ସରକାରୀ ଟଙ୍କା ହେରଫେର ମାମଲା ରେ ବନ୍ଧା ହେଲେ ତହସିଲଦାର ମଧୁସ୍ମିତା ସିଂ...

ସରକାରୀ ଟଙ୍କା ହେରଫେର ମାମଲା ରେ ବନ୍ଧା ହେଲେ ତହସିଲଦାର ମଧୁସ୍ମିତା ସିଂ...


ମୟୂରଭଞ୍ଜ,୦୨/୦୯ : ମୟୂରଭଞ୍ଜ ଜିଲ୍ଲାର ଜାମଦା ତହସିଲଦାର ମଧୁମିତା ସିଂଙ୍କୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ)। 

Ad..


୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଅଭିଯୋଗରେ ତାଙ୍କୁ ରାଜ୍ୟ ସରକାର ସରକାରୀ ଚାକିରିରୁ ନିଲମ୍ବନ କରିବା ପରେ ଆଜି ଇଓଡବ୍ଲୁ ତାଙ୍କୁ ଗରିଫ କରିଛି।

Ad..


ସୂଚନାଯୋଗ୍ୟ, ମଧୁସ୍ମିତା ସିଂ ବେଲପାହାଡ଼ରେ କାର୍ଯ୍ୟରତ ଥିବା ବେଳେ ୪ କୋଟିରୁ ଊର୍ଦ୍ଧ୍ଵ ଟଙ୍କା ହେରଫେର ନେଇ ସଙ୍ଗୀନ ଅଭିଯୋଗ ହୋଇଥିଲା। ପ୍ରଥମେ ବେଲପାହାଡ଼ ପୁଲିସ ଏକ ମାମଲା ରୁଜୁ କରି ତତ୍କାଳୀନ ଆକାଉଣ୍ଟାଣ୍ଟ ବିଭୁତି ସାହୁକୁ ଗିରଫ କରିଥିଲେ। 

Ad..


ଏହାପରେ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଥିବା ବେଳେ ଆର୍ଥିକ ଅନିୟମିତତା ଯୋଗୁଁ ଭିଜିଲାନ୍ସ କୋର୍ଟରେ ମଧୁମିତା ସିଂ ଦଣ୍ଡିତ ହେବା ପରେ ୩୦ ତାରିଖରେ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ପକ୍ଷରୁ ନିଲମ୍ବନ କରାଯାଇଥିଲା। ଏହାପରେ ଆଜି ତାଙ୍କୁ ଗିରଫ କରାଯାଇଛି।

Ad..






Edited by k.s thakur...

Post a Comment

Previous Post Next Post