ଉପବାଚସ୍ପତି ଓ ବିଧାୟକଙ୍କ ପ୍ରସ୍ତାବପରେ ତତ୍ପର ବିଭାଗ, ୩୩ ପର୍ଯ୍ୟଟନ ସ୍ଥଳର ହେବ ବିକାଶ...
ରାଉରକେଲା,୦୮/୧୧ : ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନପାଇଛି ଜିଲ୍ଲାର ୧୩ ପର୍ଯ୍ୟଟନସ୍ଥଳ। ବିକାଶ ହୋଇଛି ମାତ୍ର ୩ଟି। ଅନ୍ୟଗୁଡ଼ିକୁ ବର୍ଷ ବର୍ଷ ଧରି ଦେଖିପାରୁନି ବିକାଶ। ଆସୁନାହାନ୍ତି ପର୍ଯ୍ୟଟକ।
Ad..
ବର୍ଷକୁ ବର୍ଷ ଜିଲ୍ଲାରେ ହ୍ରାସ ପାଉଛି ପର୍ଯ୍ୟଟକଙ୍କ ସଂଖ୍ୟା। ବିଦେଶୀ ପର୍ଯ୍ୟଟକଙ୍କ ପାଦ ପଡୁନି। ଏସବୁ ଭିତରେ ଜିଲ୍ଲାବାସୀଙ୍କ ପାଇଁ ଆସିଛି ଖୁସି ଖବର। ଜିଲ୍ଲାର ପର୍ଯ୍ୟଟନସ୍ଥଳଗୁଡ଼ିକ ବିକାଶ ପାଇଁ ଉପବାଚସ୍ପତି ତଥା ତଲସରା ବିଧାୟକ ଭବାନୀଶଙ୍କର ଭୋଇ ଓ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ବିଭାଗକୁ ପ୍ରସ୍ତାବ ଦେବାପରେ ତତ୍ପର ହୋଇଛି ବିଭାଗୀୟ ଅଧିକାରୀ।
Ad..
ଉପବାଚସ୍ପତି ଶ୍ରୀ ଭୋଇ ଓ ରାଉରକେଲା ବିଧାୟକ ଶ୍ରୀ ନାୟକ ଜିଲ୍ଲାରେ ୩୩ ପର୍ଯ୍ୟଟନସ୍ଥଳର ବିକାଶ ପାଇଁ ଦେଇଥିବା ପ୍ରସ୍ତାବକୁ ସରକାର ପ୍ରାଥମିକତା ଦେଇଛନ୍ତି। ସରକାରଙ୍କ ନିର୍ଦ୍ଦେଶକ୍ରମେ ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ସରୋଜ କୁମାର ସ୍ବାଇଁ ସୁନ୍ଦରଗଡ଼ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ରଙ୍କୁ ଚିଠି ଲେଖିଛନ୍ତି।
Ad..
ପର୍ଯ୍ୟଟନସ୍ଥଳର ଜମିର ବିିସ୍ତୃତ ତଥ୍ୟ, ମାଲିକାନାର ସଠିକ୍ ଯାଞ୍ଚ କରିବା ସହ ଡିଜାଇନ୍ର ବିସ୍ତୃତ ରିପୋର୍ଟ ( ଡିପିଆର୍) ଓ ଆବଶ୍ୟକ ଅର୍ଥର ତଥ୍ୟ। ପ୍ରକଳ୍ପଗୁଡ଼ିକ ଉପଯୁକ୍ତ ମନେ ହେଲେ ବିକାଶମୂଳକ କାର୍ଯ୍ୟକୁ ପ୍ରାଥମିକତା ଦିଆଯିବ ଅତିରିକ୍ତ ସଚିବ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।
Ad..
ତେବେ ଜିଲ୍ଲାରେ ଉପବାଚସ୍ପତି ଓ ରାଉରକେଲା ବିଧାୟକ ଦେଇଥିବା ପର୍ଯ୍ୟଟନସ୍ଥଳଗୁଡ଼ିକ ବିକାଶ ପାଇଁ ଜିଲ୍ଲାପାଳ ଆବଶ୍ୟକ ପଦକ୍ଷେପ ନେବେ ବୋଲି ଜିଲ୍ଲାବାସୀ ଆଶା କରିଛନ୍ତି।
Ad..
ଉପବାଚସ୍ପତି ଦେଇଥିବା ପ୍ରସ୍ତାବଗୁଡ଼ିକ ମଧ୍ୟରେ ରହିଛି ଉଷାକୋଠି ଶିବ ମନ୍ଦିର, ସୁଖ ମହାଦେବ ମନ୍ଦିର, ଉସାସି ଟୁଙ୍ଗରି, କର୍ଲାଘାଟି ମନ୍ଦିର, ସିଗ୍ରାମୁଣ୍ଡା ମନ୍ଦିର, ସମଲେଇ ମନ୍ଦିର କ୍ୟାମ୍ପସ୍, ସୁନ୍ଦରଗଡ଼ର ମାଦ୍ରିକାଲୋ ଭବନ, ଇବ୍ନଦୀ ପାରିପାର୍ଶ୍ବିକ ସୌନ୍ଦର୍ଯ୍ୟକରଣ, ଅଙ୍ଗରାପାହାଡ଼ର ସୌନ୍ଦର୍ଯ୍ୟକରଣ,ବାଲିଶଙ୍କରା ବ୍ଲକ୍ର କାହ୍ନାକୁଣ୍ଡ...
ମାଧେଶ୍ବର ଶିବ ମନ୍ଦିର, ସପ୍ନେଶ୍ବେର ବାବା ମନ୍ଦିର, ବଣାଇର ବାବା ବାଣେଶ୍ବର ଶିବ ମନ୍ଦିର, ଲହୁଣିପଡ଼ାର ସିଗ୍ରା ଦେଇ, ଅଶୋକ ଝରଣ, ମିର୍ଗିଲୋଟା, ବିର୍ତୋଳାର ଦର୍ଜିଂ, ଦେଓଦରହ, କଲେଇପୋଷ କଟା, ଗୁରୁଣ୍ଡିଆର ବାଦଲଗିରି ଜଳପ୍ରପାତ ରହିଛି।
ସେମିତି ବିଧାୟକ ଶ୍ରୀ ନାୟକ ଦେଇଥିବା ସ୍ପଟ୍ଗୁଡ଼ିକ ମଧ୍ୟରେ ରହିଛି କୁଆରମୁଣ୍ଡାର ଆମ୍କୋ ସିମ୍କୋ ସହିଦ ପୀଠ, ରାଜଗାଙ୍ଗପୁରର ମନ୍ଦିରା ଡ୍ୟାମ ପାର୍ଶ୍ବ, ଦର୍ଜିଂର ଦେଓଦରହ, ରୁକୁଡା ଡ୍ୟାମ୍, ବୀରମିତ୍ରପୁର ପୌରପାଳିକା ଅନ୍ତର୍ଗତ ବ୍ରାହ୍ମଣମରା ଟ୍ୟାଙ୍କ, ବିଶ୍ରା ବ୍ଲକ୍ର ବାଦଲଗିରି ଜଳପ୍ରପାତ ଓ ବିଶ୍ରା ବ୍ଲକ୍ର ଅକ୍ଷୟଶିଳା ଜଳପ୍ରପାତ ରହିଛି। ସୁନ୍ଦରଗଡ଼ରେ ବେଦବ୍ୟାସ, ଖଣ୍ଡାଧାର ଓ ପିତାମହଲ ଡ୍ୟାମ୍ର କିଛିଟା ବିକାଶ ହୋଇଛି।
Edited by k.s thakur...
Tags:
development
government of odisha
latest news
latest update
odisha daily current affairs
odisha news
proposal
rourkela
sundargarh
tourism spot






