ବଙ୍ଗୋମୁଣ୍ଡା ରେ ହମାରା ରୋଜଗାର ଫାଉଣ୍ଡେସନ ପକ୍ଷରୁ ତାଲିମ ଶିବିର ଅନୁଷ୍ଠିତ...

ବଙ୍ଗୋମୁଣ୍ଡା ରେ ହମାରା ରୋଜଗାର ଫାଉଣ୍ଡେସନ ପକ୍ଷରୁ ତାଲିମ ଶିବିର ଅନୁଷ୍ଠିତ...


ବଙ୍ଗୋମୁଣ୍ଡା,୦୯/୧୧ : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଠାରେ ଆଜି  ହମାରା ରୋଜଗାର ଫାଉଣ୍ଡେସନ ତରଫରୁ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। 

Ad..


ଏହି ଶିବିର ରେ ବଙ୍ଗୋମୁଣ୍ଡା ବ୍ଲକ ର ୧୭ ଗୋଟି ପଞ୍ଚାୟତ ଗୁଡିକ ରୁ ୩୦୦ ରୁ  ଅଧିକ ମହିଳା  ମାନେ ଅଂଶଗ୍ରହଣ କରିଥିଲେ । ସେମାନଙ୍କୁ ହମାରା ରୋଜଗାର ଫାଉଣ୍ଡେସନ ତରଫରୁ ସର୍ଫ ପାଉଡର, ଫିନାଇଲ, ଟଏଲେଟ କ୍ଲିନର, ଲିକ୍ୱିଟ ଡିଟେରଜେଣ୍ଟ ଘରେ ରହି ତାହା ନିଜେ ତିଆରି କରିପାରିବେ ସେ ଉପରେ ତାଲିମ ଦିଆଯାଇଥିଲା ।

         Ad..


ଏହି ତାଲିମ ଶିବିର ରେ ଅନୁଷ୍ଠାନ ର ପ୍ରତିଷ୍ଠାତା ଭୈରବ ସତନାମୀ ଓ ଦୁଲ୍ଲବ ପଟେଲ ଉପସ୍ଥିତ ରହି ସମସ୍ତ ଙ୍କୁ ଏହି ତାଲିମ ଭବିଷ୍ୟତ ରେ ଏହା ବ୍ୟବସାୟ ଭାବେ ଗ୍ରହଣ କରି ପାରିବେ ତାହା ଚର୍ଚ୍ଚା କରିଥିଲେ।

Ad..


ଉକ୍ତ ଉତ୍ପାଦକ ଗୁଡିକ ସମସ୍ତ ଗୃହଣି ମାନଙ୍କୁ କିପରି ଭାବରେ ବ୍ୟବସାୟ ତଥା ନିଜ ବ୍ୟବହାର କାର୍ଯ୍ୟ ରେ ଆସିବ ସେଥିପାଇଁ ସମସ୍ତ ଙ୍କୁ ତାଲିମ ମାଧ୍ୟମରେ ସଚେତନ କରାଯାଇଥିଲା ।

Ad..


ଉକ୍ତ ତାଲିମ ଶିବିର ରେ ସିନ୍ଧେକେଲା, ଝରିଆଲ,ଭାଲୁମୁଣ୍ଡା, ମୁଣ୍ଡପଦର, ଜାମଖୁଣ୍ଟା,କପିଲାଭଟା, ଭୁର୍ଷାଗୁଡା,ଅଲଣ୍ଡା, କଁସିଲ, ତୁରେକେଲା,ବଙ୍ଗୋମୁଣ୍ଡା ପଞ୍ଚାୟତ ସହ ବହୁ ପଞ୍ଚାୟତ ର ମହିଳା ମାନେ ଉପସ୍ଥିତ ରହି ତାଲିମ ଗ୍ରହଣ କରିଥିଲେ ।

Ad..


ଏହି ତାଲିମ ଶିବିର ସମସ୍ତ ଘରଣି ମହିଳା ଙ୍କୁ ବ୍ୟବସାୟ ପାଇଁ ସୁବିଧା ହେବ ବୋଲି ସର୍ବସାଧାରଣ ରେ ଚର୍ଚ୍ଚା ହେଉଛି ।ଏହି କାର୍ଯ୍ୟକ୍ରମ ରେ ରୋଜଗାର ମିତ୍ର ମାନେ ଉପସ୍ଥିତ ଥିଲେ। 

ଏଥିରେ ବଙ୍ଗୋମୁଣ୍ଡା ବ୍ଲକ ସଂଯୋଜକ ଭୋଜରାଜ ରଣା,ବବିତା ସାହୁ, ଲବଙ୍ଗ ସାହୁ,ଆରତୀ ବେହେରା,ତରୁଲତା ବେହେରା,କଲ୍ୟାଣି ମଜଖଂଡ,ଧରିତ୍ରୀ ତାଣ୍ଡି ପ୍ରମୁଖ ସହଯୋଗ କରିଥିଲେ।




Edited by k.s thakur...

Post a Comment

Previous Post Next Post