ଅଞ୍ଚଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କବାଡ଼ି ପ୍ରତିଯୋଗୀତାରେ ଜୋନାଲ ଚାମ୍ପିୟନ୍...
ବରଗଡ଼,୨୬/୦୯ (ବିଜୟ କୁମାର ସାହୁ) : ଓଡି଼ଶା ସରକାର ତଥା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଭୁବନେଶ୍ୱର ଦ୍ୱାରା ଆୟୋଜିତ ଆନ୍ତଃ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କବାଡ଼ି(ବାଳକ) ପ୍ରତିଯୋଗୀତାରେ ଅଞ୍ଚଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପଦ୍ମପୁର ୮ମ ଜୋନର ଜୋନାଲ୍ ଚାମ୍ପିୟନ୍ ହୋଇଛି।
Ad..
୧୧ଗୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ନେଇ ଗଠିତ ହୋଇଥିବା ୮ମ ଜୋନର ସମସ୍ତ ମ୍ୟାଚ୍ କଣ୍ଟାବାଞ୍ଜୀ ଭୋକେସନଲ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଖେଳ ପଡିଆରେ ଖେଳାଯାଇଥିଲା ।
Ad..
ଚୂଡାନ୍ତ ମ୍ୟାଚରେ ଅଞ୍ଚଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପଲ୍ଲିଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସିନ୍ଧେକେଲାକୁ ୨୫-୦୬ ପଏଣ୍ଟରେ ପରାସ୍ତ କରି ବିଜୟୀ ହୋଇଥିଲା । ବିଜେତା ଖେଳାଳୀମାନଙ୍କୁ ଉତ୍ସାହିତ କରିବା ପାଇଁ ମହାବିଦ୍ୟାଳୟସ୍ଥ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ପ୍ରଫେସର ଖଗେଶ୍ୱର ଦାଶଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା।
Ad..
ପ୍ରଫେସର ଦାଶ ପିଲାମାନଙ୍କର ବିଜୟ ଆମ୍ଭମାନଙ୍କର ତଥା ଆମ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଗର୍ବ ଓ ଗୌରବ ବୋଲି କହିବା ସହିତ ଖେଳ ଶିକ୍ଷକ ସଦାନନ୍ଦ ସାହୁ ଏବଂ ସମସ୍ତ ଖେଳାଳୀମାନଙ୍କୁ ପ୍ରଶଂସା ତଥା...
Ad..
ଆଗାମୀ ମୁନିସିପାଲ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାଉରକେଲାରେ ହେବାକୁ ଥିବା ଜୋନ୍ ଫାଏନାଲ୍ ମ୍ୟାଚ୍ ପାଇଁ ଶୁଭକାମନା ଜଣାଇଥିଲେ। ପରିଶେଷରେ କ୍ରୀଡା ସଂସଦର ଉପସଭାପତି ଷଡ଼ାନନ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।
Report : Bijay ku sahu
Edited by k.s thakur...
Tags:
Bargarh
bargarh news
kabadi compitition
latest news
latest update
odisha daily current affairs
odisha news





