ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପାଇଁ ଇନଡକ୍ସନ୍ ପ୍ରୋଗ୍ରାମ୍...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପାଇଁ ଇନଡକ୍ସନ୍ ପ୍ରୋଗ୍ରାମ୍...


ପଦ୍ମପୁର,୨୦/୧୧(ବିଜୟ କୁମାର ସାହୁ): ଅଞ୍ଚଳ କଲେଜ ପଦ୍ମପୁରର ସମ୍ମିଳନୀ ପ୍ରକୋଷ୍ଠରେ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଇନଡକ୍ସନ୍ ପ୍ରୋଗ୍ରାମ୍‌ର ଆୟୋଜନ କରାଯାଇଥିଲା। ଏହାର ଅଧ୍ୟକ୍ଷତା କଲେଜର ଅଧ୍ୟକ୍ଷ ପ୍ରଫେସର ଖଗେଶ୍ୱର ଦାଶ କରିଥିଲେ। 

Ad..


ପ୍ରଫେସର ଦାଶ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିଥିଲେ । ସେ ସ୍ନାତକୋତ୍ତର ଅବଧିରେ ଏବଂ ସ୍ନାତକୋତ୍ତର ଶିକ୍ଷା ପରେ ବିଭିନ୍ନ କ୍ୟାରିୟର ସୁଯୋଗ ସମ୍ପର୍କରେ ଆଲୋକପାତ କରି ଛାତ୍ରଛାତ୍ରୀଙ୍କୁ କଷ୍ଟକରି ପଢିବା ଏବଂ ଲକ୍ଷ୍ୟହାସଲ କରିବା ପାଇଁ ଉତ୍ସାହିତ କରିଥିଲେ। 

        Ad..


ପି.ଜି. ଆଡ଼ମିଶନ ଇଞ୍ଜାର୍ଜ ଡ଼. ସୁବୋଧ କୁମାର ତ୍ରିପାଠୀ ଆଡ଼ମିଶନ ସମ୍ବନ୍ଧୀୟ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ। ତାପରେ ନୂତନ ଭର୍ତ୍ତି ହୋଇଥିବା ସମସ୍ତ ପି.ଜି. ଛାତ୍ରଛାତ୍ରୀ ନିଜ ନିଜ ପରିଚୟ ପ୍ରଦାନ କରିଥିଲେ। 

Ad..


ଷ୍ଟାଫ୍ କାଉନ୍ସିଲ୍ ସମ୍ପାଦକ ଶ୍ରୀ ପ୍ରମୋଦ କୁମାର ତ୍ରିପାଠୀ ସମସ୍ତଙ୍କୁ ଷ୍ଟାଫ୍ କାଉନ୍ସିଲ୍‌ର ପକ୍ଷରୁ ସ୍ୱାଗତ କରିଥିଲେ ଏବଂ ନୂତନ ଛାତ୍ରଛାତ୍ରୀଙ୍କୁ ଶିଷ୍ଟ ହୋଇ ପଢିବା ଏବଂ ନିଜ ଲକ୍ଷ୍ୟ ସାଧନ କରିବାକୁ ପରାମର୍ଶ ଦେଇଥିଲେ।

Ad..


କଲେଜର ପ୍ରଶାସନିକ ବର୍ଷାର୍ ଶ୍ରୀ ନବକୃଷ୍ଣ ମିଶ୍ର ସ୍ୱାଗତ ସମ୍ବୋଧନ ଦେଇ ଛାତ୍ରଛାତ୍ରୀଙ୍କୁ କଲେଜର ସମସ୍ତ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବା ସହ ଜ୍ଞାନ, ମୂଲ୍ୟ, ଦକ୍ଷତା ହାସଲ କରି ନିଜ ବିଷୟରେ ସମାଲୋଚନାମୂଳକ ବୁଦ୍ଧି ଉନ୍ନତ କରିବାକୁ ପ୍ରେରିତ କରିଥିଲେ।

ଅକାଉଣ୍ଟ ବର୍ଷାର୍ ଶ୍ରୀ ପ୍ରଭାତ କୁମାର ମହାପାତ୍ର ମଧ୍ୟ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିଥିଲେ ଏବଂ ନିଜର ଶିକ୍ଷାଯାତ୍ରାର ସଫଳ ଏବଂ ନିୟମିତ ପରିଚାଳନା ପାଇଁ ଉତ୍ସାହ ଦେଇଥିଲେ। ଡ଼. ସରୋଜ କୁମାର ନାୟକ କଲେଜର ଆରମ୍ଭରୁ ଏପର୍ଯ୍ୟନ୍ତର ଗୌରବମୟ ଐତିହ୍ୟ ଉପରେ ଆଲୋକପାତ କରି ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିଥିଲେ। 

ବିଭିନ୍ନ ବିଭାଗର ବିଭାଗମୁଖ୍ୟମାନେ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରି ତାଙ୍କ ବିଭାଗର ମୁଖ୍ୟ କାର୍ଯ୍ୟକଳାପ ଓ ସଫଳତା ସମ୍ପର୍କରେ ଅବଗତ କରାଇଥିଲେ।ହୋଷ୍ଟେଲ୍ ସୁପରିଣ୍ଡେଣ୍ଟ ଶ୍ରୀମତୀ ଶର୍ମିଳା ପଣ୍ଡା ଛାତ୍ରଛାତ୍ରୀଙ୍କୁ ଜୀବନରେ ଆସୁଥିବା ସମସ୍ତ ସମସ୍ୟାର ସମ୍ମୁଖୀନ କରିବା ଏବଂ ସକାରାତ୍ମକ ଭାବେ ଆଗକୁ ବଢିବାକୁ ପ୍ରେରିତ କରିଥିଲେ।

ଶେଷରେ ଶ୍ରୀମତୀ ମୋନାଲିଷା ସ୍ୱାଇଁ ସମସ୍ତଙ୍କୁ ସ୍ୱାଗତ କରି ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ତାପିନୀ ପଣ୍ଡା, ପ୍ରଫେସର ତାରାପ୍ରସାଦ ସତପଥୀ, ଡ଼. ତୁଷାରକାନ୍ତ ସାହୁ, ଡ଼. ପ୍ରଦୀପ କୁମାର ପଣ୍ଡା, ଶ୍ରୀମତୀ ବୁନି ସାହୁ ଏବଂ ସମସ୍ତ ଅଧ୍ୟାପକ-ଅଧ୍ୟାପିକା ମଣ୍ଡଳୀ  ଏବଂ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।




Report : Bijay ku sahu

Edited by k.s thakur...

Post a Comment

Previous Post Next Post