ଧର୍ମଶାଳା ବ୍ଲକ ଅଧ୍ୟକ୍ଷା ହେଲେ ବିଜେପି ସମର୍ଥିତ ସୁଚିସ୍ମିତା ଦାସ...
ଧର୍ମଶାଳା,୨୦/୧୧ : ଧର୍ମଶାଳା ବ୍ଲକ ଅଧ୍ୟକ୍ଷା ହେଲେ ବିଜେପି ସମର୍ଥିତ ସୁଚିସ୍ମିତା ଦାସ । ନିର୍ଦ୍ଧାରିତ ସମୟରେ ଆଉ କେହି ପ୍ରାର୍ଥୀପତ୍ର ଦାଖଲ ନକରିବାରୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି।
Ad..
ଫଳରେ ଏହି ଆସନ ବିଜେପି ହାତକୁ ଯାଇଛି। ସୁଚିସ୍ମିତା ଦାସ ହେଉଛନ୍ତି କ୍ଷେତ୍ରପାଳ ପଞ୍ଚାୟତର ସମିତିସଭ୍ୟ। ପ୍ରଭାତ ବଳଵାନ୍ତରାୟଙ୍କ ଇସ୍ତଫା ପରେ ଖାଲି ପଡିଥିଲା ଅଧ୍ୟକ୍ଷ ପଦ।
Ad..
ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଏକାଧିକ ଆଶାୟୀ ଥିବାବେଳେ ବିଧାୟକ ହିମାଂଶୁ ଶେଖର ସାହୁ ସୁଚିସ୍ମିତାଙ୍କ ନାମରେ ମୋହର ମାରିଥିଲେ । ସୁଚିସ୍ମିତା ବିଜେପି ସମର୍ଥିତ ପ୍ରାର୍ଥୀ ଭାବେ ଏକମାତ୍ର ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ।
Ad..
ମୋଟ ୪୫ ପଞ୍ଚାୟତକୁ ନେଇ ଗଠିତ ଧର୍ମଶାଳା ବ୍ଲକରେ ଅଧ୍ୟକ୍ଷଭାବେ ନିର୍ବାଚିତ ହେବା ପାଇଁ ୨୩ ଜଣ ସମିତି ସଭ୍ୟ/ସଭ୍ୟାଙ୍କ ସମର୍ଥନ ଆବଶ୍ୟକ ରହିଥିଲା।
Ad..
Edited by k.s thakur...
Tags:
BJP
block chairman
dharmasala
latest news
latest update
Odisha
odisha daily current affairs
odisha news
suchismita Dash





