ଟେମରୀ ହାଇସ୍କୁଲରେ ଶିଶୁ ଦିବସ ପାଳିତ...
ବରଗଡ଼,୧୪/୧୧(ବିଜୟ କୁମାର ସାହୁ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରୀ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ଶିଶୁ ଦିବସ ପାଳନ କରାଯାଇଛି।
Ad..
ସର୍ବ ପ୍ରଥମେ ଆମ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଫଟୋ ଚିତ୍ରରେ ମୁଖ୍ୟ ଅତିଥି ଟେମରୀ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଦିଲ୍ଲିପ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ସୋଢ଼ା ଗ୍ରାମ ର ଅବସରପ୍ରାପ୍ତ ଶିକ୍ଷକ ଶ୍ରୀମାନ୍ ଟଙ୍କଧର ପ୍ରଧାନ ପୁଷ୍ପମାଲ୍ଯ ଅର୍ପଣ ଏବଂ ଦୀପ ପ୍ରଜ୍ବଳନ କରିଥିଲେ।
Ad..
ତା ପରେ ହାଇ ସ୍କୁଲ ର ପ୍ରଧାନ ଶିକ୍ଷକ ଡ଼ୋଲାମଣୀ ଭୋଇ ଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ସଭାରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କୁ ମଥାରେ ଚନ୍ଦନ, ମିଷ୍ଟାନ୍ନ ଖୁଆଇ ନିଆରା ଢଙ୍ଗରେ ସଭା କୁ ଆଗକୁ ନିଆଯାଇଥିଲା।
Ad..
ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବକ୍ତୃତା ଏବଂ ଗୀତ ନାଚ,କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ମହୁଲପାଲି ସ୍କୁଲ୍ ର ସହକାରୀ ଶିକ୍ଷକ ଅରବିନ୍ଦ ଗିରି ମଧ୍ଯ ଯୋଗ ଦେଇଥିଲେ।
Ad..
ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ପ୍ରଦ୍ୟୁମ୍ନ ବରିହା, ଶିକ୍ଷୟିତ୍ରୀ ତୃପ୍ତିମୟୀ ଧାରୁଆ, ଯାଜ୍ଞସେନୀ ସାହୁ କିରାଣୀ ସୁମନ୍ତ ଧାରୁଆ, ସୁବାସିନୀ ବାରିକ ସହଯୋଗ କରିଥିଲେ।
Ad..
Report : Bijay ku sahu
Edited by k.s thakur...
Tags:
Bargarh
bargarh news
latest news
latest update
odisha daily current affairs
odisha news
sishu divas
temri






