ଦାବ୍ରୀ ସ୍କୁଲ ସମସ୍ୟା କୁ ନେଇ ଉପ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଜୟ ମା ଦୁଆର୍ଶନୀ ୟୁଥ କ୍ଲବ ସଦସ୍ୟ...

ଦାବ୍ରୀ ସ୍କୁଲ ସମସ୍ୟା କୁ ନେଇ ଉପ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଜୟ ମା ଦୁଆର୍ଶନୀ ୟୁଥ କ୍ଲବ ସଦସ୍ୟ...


କଣ୍ଟାବାଞ୍ଜି,୦୪/୧୧ : ତୁରେକେଲା ବ୍ଲକ ଅନ୍ତର୍ଗତ ଦାବ୍ରୀ ଗ୍ରାମ ସ୍ଥିତ ଜୟ ମା ଦୁଆର୍ଶନୀ ୟୁଥ କ୍ଲବ ଗାଁର ନୂଆ ସ୍କୁଲର  ସମସ୍ୟା କୁ  ନେଇ  ଉପଜିଲ୍ଲାପାଳ  କାର୍ଯ୍ୟାଳୟର ଦ୍ୱାରସ୍ତ  ହୋଇଥିଲା।

Ad..


ବିଗତ ୪ ଥର କଣ୍ଟାବାଞ୍ଜି ତହସିଲଦାର ଙ୍କୁ ସମସ୍ୟାର ସମାଧାନ ପାଇଁ ଲେଖା ମାଧ୍ୟମ ରେ ଜଣେଇ ଥିଲେ। କିନ୍ତୁ କିଛି  ସଠିକ ବିବରଣୀ  ଦେଇ ନ ଥିଲେ କଣ୍ଟାବାଞ୍ଜି ତହସିଲଦାର। 

Ad..


ଖାଲି ଏତିକି  ଜାଣିବାକୁ ପାଉଥିଲେ କି ଦାବ୍ରୀ  ଗ୍ରାମର  ସ୍କୁଲ ସମସ୍ୟାର କାମ ଆମେ ଉପରିସ୍ତ ଅଧିକାରୀ ଙ୍କୁ ପଠେଇଛୁ କହି ଖାଲି ଆଶ୍ୱାସନା ଦେଇ ଆସୁଥିଲେ। ଦୀର୍ଘ ୩ ବର୍ଷ ଧରି ଏହି  ସମସ୍ୟାର ଅନୁସନ୍ଧାନ  ପାଇଁ  ଜୟ ମାଁ ଦୁଆର୍ଶନୀ ୟୁଥ କ୍ଲବ ବାଧ୍ୟ ହୋଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଥିଲେ। 

Ad..


କିନ୍ତୁ ସମୟରେ ବିଳମ୍ବ ଯୋଗୁଁ ଉପଜିଲ୍ଲାପାଳ  ଙ୍କୁ   ତାଙ୍କ କାର୍ଯ୍ୟାଳୟ ରେ ଦେଖା କରି ପାରି ନ ଥିଲେ। ପରେ ମା ଦୁଆର୍ଶନୀ  ୟୁଥ କ୍ଲବର ସଭାପତି  ରାଜୁ ଛାତ୍ରିଆ  ଉପ ଜିଲ୍ଲାପାଳ ଙ୍କୁ  ୱାଟ୍ସଅପ  ଜରିଆରେ  ଗାଁ ସ୍କୁଲ ସମସ୍ୟାର  ଅଭିଯୋଗ ଲେଖା କୁ  ପଠେଇ ଥିଲେ ଏବଂ ତା ସହ ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ର ସମ୍ମୁଖ ଗ୍ରୁପ ଫୋଟୋ  ପଠେଇଥିଲେ। 

Ad..


ୱାଟ୍ସଅପ ଦେଖି ଉପଜିଲ୍ଲାପାଳ କଣ୍ଟାବାଞ୍ଜି  ପିଡବ୍ଲୁଡ଼ି ଆଇବି ରେ ସନ୍ଧ୍ୟା ୬ ଟା ସମୟ ରେ ସାକ୍ଷାତ  କରିବାକୁ କହିଥିଲେ। ମାଁ ଦୁଆର୍ଶନୀ ୟୁଥ  କ୍ଲବ ପିଡବ୍ଲୁଡ଼ି ଆଇବି ଅଫିସ କୁ ପହଞ୍ଚିଥିଲେ। ଲିଖିତ ଦାବିପତ୍ର ଦେବା ସମୟରେ ଉପ ଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ କଣ୍ଟାବାଞ୍ଜି  ତହସିଲଦାର ଶ୍ରୀ ଖାଲଖୋ ଙ୍କ ସମ୍ମୁଖରେ ହିଁ ଉକ୍ତ ସମସ୍ୟାର  ଯଥା ଶୀଘ୍ର ସମାଧାନ କରାଯାଉ ବୋଲି ତହସିଲଦାର ଙ୍କୁ କହିଥିଲେ।

Ad.. 


ଉକ୍ତ ସମୟରେ ଜୟ ମାଁ ଦୁଆର୍ଶନୀ ୟୁଥ କ୍ଲବ ସଭାପତି ରାଜୁ ଛତ୍ରିଆ, କୋଷାଧ୍ୟକ୍ଷ ରୋହିତ ନାଗ,  ଲାଇବ୍ରେରୀଅନ  ଦୁଃଖନାଶନ ମଲ୍ଲିକ, ଦାବ୍ରୀ ୟୁପି ସ୍କୁଲର ସଭାପତି ବିଷ୍ଣୁ ଗହୀର, କଣ୍ଟାବାଞ୍ଜି  ଷ୍ଟାମ୍ପ ଭେଣ୍ଡର ଓ ଯୁବ ସମାଜ ସେବି ଜିତୁ ସୁନା ପ୍ରମୁଖ ଉପସ୍ଥିତ ଥିଲେ।



Edited by k.s thakur...

Post a Comment

Previous Post Next Post