ମୁରିବାହାଲ ପୋଲିସ ଦ୍ବାରା ୧୨ ଦାଦନ ଉଦ୍ଧାର ,ସର୍ଦ୍ଦାର ଫେରାର୍ !

ମୁରିବାହାଲ ପୋଲିସ ଦ୍ବାରା ୧୨ ଦାଦନ ଉଦ୍ଧାର ,ସର୍ଦ୍ଦାର ଫେରାର୍ !


କଣ୍ଟାବାଞ୍ଜି,୨୧/୧୧ : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ପୋଲିସ୍ ନାଇଟ୍ ପେଟ୍ରୋଲିଂ କରୁଥିବା ବେଳେ କୁର୍ଲୁବାହାଲ ଛକ ଠାରେ ବେଆଇନ୍ ଦାଦନ ଚାଲାଣ ହେଉଥିବା ୧୨ ଦାଦନକୁ ଉଦ୍ଧାର କରିଛି।

Ad..


ଏଥିସହ ଦାଦନ ଚାଲାଣରେ ବ୍ୟବହୃତ ଏକ ଅଟୋକୁ ଜବତ୍ କରିବା ସହ ଅଟୋ ଡ୍ରାଇଭର ଚଣାବାହାଲ ଗାଁର ବିନୋଦ ଛନ୍ଦକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

Ad..


ସେହିପରି ଉଦ୍ଧାର ହୋଇଥିବା ଉକ୍ତ ଦାଦନ ଶ୍ରମିକ ମାନଙ୍କୁ ସଂପୃକ୍ତ ପୋଲିସ୍ ଥାନାକୁ ଆଣି ପଚରା ଉଚରା କରିଛି ।ଉଦ୍ଧାର ଦାଦନ ଶ୍ରମିକ ମାନଙ୍କ ମଧ୍ୟରେ ୧ ଜଣ ଶିଶୁ ସମେତ ୪ ମହିଳା ଏବଂ ୮ ଜଣ ପୁରୁଷ ରହିଛନ୍ତି।

Ad..


ଏମାନଙ୍କୁ ଧାତୁକଜୁରୀ ଗାଁର ସର୍ଦ୍ଦାର ତେଜରାଜ୍ ନାଗ ବେଆଇନ୍ ଭାବେ ଚାଲାଣ କରୁଥିବା ବେଳେ ଘଟଣାସ୍ଥଳରୁ ସେ ଫେରାର୍ ମାରିଥିବା ପୋଲିସ୍ କହିଛି।ଉଦ୍ଧାର ହୋଇଥିବା ଦାଦନ ଶ୍ରମିକ ମାନେ ମୁରିବାହାଲ ଥାନା ଚଣାବାହାଲ ଗାଁର ବୋଲି ଜଣାପଡିଛି।

Ad..


ପୋଲିସ୍ ଏନେଇ ଏକ ମାମଲା ୨୩୭/୨୦୨୫ ରୁଜୁ କରି ଅଧିକ ତଦନ୍ତ କରୁଛନ୍ତି ତଦନ୍ତ ଅଧିକାରୀ ପଙ୍କଜନୀ ବାଗ ବୋଲି ମୁରିବାହାଲ ଥାନା ଅଧିକାରୀ  ସନାତନ ସାହୁ ସୂଚନା ଦେଇଛନ୍ତି।




Edited by k.s thakur...

Post a Comment

Previous Post Next Post