ନୂଆପଡ଼ା ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ଜୟ ଢୋଲକିଆ ଓ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ...

ନୂଆପଡ଼ା ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ଜୟ ଢୋଲକିଆ ଓ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ...


ନୂଆପଡ଼ା,୧୮/୧୦ : ହଜାର ହଜାର ସମର୍ଥକଙ୍କ ସହ ଏକ ବିରାଟ ଶୋଭାଯାତ୍ରାରେ ଆସି ଦିବଂଗତ ନୂଆପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଓ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

Ad..


ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ଉକ୍ତ ଆସନ ପୂରଣ ପାଇଁ ନଭେମ୍ବର ୧୧ରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଜୟ ଢୋଲକିଆ ଖରିଆର ରୋଡସ୍ଥିତ ବାସଭବନରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ନୂଆପଡ଼ାସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥଲେ। 

       Ad..


ଏଥିପାଇଁ ଖରିଆର ରୋଡ଼ରୁ ନୂଆପଡା ପର୍ଯ୍ୟନ୍ତ ରାସ୍ତାଘାଟ ସମ୍ପୂର୍ଣ୍ଣ ଲୋକାରଣ୍ୟ ହୋଇଯାଇଥିଲା । ଶହଶହ ସଂଖ୍ୟାରେ ଗାଡି ଓ ହଜାର ହଜାର ସଂଖ୍ୟାରେ ସମର୍ଥକ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

Ad..


ନୂଆପଡା କାର୍ଯ୍ୟାଳୟରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଏବଂ ଡା. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ସେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଆଶୀର୍ବାଦ ନେଇ ଜୟ ଢୋଲକିଆ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଶାଳ ଶୋଭାଯାତ୍ରାରେ ଯାଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ନାମାଙ୍କନପତ୍ର ଦାଖିଲ କରିଛନ୍ତି । 

Ad..


ପୂର୍ବତନ ସଭାପତି ବସନ୍ତ ପଣ୍ଡା ଓ କୋମନା ବ୍ଳକର ସୋମନାଥ ଖମାରୀ ପ୍ରସ୍ତାବକ ରହିଛନ୍ତି । ୨ ସେଟ ନାମାଙ୍କନ ପତ୍ର ଦାଖଲ କରାଯାଇଛି । ନାମାଙ୍କନ ଦାଖଲ ପ୍ରକ୍ରିୟାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ମନ୍ତ୍ରୀ ରବି ନାୟକ, ମୁକେଶ ମହାଳିଙ୍ଗ ଓ ଗଣେଶ ରାମ ସିଂ ଖୁଣ୍ଟିଆ ଉପସ୍ଥିତ ଥିଲେ ।

Ad..


ଢୋଲକିଆ କହିଛନ୍ତି ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ୱର୍ଗତ ବିଧାୟକ ତଥା ବାପା ରାଜୁ ଭାଇ ଢୋଲକିଆଙ୍କ ଜନକଲ୍ୟାଣକାରୀ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ନୂଆପଡ଼ାର ବିକାଶ ପାଇଁ ଆଜି ଉପନିର୍ବାଚନରେ ପ୍ରାର୍ଥୀପତ୍ର ଦାଖଲ କରିଛି। 

     Ad..


ନୂଆପଡ଼ାବାସୀଙ୍କ ବିପୁଳ ଜନସମର୍ଥନ ମନ ଭିତରେ ଉତ୍ସାହ ବଢ଼ାଇଛି । ଆଗାମୀ ଦିନରେ ବାପା ଛାଡ଼ିଯାଇଥିବା ଅଧୁରା ସ୍ୱପ୍ନକୁ ପୂରଣ କରି ନୂଆପଡ଼ାକୁ ରାଜ୍ୟର ୧ ନମ୍ବର ଜିଲ୍ଲା ଭାବେ ଗଢ଼ି ତୋଳିବା ପାଇଁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ପ୍ରୟାସ କରିବି ।

ସେହି ପରି ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଆଜି ନାମାଙ୍କନ ଦାଖଲ କରିଛନ୍ତି ।ପିସିସି ସଭାପତି ତଥା କଂଗ୍ରେସର ବରିଷ୍ଠ ନେତାଙ୍କ ଗହଣରେ, ବିରାଟ ରାଲିରେ ଆସି ଉପଜିଲ୍ଲାପାଳ ଅଫିସରେ ନାମାଙ୍କନ ଦାଖଲ କରିଥିଲେ ଘାସିରାମ । ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ବାହାରିଥିଲା ଘାସିରାମ ମାଝୀଙ୍କ ବିରାଟ ରାଲି ।

ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ନଭେମ୍ବର ୧୧ ତାରିଖରେ ନୂଆପଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ ।୨୦୨୪ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ି ୫୦ ହଜାରରୁ ଅଧିକ ଭୋଟ ପାଇ ଦ୍ଵିତୀୟ ସ୍ଥାନରେ ଥିଲେ ଘାସିରାମ ମାଝୀ । ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କ ସହ ଘାସିରାମଙ୍କର ହିଁ କଡ଼ା ମୁକାବିଲା ହୋଇଥିଲା ।




Edited by k.s thakur...

Post a Comment

Previous Post Next Post