ଶ୍ରୀ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜର ୨୫ ତମ ବାର୍ଷିକ ଉତ୍ସବ...

ଶ୍ରୀ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜର ୨୫ ତମ ବାର୍ଷିକ ଉତ୍ସବ...


ପାଇକମାଳ,୧୭/୧୦(ବିଜୟ କୁମାର ସାହୁ) : ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଥିବା ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ  ବ୍ରାହ୍ମଣ ସମାଜର ସସ୍କୃତି ମଣ୍ଡପ ଠାରେ ୨୬ ତମ ବାର୍ଷିକ ଉତ୍ସବ ଗୁରୁବାର ଅନୁଷ୍ଠିତ ହୋଇଯାଇଛି।

Ad..


ବୁଧବାର ସନ୍ଧ୍ୟାରେ ପାଇକମାଳ ଶିବ ମନ୍ଦିର ନିକଟରେ ପ୍ରବାହିତ ଝରଣାରୁ କଳସୀରେ ପବିତ୍ର ପାଣି ଆଣି ନୃସିଂହନାଥ ସ୍ଥିତ ସସ୍କୃତି ମଣ୍ଡପ ଠାରେ ସ୍ଥାପନା କରଯାଇଥିଲା । ଗୁରୁବାର ଗାୟତ୍ରୀ ମହାଯଜ୍ଞ ରେ କର୍ତ୍ତା ଭାବେ...

        Ad..


ମାଧବ ମୋହନ ପାଣିଗ୍ରାହୀ ଓ ସହଧର୍ମିଣୀ ବବିତା ପାଣିଗ୍ରାହୀ ଦାୟିତ୍ଵ ତୁଲାଇ ଥିବା ବେଳେ ପଣ୍ଡିତ ରଙ୍କମଣୀ ଦେବତା ପୂଜାକାର୍ଯ୍ୟ ,ହୋମ,ଆଳତି କରିଥିଲେ। ଏନେଇ ଅନୁଷ୍ଠିତ ସଭାରେ ଶ୍ରୀ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜର ସଭାପତି ଗିରିଶ ଚନ୍ଦ୍ର ନାୟକ ସଭାପତିତ୍ବ କରିଥିବା ବେଳେ...

Ad..


ଅତିଥି ଭାବେ ପଦ୍ମପୁର ସଭାପତି ଜୟନାରାୟଣ ତ୍ରିପାଠୀ , ପଶ୍ଚିମ ଓଡ଼ିଶା ବ୍ରାହ୍ମଣ ମହାସଭା ,ଉପ ସଭାପତି ସିଦ୍ଧେଶ୍ଵର ପାଣିଗ୍ରାହୀ ,ଅତାବିରା ରୁ ଦଶରଥ ଚାନ୍ଦ, ଖଣ୍ଡହତା ରୁ ମହାଦେବ ଦାଶ , ଝାରବନ୍ଧ ସଭାପତି ଝାସକେତନ ନନ୍ଦ...

Ad..


ଟେମରି ଜୋନ ସଭାପତି ରଘୁମଣି ବେହେରା  ଓ ମଣ୍ଡୋଷିଲ ଜୋନ ସଭାପତି ଗୋବର୍ଦ୍ଧନ ଦାସ ପ୍ରମୁଖ ଯୋଗ ଦେଇ ବ୍ରାହ୍ମଣ ସମାଜର ଉନ୍ନତି, ପର୍ଶୁରାମ ବାହିନୀ ଓ ଗାୟତ୍ରୀ ବାହିନୀ କିପରି ସାମାଜିକ କାମରେ ଶାନ୍ତି ଶୃଙ୍ଖଳା ଭାବେ କାମ କରିବେ...

Ad..


ସମାଜର ସଂସ୍କାର,ବ୍ରାହ୍ମଣ ଜାତିର ପୁଅ ଝିଅ ମାନେ ଉଚ୍ଚ ଶିକ୍ଷିତ ହୋଇ ସମାଜ ପାଇଁ କାମ କରିବେ, ଉଚ୍ଚ ଶିକ୍ଷିତ ପୁଅ ଝିଅ ମାନେ ଦେଶ ପାଇଁ ସେବା କରି ଜାତିର କିପରି ନାମ ରଖିବେ ଏନେଇ ଅତିଥି ମାନେ ନିଜ ନିଜ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। 

    Ad..


ଗାୟତ୍ରୀ ବାହିନୀର ସଭାନେତ୍ରୀ ବାସନ୍ତୀ ମିଶ୍ର ତାଙ୍କ ବକ୍ତବ୍ୟରେ ପ୍ରତ୍ୟେକ କ୍ଷେତ୍ରରେ ନାରୀ ମାନେ ଘରୁ ବାହାରକୁ ବାହାରି ନିଜ ଜାତି ପାଇଁ ତଥା ଦେଶ ପାଇଁ କାମ କରିଲେ ଦେଶର ଉନ୍ନତି ହେବ ବୋଲି କହିଥିଲେ। 

ସଭା ପରିଚାଳନା ସୁଶାନ୍ତ ପାଣିଗ୍ରାହୀ କରିଥିଲେ । ବିଭିନ୍ନ କାମରେ ସତ୍ୟନାରାୟଣ ଯୋଶୀ ,ମାତୃପ୍ରସାଦ ରଥ , ଶଙ୍କର ଦାଶ, ଆଲୋକ ମିଶ୍ର , ପ୍ରିତିଶ ବଡ଼ପଣ୍ଡା , ରୀଙ୍କୁ ମହାପାତ୍ର ଓ ମାନସ ରଞ୍ଜନ ନାୟକ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ପର୍ଶୁରାମ ବାହିନୀର ସଭାପତି ବୁଲୁ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।




Report : Bijay ku sahu

Edited by k.s thakur...

Post a Comment

Previous Post Next Post