ଉପ ନିର୍ବାଚନ ପୂର୍ବରୁ କୋମନାରେ ଫୁଟିଲା ଗୁଲି...

ଉପ ନିର୍ବାଚନ ପୂର୍ବରୁ କୋମନାରେ ଫୁଟିଲା ଗୁଲି...


ନୂଆପଡା,୦୧/୧୧(ବିଜୟ କୁମାର ସାହୁ): ନୂଆପଡାରେ ବର୍ତ୍ତମାନ ଉପ ନିର୍ବାଚନ ସରଗରମ ଚାଲିଥିଲା ବେଳେ ଶୁକ୍ରବାର ରାତି କୋମନା ଠାରେ ଫୁଟିଛି ଗୁଲି। ଉପ ନିର୍ବାଚନ ପାଇଁ ନୂଆପଡା ଜିଲ୍ଲା ମିନି ଭୁବନେଶ୍ଵର ପାଳଟିଛି।

Ad..


ବିଧାନ ସଭାରୁ ସମସ୍ତ ମନ୍ତ୍ରୀ ବିଧାୟକ ନୂଆପଡା ଜିଲ୍ଲାରେ ଡେରା ପକାଇଛନ୍ତୀ। ଜିଲ୍ଳାର ବିଭିନ୍ନ ହୋଟେଲରେ ନେତା,ମନ୍ତ୍ରୀ, ବିଧାୟକ ମାନେ ରହୁଛନ୍ତି। ହେଲେ ଏହି ସମୟରେ ଶାସକ ଦଳର ବିଧାୟକଙ୍କ ପିଏସଓଙ୍କ ବନ୍ଧୁକରୁ ଗୁଳି ଫୁଟିବା ଭୋଟରଙ୍କୁ ଆତଙ୍କିତ କରିପାରେ।

Ad..


ସୂଚନା ଅନୁସାରେ କୋମନା ବ୍ଲକ ଛକ ଠାରେ ଥିବା ସଂକଳ୍ପ ହୋଟେଲରେ ଶାସକ ଦଳର କୋରାପୁଟ ବିଧାୟକଙ୍କ ପିଏସଓ ଡମ୍ବରୁ ହନ୍ତାଲଙ୍କ ବନ୍ଧୁକରୁ ବ୍ଳାଙ୍କ ଫାୟାର ହୋଇଥିଲା। ପରେ କୋମନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। 

Ad..


ଏନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଉକ୍ତ ଘଟଣାକୁ ନିନ୍ଦା କରି କୋମନା ଥାନା ଘେରାଉ କରି ସଂପୃକ୍ତ ପିଏସଓ ଙ୍କୁ ଗିରଫ ଦାବୀ କରିଥିଲା। ଘେରାଉ ସମୟରେ କଂଗ୍ରେସ ନେତା କମଳ ଚରଣ ତାଣ୍ଡି, ଦିଲୀପ ଦୂରିଆ, ସାହାରୁଖ ଖାନ, ପାସା ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। 

Ad..


ପରେ କୋମନା ପୋଲିସ ପିଏପ୍ଓ ଡମ୍ୱରୁ ହେନ୍ତାଳ କୁ ଅଟକ ରଖି ବନ୍ଧୁକ ଓ ଖୋକା ଜବତ କରି କେସ ନଂ - ୩୧୯/୨୫ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ଥାନା ଅଧିକାରୀ ରଶ୍ମିତା ପ୍ରଧାନ ସୂଚନା ଦେଇଛନ୍ତି।

Ad..





Report : Bijay ku sahu

Edited by k.s thakur...

Post a Comment

Previous Post Next Post