ନୂଆପଡ଼ା ଫଳାଫଳ; ୮୩ ହାଜର ଉର୍ଦ୍ଧ୍ବ ଭୋଟ ବ୍ୟବଧାନରେ ଜୟ ଢୋଲକିଆ ବିଜୟୀ...

ନୂଆପଡ଼ା ଫଳାଫଳ; ୮୩ ହାଜର ଉର୍ଦ୍ଧ୍ବ ଭୋଟ ବ୍ୟବଧାନରେ ଜୟ ଢୋଲକିଆ ବିଜୟୀ...


ନୂଆପଡ଼ା,୧୪/୧୧ :ନୂଆପଡ଼ା ଉପନିର୍ବାଚନରେ ବାପାଙ୍କୁ ପଛରେ ପକାଇଲା ପୁଅ ।ସବୁ ରେକର୍ଡ ଭାଙ୍ଗି ବିଜୟ ହୋଇଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ।ଲଗାତାର ଭାବରେ ସବୁ ରାଉଣ୍ଡରେ ପ୍ରଥମ ସ୍ଥାନରେ ରହି ବିଜୟ ହାସଲ କରିଛନ୍ତି ଜୟ ଢୋଲକିଆ। 

Ad..


ବୃହତ ବ୍ୟବଧାନରେ ଏକତରଫା ଭାବେ ଭୋଟ୍ ପୋଛି ନେଇଛନ୍ତି ଭାରତୀୟ ଜନତା ପାର୍ଟୀର ପ୍ରାର୍ଥୀ ଜୟ ଢୋଲକିଆ। ନୂଆପଡ଼ା ପାଇଲା ନୂଆ ବିଧାୟକ । ୮୩ ହଜାର ୭୪୮ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ଢୋଲକିଆ ।

    Ad..


ଭୋଟ୍ ଗଣତି ଶେଷ ରାଉଣ୍ଡରେ ଢୋଲକିଆଙ୍କୁ ୧୨୩୮୬୯ ଭୋଟ୍ ପାଇଥିବା ବେଳେ ଦ୍ୱିତୀୟ ସ୍ଥାନରେ କଂଗ୍ରେସର ଘାସିରାମ ଓ ତୃତୀୟରେ ବିଜେଡିର ସ୍ନେହାଙ୍ଗିନି ଛୁରିଆ ରହିଛନ୍ତି । 

Ad..


ଦ୍ୱିତୀୟ ସ୍ଥାନରେ କଂଗ୍ରେସର ଘାସିରାମଙ୍କୁ ୪୦୧୨୧ଭୋଟ୍ ଓ ତୃତୀୟ ସ୍ଥାନରେ ସ୍ନେହାଙ୍ଗିନି ଛୁରିଆଙ୍କୁ ୩୮୪୦୮ ଭୋଟ୍ ମିଳିଛି ।ସୂଚନା ଯୋଗ୍ୟ; ଜୟ ଢୋଲକିଆ ନିଜ ବାପା ରାଜେନ୍ଦ୍ର ଢୋଲକିଆ ଙ୍କୁ ମଧ୍ୟ ଟପି ଯାଇଛନ୍ତି । 

Ad..


ରାଜେନ୍ଦ୍ର ଢୋଲକିଆ ଗତ ସାଧାରଣ ନିର୍ବାଚନରେ ୩୩.୬୫ ପ୍ରତିଶତ ମତଦାନ ସହିତ ୬୧,୮୨୨ ଖଣ୍ଡ ଭୋଟ୍ ପାଇଥିଲେ।ଚଳିତବର୍ଷ ଉପନିର୍ବାଚନରେ ରେକର୍ଡ ୮୩.୪୫ ପ୍ରତିଶତ ମତଦାନ ହୋଇଛି । ୨୦୨୪ ବିଧାନସଭା ନିର୍ବାଚନ ଅପେକ୍ଷା ୮ ପ୍ରତିଶତ ଅଧିକ ମତଦାନ ହୋଇଛି । 

Ad..


ମୋଟ ୨୯ ରାଉଣ୍ଡରେ ଗଣତି ପରେ ବାଜି ମାରିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ।ଭୋଟ ଗଣତି ଆରମ୍ଭରୁ ହିଁ ଜୟ ଆଗରେ ରହିଥିଲେ । ଆଉ ତାଙ୍କ ତଳକୁ ଥିଲେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଏବଂ ତୃତୀୟରେ ଥିଲେ ସ୍ନେହାଙ୍ଗିନୀ ଛୁରିଆ । 

ଧିରେ ଧିରେ ଜୟଙ୍କ ଭୋଟ୍ ବ୍ୟବଧାନ ବଢ଼ିବାରେ ଲାଗିଥିଲା । ଆଉ ଜୟ ଗଣତିର ଶେଷ ପର୍ଯ୍ୟନ୍ତ ଆଗରେ ରହିଥିଲେ ଜୟ । ସେପଟେ କିନ୍ତୁ ବିଜେଡ଼ି ଓ କଂଗ୍ରେସ ପ୍ରାର୍ଥୀ ଉପର ତଳ ହୋଇଥିଲେ । ବିଜେଡ଼ି ଓ କଂଗ୍ରେସ ମଧ୍ୟରେ ଅଧିକ ଭୋଟ୍ ବ୍ୟବଧାନ ନ ଥିବା ଦେଖିବାକୁ ମିଳିଛି।




Edited by k.s thakur...

Post a Comment

Previous Post Next Post