'ଆନଂଦ ସବକେ ଲିଏ' କାର୍ଯ୍ୟକ୍ରମ: ବାଳ ଆଶ୍ରମରେ କୁନି କୁନି ଛୁଆଙ୍କ ସହ ଦୀପାବଳୀ ପର୍ବ ପାଳନ...

'ଆନଂଦ ସବକେ ଲିଏ' କାର୍ଯ୍ୟକ୍ରମ: ବାଳ ଆଶ୍ରମରେ କୁନି କୁନି ଛୁଆଙ୍କ ସହ ଦୀପାବଳୀ ପର୍ବ ପାଳନ...


କଣ୍ଟାବାଞ୍ଜି,,୧୯/୧୦ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ମାରବାଡ଼ି ଯୁବା ମଞ୍ଚ ଏବଂ ପ୍ରଗତି ଶାଖା 'ଆନଂଦ ସବକେ ଲିଏ' କାର୍ଯ୍ୟକ୍ରମ କରିଆସୁଛି । ମଞ୍ଚର ସଭାପତି ମନୀଷ ଅଗ୍ରୱାଲଙ୍କ ନେତୃତ୍ୱରେ ଯୁବା ମୋହନ ସୋନି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। 

Ad..


ଏହି ବର୍ଷ କଣ୍ଟାବାଞ୍ଜି ବାଳ ଆଶ୍ରମରେ କୁନି କୁନି ଛୁଆଙ୍କ ସହ ମିଶି ଦୀପାବଳୀ ପର୍ବ ପାଳନ କରାଯାଇଥିଲା । କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ଉପସଭାପତି ଶିବାଜୀ ମହାନ୍ତି , ଜିଲ୍ଲା ଉପସଭାପତି ବେଦବ୍ୟାସ ନାଗ...

Ad..


ସାଂସଦ ପ୍ରତିନିଧି ରାଜେଶ ଅଗ୍ରୱାଲ, ବାଳ ଆଶ୍ରମ ପରିଚାଳନା କମିଟି ସଦସ୍ୟ ଚିନ୍ମୟ ଯୋଶୀ ପ୍ରମୁଖ ଯୁବା ମଞ୍ଚର ସଦସ୍ୟ ଓ ସଦସ୍ୟା ସହ ମିଶି ଦୀପ ଜାଳି ଦୀପାବଳୀ ପର୍ବ ପାଳନ କରିଥିଲେ । 

Ad..


ଅନ୍ୟ ପକ୍ଷରେ ସମସ୍ତ ଛୁଆଙ୍କ ପାଇଁ ଖେଳ ସାମଗ୍ରୀ, ପଢାରେ ଉପଯୋଗ ଆସୁଥିବା ଗଣିତ ବୋକ୍ସ, ପାଣି ବୋତଲ ସହ ଅନ୍ୟ ପାଠ ପଢିବା ସାମଗ୍ରୀ ମଧ୍ୟ ବଣ୍ଟନ କରାଯାଇଥିଲା ।

Ad..


କାର୍ଯ୍ୟକ୍ରମରେ ଅନ୍ୟତମ ସହ ସଂଯୋଜକ ଟୋଫି ଶର୍ମା ଏହି କାର୍ଯ୍ୟକ୍ରମ ବ୍ୟବସ୍ଥା ଦେଖିବା ସହ ବାଳ ଆଶ୍ରମ କୁନି କୁନି ଛୁଆଙ୍କ କ୍ରିକେଟ ଖେଳ ଖେଳି ସମସ୍ତ ମୁହଁରେ ହସ ଆଣିଥିଲେ ।



Edited by k.s thakur...

Post a Comment

Previous Post Next Post