ସୁରଭି କାର୍ଯ୍ୟକ୍ରମ ରେ ଶିଶୁ ମାନଙ୍କ ଅନ୍ତର୍ନିହିତ ସୌରଭ ହେଲା ପ୍ରକାଶିତ...

ସୁରଭି କାର୍ଯ୍ୟକ୍ରମ ରେ ଶିଶୁ ମାନଙ୍କ ଅନ୍ତର୍ନିହିତ ସୌରଭ ହେଲା ପ୍ରକାଶିତ...


ବରଗଡ଼,୧୪ /୧୦(ବିଜୟ କୁମାର ସାହୁ) : ସ୍ଥାନୀୟ ଓଡ଼ିଆ ବାଳକ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ପ୍ରତିଭା ଉତ୍ସବ ସୁରଭି ୨୦୨୫ ଓଡ଼ିଆ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ରେ  ଉଦଯାପିତ ହୋଇଯାଇଛି ।

Ad..


ଏହି କାର୍ଯ୍ୟକ୍ରମ ରେ ବରଗଡ଼ ବିଇଓ ଡ଼ ସୁରେନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟ କ୍ରମ ର ଶୁଭ ଉଦ୍ଘାଟନ କରିବା ସହ ଶିଶୁ ପ୍ରତିଭା କାର୍ଯ୍ୟକ୍ରମ ସୁରଭି ଶିଶୁ ମାନଙ୍କ ଅନ୍ତର୍ନିହିତ ପ୍ରତିଭା ର ସୌରଭ ପ୍ରକାଶିତ ହେବାର ପ୍ରକୃଷ୍ଟ ମଞ୍ଚ  ବୋଲି ଉଲ୍ଲେଖ କରିଥିଲେ।

Ad..


ସମ୍ମାନିତ ଅତିଥି ଭାବେ  ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଗ୍ରୀବର ବିଶି ,ଏବିଇଓ ଦିଲ୍ଲୀପ ମେହେର , ଈଶ୍ୱର ବାଗ ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ।ଅର୍ଚ୍ଚିତା ପାଣିଗ୍ରାହୀ ଓ ତେଜ ରାଜ ହୋତା ଙ୍କ ସଂଯୋଜନା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ଏହି କ୍ଲଷ୍ଟର ର ୧୧ ସ୍କୁଲ ରୁ ଶତାଧିକ ଛାତ୍ର ଛାତ୍ରୀ ବିଭିନ୍ନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ।

Ad..


ନୃତ୍ୟ ଗୁରୁ ଶଙ୍କର ପଟ୍ଟନାୟକ ,ମୁଗ୍ଧା ଦାସ ପ୍ରମୁଖ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ।କାର୍ଯ୍ୟକ୍ରମ ପରିଚାଳନା ରେ ପ୍ରଦୀପ ସତପଥି,ମନୋଜ ଦାସ,ବିଶିଷ୍ଟ ଖମାରୀ,ହିମାଂଶୁ ପଣ୍ଡା ସନ୍ଧ୍ୟା ରାଣୀ ଆଚାର୍ଯ୍ୟ,ଆଶୁତୋଷ ଛତର,ମନୋଜ ଜେନା,ଅନିତା ସାହୁ ,ଭଗ୍ୟବନ୍ତି ବିଶ୍ଵାଳ ସୁନୀତା ମିଶ୍ର ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

   Ad..


ନୃତ୍ୟ ପ୍ରତିଯୋଗିତା ରେ ହାଟପଦା ପ୍ରାଥମିକ ବିଦ୍ୟାଳୟ ପ୍ରଥମ ,ସମଲେଶ୍ଵରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦ୍ୱିତୀୟ ଓ ସମଲେଶ୍ଵରୀ ଉଚ୍ଚ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post