ନବାଗତ ଛାତ୍ର ଛାତ୍ରୀ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା...

ନବାଗତ ଛାତ୍ର ଛାତ୍ରୀ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା...


ବରଗଡ,୨୭/୦୯ (ବିଜୟ କୁମାର ସାହୁ) : ସ୍ଥାନୀୟ ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟରେ ନବାଗତ ଛାତ୍ର ଛାତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। 

Ad..


ଅଧ୍ୟକ୍ଷ ଡକ୍ଟର ସରୋଜ କୁମାର ଦେବତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଇତିହାସ ବିଭାଗର ମୁଖ୍ଯ  ଶ୍ରୀ ଅଶୋକ କୁମାର ବେହେରା, ରାଜନୀତି ବିଜ୍ଞାନ ବିଭାଗ ପ୍ରମୁଖ ପ୍ରଶ।ନ୍ତ କୁମାର ପଣ୍ଡା...

        Ad..


ଇଂରାଜୀ  ବିଭାଗର ଶ୍ରୀମତୀ ମାଳବୀକା ମିଶ୍ର ଓ ଶିକ୍ଷା ବିଭାଗର ପ୍ରମୁଖ ଶ୍ରୀମତୀ ସଙ୍ଗୀତା ଦାଶ ଛାତ୍ର ଛାତ୍ରୀଙ୍କୁ ସ୍ବାଗତ ଭାଷଣ ଦେଇ ଉଦ୍ବୋଧିତ   କରିଥିଲେ ।

Ad..


ନବାଗତ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ମିସ୍ ଫ୍ରେସର ଭାବେ ସୁଶ୍ରୀ ସୋନାଲୀନା ମଲ୍ଲିକ ଓ ମିଷ୍ଟର ଫ୍ରେସର ଭାବେ ଶ୍ରବଣ କୁମାର ନାଏକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Ad..


ନବାଗତ ମାନେ ଭବିଷ୍ୟତରେ ଏହି ମହାବିଦ୍ୟାଳୟ ର ନାମକୁ ଭଲ ପାଠ ପଢି  ଗୌରାବାନ୍ବିତ କରିବୁ ବୋଲି ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ।ଶ୍ରୀମତୀ ସୁଷମା ପଣ୍ଡା ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଯାଦବ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post