ରାଜ୍ୟ କ୍ୟାବିନେଟରେ ୯ଟି ବିଭାଗର ୧୨ ପ୍ରସ୍ତାବ ଉପରେ ବାଜିଲା ମୋହର...
ଭୁବନେଶ୍ଵର,୨୧/୧୧ : ସରିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ଲୋକସେବା ଭବନର ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶା କ୍ୟାବିନେଟର ୩୦ତମ ବୈଠକ ଅନୁଷ୍ଠିତ ହୋଇଥିଲା।
Ad..
ଏଥିରେ ୯ଟି ବିଭାଗର ୧୨ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି। ଇସ୍ପାତ ଓ ଖଣି ବିଭାଗର ୨ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ଖଣି ଚୋରା ଚାଲାଣ ରୋକିବାକୁ କଠୋର ଆଇନକୁ ମଞ୍ଜୁରୀ ମିଳିଛି।
Ad..
ଏଥିପାଇଁ ଆସିଲା ନୂଆ ଆଇନ ‘ଓଡ଼ିଶା ଖଣିଜ ପଦାର୍ଥ ନିୟମାବଳୀ-୨୦୨୫ । ନୂଆ ଆଇନ ପରେ ପୁରୁଣା ୨୦୦୭ ନିୟମାବଳୀକୁ ଉଚ୍ଛେଦ କରିବ।
Ad..
ଲଘୁ ଖଣିଜ ରିହାତି ନିୟମରେ ମଧ୍ୟ ସଂଶୋଧନ ହୋଇଛି । ଏଣିକି ଲଘୁ ଖଣିଜ ସଂପଦର ଆବଣ୍ଟନ ପାଇଁ ଇ-ଲଟେରୀ ବ୍ୟବସ୍ଥା କରାଯାଇଛି । ଅର୍ଥ, ଆଇଟି ସମେତ ବିଭିନ୍ନ ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସେହିପରି SC/ST ଛାତ୍ରଛାତ୍ରୀଙ୍କ ମେଧାବୃତ୍ତି ବୃଦ୍ଧିକୁ କ୍ୟାବିନେଟର ମଞ୍ଜୁରୀ ।
Ad..
ଏହାସହ ଓଡ଼ିଶାରେ ପ୍ରତିଷ୍ଠା ହେବ ଗ୍ଲୋବାଲ କାପାବିଲିଟି ସେଣ୍ଟର । କାପାବିଲିଟି ସେଣ୍ଟର ପାଇଁ ଆସିବ ହଜାରେ କୋଟିର ପୁଞ୍ଜିନିବେଶ । ଜଳ ପ୍ରଦୂଷଣ ନିୟମରେ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ମିଳିଛି ।
ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ଗଠନ ପାଇଁ ମଞ୍ଜୁରୀ ମିଳିଛି। ସେହିପରି ପୋଲିସ, ବନ, ଅବକାରୀ ବିଭାଗର ନିଯୁକ୍ତି କରିବ ଆୟୋଗ। ଏଥିରେ ଜଣେ ଅଧ୍ୟକ୍ଷ, ୨ ଜଣ ସଦସ୍ୟ ରହିବେ।ସୂଚନା ଯୋଗ୍ୟ; ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ।
Edited by k.s thakur...
Tags:
Bhubaneswar
cabinet meeting
cm mohan Majhi
deputy cm k.v singh deo
deputy cm prabhati parida
latest news
latest update
odisha daily current affairs
odisha news





