୧୭ କୋଟି ଟଙ୍କା ଆନୁମାନିକ ମୂଲ୍ୟର ଗଂଜେଇ ଜବତ, ୩ ଗିରଫ...

୧୭ କୋଟି ଟଙ୍କା ଆନୁମାନିକ ମୂଲ୍ୟର ଗଂଜେଇ ଜବତ, ୩ ଗିରଫ...


ମାଲକାନଗିରି,୨୯/୧୦ : ନିଶା କାରବାର ମାମଲାରେ ମାଲକାନଗିରି ପୁଲିସକୁ ଏକ ବଡ଼ ସଫଳତା ମଳିଛି। ପୁଲିସ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ତିନୋଟି ପୃଥକ ପୃଥକ ସ୍ଥାନରେ ଚଢ଼ାଉ କରି ୧୭ କୋଟି ଟଂକାର ଗଂଜେଇ ଜବତ କରିଛି। 

Ad..


ଏହି ଘଟଣାରେ ୧୬୬୦ କିଲୋ ଗଂଜେଇ ଜବତ କରିଥିବା ବେଳେ ୩ ଜଣ ଉତ୍ତର ପ୍ରଦେଶର ମାଫିଆଙ୍କୁ ଗିରଫ କରିଛି ପୁଲିସ।ଗଂଜେଇ ମାଫିଆଙ୍କୁ ଆଉ ତ୍ରାହୀ ନାହିଁ। ଆକ୍ସନ ମୁଡରେ ମାଲକାନଗିରି ପୁଲିସ। ୨୪ ଘଣ୍ଟାରେ ପ୍ରାୟ ୧୭ କୋଟି ଟଂକାର ଗଂଜେଇ ଜବତ କରିଛି। 

        Ad..


ମାଲକାନଗିରି ଜିଲ୍ଲାରେ ଏନେଇ ତିନୋଟି ପୃଥକ ପୃଥକ ମାମଲା ରୁଜୁ କରିଛି ମାଲକାନଗିରି ପୁଲିସ। ବାଲିମେଳା ଥାନାରେ ଅଭିନବ ଉପାୟରେ କଣ୍ଟେନରରେ ୭୭୦ କିଲୋ ଗଂଜେଇ ଚାଲାଣ ବେଳେ ମାଡି ବସିଥିଲା ବାଲିମେଳା ପୁଲିସ। ଘଟଣାରେ ୩ ଜଣଙ୍କୁ ଗିରଫ କରିଥିଲା। ଏହି ମାଫିଆମାନେ ଉତ୍ତରପ୍ରଦେଶର ବୋଲି ଜଣାପଡିଛି। 

Ad..


ସେହିପରି ଚିତ୍ରକୋଣ୍ଡାରେ ୬୪୦ କିଲୋ ଓ କାଲିମେଳାରେ ୨୫୦ କିଲୋ ଗଂଜେଇ ମାଫିଆମାନେ ଚାଲାଣ ପାଇଁ ଜଂଗଲରେ ଲୁଚାଇ ରଖିଥିବା ବେଳେ ସୂଚନା ପାଇ ଚଢାଉ କଲା ପୁଲିସ। କିନ୍ତୁ ଏହି ଘଟଣାରେ ଗଂଜେଇ ମାଫିଆ ଖସି ପଳାଇଛି। 

Ad..


୨୦୨୪ ମସିହାରେ ୨୨,୧୫୩ କିଲୋ ଗଂଜେଇ ଜବତ କରାଯାଇଥିବା ବେଳେ ୬୦ଟି ଗାଡି ଜବତ କରାଯାଇଥିଲା। ଏଥିସହ ୧୪୭ ଜଣ ଗିରଫ କରିଥିଲା ପୁଲିସ। ସେହିପରି ୨୦୨୫ ମସିହାରେ ବର୍ତ୍ତମାନ ସୁଦ୍ଧା ୨୮୮୯୭ କିଲୋ ଗଂଜେଇ ଜବତ କରିଥିବା ବେଳେ ୧୦୯ଟି ମାମଲା ହୋଇଛି। 

Ad..


ସେହିପରି  ୪୪ଟି ଗାଡି ଜବତ ହୋଇଥିବା ବେଳେ ୯୬ ଜଣକୁ ଗିରଫ କରିସାରିଲାଣି ମାଲକାନଗିରି ପୁଲିସ।ଆଗାମୀ ଦିନରେ ଗଂଜେଇ ଚଢାଉ ଆହୁରି ଜୋରସୋର କରାଯାଇ ମାଫିଆ ମାନଙ୍କୁ ଛଡାଯିବ ନାହିଁ ବୋଲି ମାଲକାନଗିରି ଏସପି ବିନୋଦ ପାଟିଲ ଏଚ ପ୍ରକାଶ କରିଛନ୍ତି। 

Ad..


ବୁଦ୍ଧିଜୀବୀଙ୍କ ମତରେ ମାଲକାନଗିରି ଜିଲ୍ଲାରେ ମାଓବାଦୀ ସମୟରେ ଗଂଜେଇ ଚାଷ ଜୋରସୋରରେ ହେଉଥିବା ବେଳେ ମାଓବାଦୀ ଶେଷ ହେବା ପରେ ଉପାନ୍ତ ଅଂଚଳରେ ଏବେ ବି ଗଂଜେଇ ଚାଷ କରାଯାଉଛି। 

ଉପାନ୍ତ ଅଂଚଳର ଲୋକଙ୍କୁ ବଞ୍ଚିବା ପାଇଁ ଅନ୍ୟ ମାଧ୍ୟମ ଯୋଗାଇବା ଓ ସେମାନଙ୍କୁ ସଚେତନ କରାଇବା ସହ ଗଂଜେଇ ଚାଲାଣରେ ମୁଖ୍ୟ କିଙ୍ଗପିନକୁ ଧରି ପାରିଲେ ଧିରେ ଧିରେ ଗଂଜେଇ ଚାଷ ଶେଷ ହୋଇପାରିବ ବୋଲି ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି। 




Edited by k.s thakur...

Post a Comment

Previous Post Next Post