସ୍ଥାପିତ କରାଯାଇଥିଲା ।ଚଳିତ ବର୍ଷ ୩୯ ତମ ଧନୁଯାତ୍ରା ପାଳିତ ହେଉଛି।

      Ad..


ରଙ୍ଗମଞ୍ଚରେ ପୌରାଣିକ କଥାଵସ୍ତୁ ଆଧାରିତ ନାଟ୍ୟାଭିନୟ ପରିବେଷିତ ହେବ ।ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ସାଂସ୍କୃତିକ  କାର୍ଯ୍ୟକ୍ରମ ପରିବେଷିତ ହେବ। ୧ ରୁ ୫ ତାରିଖ ପର୍ଯ୍ୟନ୍ତ  ଧନୁଯାତ୍ରା ମହୋତ୍ସବ ଆୟୋଜିତ ହେଉଅଛି।

Ad..


ଧନୁଯାତ୍ରା ମହୋତ୍ସବ କମିଟି ସଭାପତି ତୁଳସିରାମ ହଂସ,କାର୍ଯ୍ୟକାରୀ ସଭାପତି  ଆନନ୍ଦ ଅଗ୍ରୱାଲ,ଉପସଭାପତି ଜମିଦାର ଶରତ ଚନ୍ଦ୍ର ସିଂ ଭୋଇ,ଉପସଭାପତି ଡ଼ ନାରାୟଣ ମିଶ୍ର,ସାଧାରଣ ସମ୍ପାଦକ ରଶ୍ମିରଂଜନ ପୁଟେଲ,ସାଂସ୍କୃତିକ ସମ୍ପାଦକ ଘନଶ୍ୟାମ ମନହିରା,ଅର୍ଥ କମିଟି ସମ୍ପାଦକ ବିଦ୍ୟା ଜୈନ...

Ad..


ଗୋପପୁର କମିଟି ସଭାପତି ବିନୋଦ ମେହେର,ଜିପିଡ଼ିଓ ପୁରୁଷୋତ୍ତମ ମାଝୀ, ପିଇଓ ପୀତବାସ ଜାନୀ,,ସାମ୍ବାଦିକ ଦୀପକ ଦାସ ଯାଦବ, ହୁଲେଶ୍ୱର ହଂସ,ଅଶୋକ ନାରାୟଣ ଭୋଇ,ରାଧେଶ୍ୟାମ ମେହେର,ଗୋପୀ ସା,ପ୍ରତୀକ ପୁଟେଲ, ବୈକୁଣ୍ଠ ସା,ଦିଗସନ ମଲ୍ଲିକ,ପ୍ରେମରାଜ ଚୌଧୁରୀ, ପ୍ରମୁଖଙ୍କ ସହ ଆୟୋଜକ କମିଟିର କାର୍ଯ୍ୟକର୍ତା ତଥା ଗ୍ରାମବାସୀ ବଜାଗଜା ସହିତ ମନ୍ଦିରରୁ ମଶାଲ ନେଇ ଧନୁଯାତ୍ରା ପଡିଆରେ ସ୍ଥାପିତ  କରାଯାଇଥିଲା।

Ad..


ମୁଖ୍ୟ ଅତିଥି ଭାବେ  ବିଧାୟକ ଲକ୍ଷ୍ମଣ ବାଗ,ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ର ବିଶ୍ୱଜିତ ସ୍ୱାଇଁ,ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପୁରୁଷୋତ୍ତମ ମାଝୀ,ପୂର୍ବତନ ସରପଞ୍ଚ ସୁଶାନ୍ତ ଯୋଶୀ,ଥାନା ଅଧିକାରୀ ସଂଜୀବ ପଧାନ  ପ୍ରମୁଖ ଅତିଥି ଭାବେ ଯୋଗଦେଇ ମଶାଲ ସ୍ଥାପିତ ସହ ମହୋତ୍ସବର ଶୁଭାରମ୍ଭ କରିଥିଲେ। ଉତ୍ସାହ ଓ ଉଦ୍ଦୀପନା ସହିତ ଧନୁଯାତ୍ରା ମହୋତ୍ସବ  ପାଳିତ ହେଉଅଛି।



Edited by k.s thakur...

Post a Comment

Previous Post Next Post