ଫସଲ ନଷ୍ଟ ହୋଇଥିବା କ୍ଷେତ ପରିଦର୍ଶନ ଓ କ୍ଷତି ଗ୍ରସ୍ତ ଚାଷୀ ମାନଙ୍କୁ ଭେଟିଲେ ପୂର୍ବତନ ବିଧାୟକ...
(ପନିପରିବା ଚାଷ କୁ ମଧ୍ୟ ବୀମା ଅନ୍ତର୍ଭୁକ୍ତ କରାଯିବା ସହିତ କ୍ଷତି ଗ୍ରସ୍ତ ଚାଷୀଙ୍କ ପାଇଁ କ୍ଷତି ପୁରଣ ଦାବି )
ବରଗଡ଼, ୦୪/୧୦ (ବିଜୟ କୁମାର ସାହୁ) : ସଦର ବ୍ଲକ ଜମୂର୍ଡ଼ା ଗ୍ରାମ ର ଚାଷୀ ପ୍ରେମା ଭୁଏ ନାରାୟଣ ଭୋଇ ଓ ମିଥୁନ କରନ ଙ୍କ ଫୁଲ କୋବି ଓ ଧାନ କିଆରୀ ରେ କେହି ଦୃର୍ବୁତ୍ତ ଲଟାମରା ପାରାକ୍ୟୁଟ ଔଷଧ ସିଞ୍ଚନ କରି ଫସଲ ନଷ୍ଟ କରି ଦେଇଛି ।
Ad..
ତେବେ ପନିପରିବା ଚାଷ କରି ଗୁଜୁରାଣ ମେଣ୍ଟାଉଥିବା ସଂପୃକ୍ତ ଚାଷୀ ମାନଙ୍କ ଙ୍କ ମୁଣ୍ଡ ରେ ଅକାଳ ଚଡକ ପଡ଼ିଛି ।ସେମାନେ ଭାଙ୍ଗି ପଡିଛନ୍ତି ।
Ad..
ଏହି ଖବର ଜାଣିବା ପରେ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ସଂପୃକ୍ତ ଚାଷୀ ମାନଙ୍କ କ୍ଷେତ କୁ ଯାଇ କ୍ଷେତ ପରିଦର୍ଶନ କରିବା ସହ କ୍ଷତିଗ୍ରସ୍ତ ଚାଷୀ ଓ ତାଙ୍କ ପରିବାର ଙ୍କୁ ଭେଟି ସମବେଦନା ଜ୍ଞାପନ କରିବା ସହିତ ଜିଲ୍ଲା ପ୍ରଶାସନ ପାଖରେ ଦୋଷୀ ବିରୁଦ୍ଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ସହିତ କ୍ଷତି ପୁରଣ ଦାବି କରିଛନ୍ତି।
Ad..
ସରକାର ତୁରନ୍ତ ସଂପୃକ୍ତ ଚାଷୀ ଙ୍କୁ କ୍ଷତି ପୁରଣ ପ୍ରଦାନ କରନ୍ତୁ ବୋଲି ଉଲ୍ଲେଖ କରି ଧାନ ଫସଲ କୁ ଯେପରି ବୀମା ଯୁକ୍ତ କରାଯାଇଛି ଠିକ୍ ସେହିପରି ପନିପରିବା ଚାଷ କୁ ମଧ୍ୟ ବୀମା ଭୂକ୍ତ କରାଯାଉ ବୋଲି...
Ad..
ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ସରକାର ଙ୍କ ଠାରେ ଦାବି ଜଣାଇଛନ୍ତି। ପରିଦର୍ଶନ ସମୟ ରେ ସ୍ଥାନୀୟ ସରପଞ୍ଚ ପଦ୍ମ ଲୋଚନ ସାହୁ ମଧ୍ୟ ଉପସ୍ଥିତ ଥିଲେ ।
Report : Bijay ku sahu
Edited by k.s thakur...
Tags:
Bargarh
bargarh news
ex MLA
farmers problem
latest news
latest update
odisha daily current affairs
odisha news





