ପୁନେ ଠାରେ ଭେଟ୍-ଘାଟ୍ କଲ୍ଚରାଲ୍ ଆସୋସିଏସନ୍ ପକ୍ଷରୁ "ନୂଆଁଖାଇ" କାର୍ଯ୍ୟକ୍ରମ ଅନୁଷ୍ଠିତ...

ପୁନେ ଠାରେ ଭେଟ୍-ଘାଟ୍ କଲ୍ଚରାଲ୍ ଆସୋସିଏସନ୍ ପକ୍ଷରୁ  "ନୂଆଁଖାଇ" କାର୍ଯ୍ୟକ୍ରମ ଅନୁଷ୍ଠିତ...


ବରଗଡ/ପୁନେ,୨୭/୦୯ (ବିଜୟ କୁମାର ସାହୁ) : "ନୂଆଁଖାଇ" ପଶ୍ଚିମ ଓଡିଶାର ମହାନ ଗଣ ପର୍ବ  ପୁନେ ଠାରେ ଭେଟ୍-ଘାଟ୍ କଲ୍ଚରାଲ୍ ଆସୋସିଏସନ୍ ଦ୍ୱାରା ମହାଆଡମ୍ବର ର ସହିତ ଆୟୋଜନ କରାଯାଇଥିଲା। 

Ad..


ଏହି ନୂଆଁଖାଇ ଭେଟ୍ ଘାଟ୍ କାର୍ଯ୍ୟକ୍ରମ ରେ ୬୦୦ ରୁ ଅଧିକ ଲୋକ ଯୋଗ ଦେଇଥିଲେ।ଏଇ ବର୍ଷ ନୂଆଁଖାଇ ଭେଟ୍-ଘାଟ୍ ମହାରାଷ୍ଟ୍ରର ପୁନେ ସ୍ଥିତ ଅଂକୁଶରାଓ  ଲାଂଡ଼ଗେ ନାଟ୍ୟଗୃହ, ଭୋଶରୀ ଠାରେ ଅନୁଷ୍ଠିତ ହୋଇଥିଲା। 

Ad..

ମହାରାଷ୍ଟ୍ର  ପୁନେ ର  ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀ ଙ୍କ ଦ୍ଵାରା ପଞ୍ଜୀକୃତ  "ଭେଟଘାଟ କଲ୍ଚରାଲ ଏସୋସିଏସନ୍" ୨୦୦୫ ରୁ ପ୍ରତ୍ୟେକ ବର୍ଷ ଏହା ପାଳନ କରି ଆସୁଅଛି।ଏଥିରେ ମୁଖ୍ୟ ଅତିଥି ଭାବରେ  ସଂଜୀବ ପାଟଯୋଶୀ ଯୋଗ ଦେଇଥିଲେ।

    Ad..


ଏହି ବର୍ଷ କିନ୍ତୁ ନୂଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଭିନ୍ନ ଏକ ନିଆରା ରେ ଅତ୍ୟାଧୁନିକ ଆକର୍ଷଣୀୟ ହୋଇଥିଲା।ସତରେ କହିବାକୁ ଗଲେ ନୂଆଁଖାଇ ର ଅର୍ଥ ହେଲା  ନୂତନ (ନୂଆଁ) ଖାଦ୍ୟ (ଖାଇ)।

Ad..


ପ୍ରତ୍ୟେକ ବର୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି, ଅର୍ଥାତ୍ ଶ୍ରୀଗଣେଶ ଚତୁର୍ଥୀ ର ପର ଦିନ ହିଁ ଏହି ଉତ୍ସବ ପଶ୍ଚିମ ଓଡିଶାର ଘରେ ଘରେ ପାଳିତ ହୋଇଥାଏ । ନୂଆଁ ଧାନ ର ଚାଉଳ, ଶସ୍ଯ କୁ ନିଜ ନିଜ ର ଆରାଧ୍ୟ ଦେବୀ ଦେବତାଙ୍କ ଠାରେ ଅର୍ପଣ  ଲଗାଯାଇ ଥାଏ।

Ad..


ଏହି ବର୍ଷ କିନ୍ତୁ ଭିନ୍ନ ଏକ ନିଆରା ରେ ଅତ୍ୟାଧୁନିକ ଆକର୍ଷଣୀୟ ସହକାରେ ପାଳନ କରି ଥିଲା ଭେଟ୍ ଘାଟ୍ କଲ୍ଚରାଲ୍ ଆସୋସିଏସନ୍, ପୁନେ।ଏହି ଅବସରରେ ସମସ୍ତେ, ପଶ୍ଚିମ ଓଡିଶାର ପ୍ରସିଦ୍ଧ ସମ୍ବଲପୁରୀ ବସ୍ତ୍ର ପରିଧାନ କରିଥିଲେ।

Ad..


ଏହି ଉତ୍ସବ ସକାଳ ୧୦ ଟା ବେଳେ ଆରମ୍ଭ ହୋଇଥିଲା । ପ୍ରଥମେ  ମାଁ  ସମଲେଇ ଙ୍କ ପୂଜା ଅର୍ଚନା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏ ବର୍ଷ ଓଡିଶାର ପ୍ରସିଦ୍ଧ  ଲୋକନୃତ୍ୟ ଦଳ  ଦୂଲଫୂଲ କଳାପରିଷଦ, ଭୂତିଆବାହାଲ; ବରଗଡକୁ ଆମନ୍ତ୍ରଣ କରାଯାଇଥିଲା।

ଗୀତ ବାଦ୍ୟ ରେ ଖୁବ୍ ଝୁମିଥିଲେ ଦର୍ଶକ । କଳା ଓ ସଂସ୍କୃତି କୁ ପ୍ରଚାର୍ ପ୍ରସାର କରିବା ସମ୍ବଲପୁରୀ ଭୁୁଖା ଫିଲ୍ମର ସଙ୍ଗୀତ ରମେଶ ମହାନଂଦକୂଂ ସମ୍ମାନୀତ  କରାଯାଇଥିଲା  ଏହି କାର୍ଯ୍ୟକ୍ରମରେ ସକାଳ ର ଚା'ପାନ ଠୁ ଆରମ୍ଭ କରି ପଶ୍ଚିମ ଓଡିଶାର ସ୍ୱାଦିଷ୍ଟ ଖାଦ୍ୟ ଭାତ, ଡାଲି, କରଡି ଆମ୍ବିଲ, ଘାଣ୍ଟ ତରକାରୀ, ଖିରୀ, ଆରିସାପିଠା ଇତ୍ୟାଦି ଅନେକ ସୁସ୍ବାଦୁ ଖାଦ୍ଯ ଖାଇ ସମସ୍ତେ ଆନନ୍ଦ ଉଠାଇ ଥିଲେ।

ପ୍ରତ୍ୟେକ ବର୍ଷ ଠାରୁ ଏହି ବର୍ଷ କିନ୍ତୁ ଭିନ୍ନ ଏକ ଆକର୍ଷଣ ଥିଲା ମଞ୍ଚ, ସୁନ୍ଦର ଭାବରେ ସୁସଜ୍ଜିତ ହୋଇ ଦର୍ଶକମାନଙ୍କ ମନକୁ ଛୁଇଁ ଯାଇଥିଲା। ଏହି ଅବସରରେ ଭେଟ୍ ଘାଟ୍ କଲ୍ଚରାଲ୍ ଆସୋସିଏସନ୍ ର ସଭାପତି ହେମସାଗର ସାହୁ ଭବିଷ୍ୟତରେ ଏହି ଭେଟ୍ ଘାଟ୍ ମହୋତ୍ସବ କୁ କିପରି ଭାବରେ ଆଗକୁ ନିଆରା ଢଙ୍ଗରେ ପାଳିତ ହୋଇ ପାରିବ।

ସେଥିପାଇଁ ସେ ଆସୋସିଏସନ୍ ର ସମସ୍ତ ସଦସ୍ୟ ମାନଙ୍କୁ ଆହ୍ୱାନ ଓ ଧନ୍ୟବାଦ୍ ଅର୍ପଣ କରିଥିଲେ ।  ଏହି ବର୍ଷ ବି ଆସୋସିଏସନ୍ ତରଫରୁ ଭେଟ୍ ଘାଟ୍ ବାର୍ଷିକ-ପତ୍ରିକା ଉନ୍ମୋଚିତ ହୋଇଥିଲା ।

ଏହି ଅବସରରେ ପିଙ୍କି ଶର୍ମା ମଞ୍ଚ ପରିଚାଳନା ରେ ଥିବା ବେଳେ, ସଙ୍ଘ ର  ସଞ୍ଜୟ ମହାନ୍ତି, ଦିବ୍ୟକିଶୋର୍ ବକ୍ସି, ଅନୁପ ମିଶ୍ର ଓ ସମସ୍ତ ପୁୁରୁୁଷ ଏବଂ ମହିଲା ସଦସ୍ୟ ଦାୟିତ୍ଵ ତୁଲାଇଥିଲେ। ଶେଷରେ  ସଭାପତି ହେମସାଗର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।




Report : Bijay ku sahu

Edited by k.s thakur...

Post a Comment

Previous Post Next Post