କଣ୍ଟାବାଞ୍ଜି ପୁଲିସ ଦ୍ଵାରା ୧୫ ଦାଦନ ଶ୍ରମିକ ଉଦ୍ଧାର ; ବେଆଇନ ଦାଦନ ଶ୍ରମିକ ଚାଲାଣ ଉପରେ ମାଡି ବସୁଛି ଟାସ୍କଫୋର୍ସ !
କଣ୍ଟାବାଞ୍ଜି,୧୫/୧୦ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳରେ ବେଆଇନ ଭାବେ ରାଜ୍ୟ ବହାରକୁ ଚାଲାଣ ହେଉଥିବା ଦାଦନ ଶ୍ରମିକ ଉପରେ ମାଡି ବସୁଛି ପୁଲିସ ଟାସ୍କଫୋର୍ସ ଟିମ।
Ad..
ଗତକାଲି ସକାଳୁ କଣ୍ଟାବାଞ୍ଜି ରେଲବାଇ ଷ୍ଟେସନ ରେ ପୋଲିସ ଚଢ଼ାଉ କରି ୧୦ ଜଣ ଦାଦନ ଶ୍ରମିକକୁ ଉଦ୍ଧାର କରିଛି। ଉଦ୍ଧାର ଶ୍ରମିକ ମାନେ ମୁରିବାହାଲ ବ୍ଲକ ଅନ୍ତର୍ଗତ ବାରବନ୍ଦ ଗାଁ ର ସେମାନଙ୍କ ମଧ୍ଯ ୨ଜଣ ପୁରୁଷ ୨ଜଣ ମହିଳା ଓ ୬ ଜଣ ଶିଶୁ ଶ୍ରମିକ ଥିବା ବେଳେ...
Ad..
ଏମାନେ ତୁରେକେଲା ଥାନା ଅନ୍ତର୍ଗତ କୁଇବାହାଲ ଗାଁ ର ଦାଦନ ସର୍ଦ୍ଦାର ଗୁଣମତ ବାଗ ଠାରୁ ଅଗ୍ରୀମ ଟଙ୍କା ଦେଇ ରାଜ୍ଯ ବାହାର କୁ ଚାଲାଣ କରିବା ପାଇଁ ଆଣିଥିବା ପୁଲିସ ଜାଣିବାକୁ ପାଇଛି।
Ad..
ତେବେ ପୋଲିସ ରେଲବାଇ ଷ୍ଟେସନ ରେ ଚଢ଼ାଉ କରି ଶ୍ରମିକ ମାନଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ଥାନା କୁ ଆଣିଥିବା ବେଳେ ଦାଦନ ସର୍ଦ୍ଦାର ଗୁଣମତ ବାଗ ଫେରାର ମାରିଛି। ସେପଟେ ପୋଲିସ ଗୁଣମତ ନାରେ ମାମଲା ରୁଜୁ କରି ଏକ ଠିମ ଗଠନ କରି ସର୍ଦ୍ଦାର କୁ ଧରିବା ପ୍ରୟାସ ଜାରୀ ରଖିଛି।
Ad..
ଦାଦନ ସର୍ଦ୍ଦାର ଗୁଣମତ ବାଗ କୁଇବାହାଲ ହାଇସ୍କୁଲ ରେ ସରକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଥିବା ବେଳେ ଜଣେ ଶିକ୍ଷକ ହୋଇ ବେଆଇନ ଶ୍ରମିକ ଚାଲାଣ କରିବା ଘଟଣା ଅଞ୍ଚଳ ରେ ଚର୍ଚ୍ଚା ବିଷୟ ହୋଇଛି।
Ad..
ସେହିପରି ସାନ୍ଧ୍ୟ ରେ ଏକ ବୋଲେରୋ ଗାଡି ରେ ବଙ୍ଗୋମୁଣ୍ଡା ପଟୁ କଣ୍ଟାବାଞ୍ଜି ରେଳବାଇ ଷ୍ଟେସନ ଯାଉଥିବା ବେଳେ ମଧ୍ୟ ଏହି ଟାସ୍କଫୋର୍ସ ଟିମ ୫ ଜଣ ଦାଦନ ଶ୍ରମିକ ଉଦ୍ଧାର କରିଥିବା ସୂଚନା ମିଳିଛି।
Ad..
ସମସ୍ତ ଦାଦନ ଶ୍ରମିକଙ୍କ କାଗଜପତ୍ର ଯାଞ୍ଚ ଚାଲିଛି ବୋଲି କହିଥିଲେ ଥାନା ଅଧିକାରୀ ଗୋପାଳ ଚନ୍ଦ୍ର କର୍ଣ। କାଗଜ ପତ୍ର ସଠିକ୍ ନ୍ ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Edited by k.s thakur...
Tags:
kantabanji
labour
latest news
latest update
odisha daily current affairs
odisha news
police rescue
task force







