ବାରିଆଳି ଗ୍ରାମରେ ଏସବିଆଇ ସଞ୍ଜୀବନୀ ଏମଏମୟୁ ଦ୍ୱାରା ଏକ ବିଶେଷ ସ୍ୱାସ୍ଥ୍ୟ ଶିବିରର ଆୟୋଜନ...

ବାରିଆଳି ଗ୍ରାମରେ ଏସବିଆଇ ସଞ୍ଜୀବନୀ ଏମଏମୟୁ ଦ୍ୱାରା ଏକ ବିଶେଷ ସ୍ୱାସ୍ଥ୍ୟ ଶିବିରର ଆୟୋଜନ...


ବଲାଙ୍ଗୀର,୨୯/୧୦ : ବାରିଆଳି ଗ୍ରାମରେ ଏସବିଆଇ ସଞ୍ଜୀବନୀ ଏମଏମୟୁ ଦ୍ୱାରା ଏକ ବିଶେଷ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା।ଏହି ଶିବିରରେ ଗ୍ରାମୀଣ ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି କରିବା, ରୋଗ ପ୍ରତିରୋଧ ଏବଂ ଶୁଦ୍ଧ ଜୀବନ ଶୈଳୀ ଅନୁସରଣ ବିଷୟରେ ଜଣାଯାଇଥିଲା। 

Ad..


ଶିବିରରେ ବିଭିନ୍ନ ବିଶେଷଜ୍ଞ ଡାକ୍ତରମାନେ ଦ୍ୱାରା ମୁଫ୍ତ ଚିକିତ୍ସା ସେବା, ଔଷଧ ବିତରଣ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟ ସଂପାଦନ କରାଯାଇଥିଲା। ଏହା ସହିତ ସ୍ତ୍ରୀ ଓ ଶିଶୁ ସ୍ୱାସ୍ଥ୍ୟ, ପୋଷଣ, ମାନସିକ ସ୍ୱାସ୍ଥ୍ୟ ଓ ସ୍ଫୁର୍ତିଶୀଳ ଜୀବନ ବିଷୟରେ ମହିଳା ଏବଂ ଯୁବସମାଜଙ୍କୁ ସଚେତନ କରାଯାଇଥିଲା। 

Ad..


ସ୍ଥାନୀୟ ଆଶା, ଆଙ୍ଗନବାଡ଼ି କର୍ମୀ ଏବଂ ସରପଞ୍ଚ ମାନେ ମିଶି ଏହି ଶିବିରକୁ ସଫଳ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଅଇଥିଲେ । ଏହି ପ୍ରୟାସ ମାଧ୍ୟମରେ ଗ୍ରାମୀଣ ଅଞ୍ଚଳର ଲୋକମାନେ ସ୍ୱାସ୍ଥ୍ୟ ସେବାର ସୁବିଧା ପାଇ ଅତ୍ୟନ୍ତ ଲାଭାନ୍ବିତ ହୋଇଥିଲେ ଏବଂ ସମାଜରେ ସଚେତନତା ଓ ସ୍ୱାସ୍ଥ୍ୟ ସୁରକ୍ଷା ମନୋଭାବ ବିକାଶ ପାଇଛି।

Ad..


ଏହି ଶିବିରରେ ଗ୍ରାମବାସୀଙ୍କ ନିଶୁଳ୍କ ଚିକିତ୍ସା ପରୀକ୍ଷା, ଔଷଧ ବିତରଣ ଓ ସ୍ୱାସ୍ଥ୍ୟ ସଚେତନତା କାର୍ୟକ୍ରମ ହୋଇଥିଲା ।ଏହି ଶିବିରକୁ ଡା. ମନସ ରଞ୍ଜନ ବେହେରା, ମେଡିକାଲ ଅଫିସର ଇନ୍ଚାର୍ଜ ଙ୍କ ନେତୃତ୍ୱରେ ଆୟୋଜିତ କରାଯାଇଥିଲା ।

Ad..


PPHF ଦଳର ସଦସ୍ୟ ନିହାର ରଞ୍ଜନ ବରାଳ (ଫାର୍ମାସିଷ୍ଟ), ଯୋଗେନ୍ଦ୍ରୀ ଟାଣ୍ଡି (ଷ୍ଟାଫ ନର୍ସ), ଲୋକେଶ ପଣ୍ଡା (ଲାବ ଟେକ୍ନିସିଆନ୍), ଅକୁରା ଥେଲା (ଡ୍ରାଇଭର) ସମସ୍ତେ ମିଶି ଗ୍ରାମବାସୀଙ୍କୁ ଉତ୍କୃଷ୍ଟ ସେବା ଯୋଗାଇଥିଲେ।

Ad..



P.H.C ବଡ଼ଦକ୍ଲା ଦଳରୁ ପ୍ରତିତପାବନ ମହାପାତ୍ର (ଏମ.ବି.ବି.ଏସ ଡାକ୍ତର), ଯଶୋଦା ସା (ମହିଳା ସ୍ୱାସ୍ଥ୍ୟ କର୍ମୀ), ତୁଳାରାମ ଭୋଇ (ଲାବ ଟେକ୍ନିସିଆନ୍), ସୁନିଲ କୁମାର ସିଂହ (ସୁପରଭାଇଜର) ଉପସ୍ଥିତ ଥିଲେ।

Ad..


ସ୍ଥାନୀୟ ତହସିଲ ଓ ଗ୍ରାମ ପ୍ରଶାସନ ପକ୍ଷରୁ ସରପଞ୍ଚ ଗୋଲାପୀ ମେହେର, ୱାର୍ଡ ମେମ୍ବର ଛାଇତୁ ଧରୁଆ ଓ ଗୁପ୍ତି ମାଝି, ସହିତ EFICOR ସଂସ୍ଥାର ବଞ୍ଚନ୍ଦି ପାତ୍ର (BC) ଓ ନବୀନ୍ଦ୍ର ମେହେର (CO-ORDINATOR) ମଧ୍ୟ ଉପସ୍ଥିତ ହୋଇ ସମ୍ପୂର୍ଣ୍ଣ ଶିବିରକୁ ସହଯୋଗ କରିଥିଲେ ।

ସେହିପରି C.H.O. ରୁଦ୍ର ରାଣା, MPHWF ରସ୍ମି ରେଖା ମହାନ୍ତ ଓ ମମତା ସାବୁ ମଧ୍ୟ ଶିବିରରେ ସକ୍ରିୟ ଭାବେ ଯୋଗଦେଇଥିଲେ।ବାରିଆଳି ଅଙ୍ଗନବାଡ଼ି କାର୍ୟକର୍ତ୍ତୀ ପୂର୍ଣ୍ଣିମା ଧରୁଆ, ଆଶା କର୍ମୀ ଅନିତା ନାଏକ ଓ ହେଲ୍ପର ହେମଲତା ମାଝି ଗ୍ରାମବାସୀଙ୍କ ସଚେତନତା ଓ ଯୋଗାଯୋଗରେ ମୁଖ୍ୟ ଭୂମିକା ନେଇଥିଲେ ।

ଚିକିତ୍ସା ସେବା ସମ୍ପର୍କରେ:

ଶିବିର ସମୟରେ ବୃଦ୍ଧ, ନାରୀ ଓ ଶିଶୁ ମାନଙ୍କ ପାଇଁ ସାଧାରଣ ଚିକିତ୍ସା, ରକ୍ତଚାପ ଓ ଶରୀର ତାପମାତ୍ରା ଜାଞ୍ଚ, ଡାୟାବେଟିଜ ପରୀକ୍ଷା, ଅନିମିଆ ସ୍କ୍ରିନିଂ, ଚର୍ମ ଓ ଶ୍ୱାସକାଷ୍ଠ ସମସ୍ୟାର ଚିକିତ୍ସା, ଓ ମହିଳା ସ୍ୱାସ୍ଥ୍ୟ ସଚେତନତା ଆୟୋଜିତ ହୋଇଥିଲା । ଅନେକ ରୋଗୀଙ୍କୁ ଆବଶ୍ୟକ ଔଷଧ ନିଶୁଳ୍କ ଯୋଗାଇ ଦିଆଯାଇଥିଲା ।




Edited by k.s thakur...


Post a Comment

Previous Post Next Post