ନୂତନ ଧାନ ବିକ୍ରି ପଞ୍ଜିକରଣ ରୁ ବାଦ ପଡିଥିବା ଜିଲ୍ଲାର ଚାଷି ମାନେ ଅସନ୍ତୋଷ...

ନୂତନ ଧାନ ବିକ୍ରି ପଞ୍ଜିକରଣ ରୁ ବାଦ ପଡିଥିବା ଜିଲ୍ଲାର ଚାଷି ମାନେ ଅସନ୍ତୋଷ...


ବରଗଡ଼,୦୩/୦୯(ବିଜୟ କୁମାର ସାହୁ): ନୂତନ ଧାନ ବିକ୍ରି ପଞ୍ଜିକରଣ ରୁ ବାଦ ପଡିଥିବା ଜିଲ୍ଲାର ଚାଷି ମାନେ ଅସନ୍ତୋଷ ହୋଇ ନିଜନିଜ ସୋସାଇଟି ମାନଙ୍କୁ ବନ୍ଦ କରି ଉପରସ୍ତ ଅଧିକାରୀମାନଙ୍କୁ ବଞ୍ଚିତ ଥିବା ସମସ୍ତ ଚାଷି କେମିତି ତୁରନ୍ତ ପଞ୍ଜିକରଣ ହୋଇପାତିବେ ସେଦିଗରେ ପଦକ୍ଷେପ ନେବା ପାଇଁ ଅନୁରୋଧ କରୁଛନ୍ତି। 

Ad..


ଆଜି ଆଗଲପୁର ଏବଂ ଜାମସେଟ ସୋସାଇଟି ର  ଧାନ କାର୍ଡ ତିଆରିରୁ ବଞ୍ଚିତ ହୋଇଥିବା ଶହଶହ ଚାଷି ଆଜି ଜିଲ୍ଲାପାଳ ଙ୍କୁ ଦାବିପତ୍ର ଜରିଆରେ ସମୟ ସୀମା ବୃଦ୍ଧି ଏବଂ ତୁରନ୍ତ ପଞ୍ଜିକରଣ ଦେବାପାଇଁ ଜିଲ୍ଲାପାଳ ଅଫିସ କୁ ଆସିଥିଲେ। 

        Ad..


ହେଲେ ଅଫିସ ପହଂଚିବା ପୂର୍ବରୁ ଗେଟ ସମ୍ମୁଖରେ ପୋଲିସ ଲଗାଇ ଅଟକାଇ ଦିଆଗଲା ପରେ ସଂଯୁକ୍ତ କୃଷକ ସଂଗଠନ ଉପଦେଷ୍ଟା ରମେଶ ମହାପାତ୍ର, ତପନ ମିଶ୍ର, ଟେକରାଜ ପଧାନ, ସୁଦାମ ପାତ୍ର...

Ad..


ନିରଞ୍ଜନ ପଧାନ, ସୁରେଶ ନିକେଣ୍ଟି, ରବିଶଙ୍କର ପଧାନ, ବାବ୍ରୁ ସାହୁ ଆସି ଜୋରଜବଦସ୍ତ ଭିତର କୁ ପଶିଥିଲେ ହେଲେ ପୁଣି କାର୍ଯ୍ୟାଳୟ ପାଖରେ ଥିବା ଦ୍ଵିତୀୟ ଗେଟ କୁ ପୋଲିସ ସମ୍ପୂଣ୍ଣ ବନ୍ଦ କରିଦେଇ ଥିଲେ। 

Ad..


ଫଳରେ ସଂଗଠନ ତରଫରୁ ଆଲୋଚନା ନ କରି ପୋଲିସ ର ମାତ୍ରାଧିକ ପ୍ରଯୋଗ କୁ ନିନ୍ଦା କରି ସମସ୍ତେ ଧାରଣା ରେ ବସିଥିଲେ। ଚାଷି ମାନଙ୍କ  ପଞ୍ଜିକରଣ ଏବଂ ଉତ୍କଟ ରାସାୟନିକ ସାର ର ଶୀଘ୍ର ସମାଧାନ କରିବା ପାଇଁ ଧାରଣା ଚାଲିଥିଲା। 

Ad..


ତ୍ରୁଟିପୂର୍ଣ୍ଣ ପଞ୍ଜିକରଣ ନୀତି ଏବଂ ସମ୍ବେଦନ ହୀନ ସ୍ୱାର୍ଥପର ସମ୍ପାଦକ ମାନଙ୍କ ପାଇଁ ଏତେ ପରିମାଣ ର ଚାଷି ପଞ୍ଜିକରଣ ରୁ ବାଦ ପଡ଼ିଥିବା ଗମ୍ଭୀର ଅଭିଯୋଗ କରିଛନ୍ତି। 

Ad..


ଯୋଗ୍ୟ ଚାଷୀମାନେ କାଗଜପତ୍ର ଦେଲାବେଳେ ଅନଲାଇନ ନ କରି ରଖିଦେବାପାଇଁ କହୁଥିଲେ ଏବଂ ଦଲାଲ ବା ମଧ୍ୟସ୍ଥି ମାନଙ୍କର ରେଜିଷ୍ଟେସନ ତୁରନ୍ତ କରୁଥିଲେ ସେଥିପାଇଁ ଆଗଲପୁର ସୋସାଇଟି ରେ 409 ଜଣ ଏବଂ ଜାମସେଟ ସୋସାଇଟି ରେ 300 ଜଣ  ପ୍ରକୃତ ଚାଷି ବଞ୍ଚିତ ହୋଇଛନ୍ତି। 

ଏଣୁ ଏହାର ତଦନ୍ତ କରି ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବୀ କରିଛନ୍ତି। ବଞ୍ଚିତ ଥିବା ସମସ୍ତ ଚାଷି ତୁରନ୍ତ ଧାନ ବିକ୍ରି କାର୍ଡ କରିପାରିବେ ଏବଂ ଆବଶ୍ୟକ ରାସାୟନିକ ସାର ସୁଲଭ ମୂଲ୍ୟରେ ଯୋଗାଇ ଦେବା ପାଇଁ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି। 

ଦୀର୍ଘ 4 ଘଣ୍ଟା ଧରି ଧାରଣାରେ ବସିବା ପରେ ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ ଏବଂ ଜିଲ୍ଲା ଉପ ନିବନ୍ଧକ ଯୁଗଳ ଦାସ ଆସି ସମସ୍ୟା ପ୍ରସଙ୍ଗରେ ବୁଝିଥିଲେ। ଅଗଷ୍ଟ 25 ତାରିଖ ସୁଦ୍ଧା ଯେଉଁ ଚାଷୀମାନେ...

ସୋସାଇଟି ରେ କାଗଜପତ୍ର ଦେଇଛନ୍ତି ସେହି ସମସ୍ତ ଚାଷି ପଞ୍ଜିକରଣ ର ସୁଯୋଗ ପାଇବେ ଏବଂ ଦୁଇ ତିନି ଦିନ ମଧ୍ୟରେ ଏହି ସମସ୍ୟା ର ସମାଧାନ ହୋଇଯିବ ବୋଲି ପ୍ରତିଶୃତି ଦେବା ପରେ ଧାରଣା ରୁ ଚାଷୀମାନେ ଉଠିଥିଲେ। 

ଏହି କାର୍ଯ୍ୟକ୍ରମ ରେ ଆଗଲପୁର ସୋସାଇଟି ଅଧିନସ୍ଥ ଆଗଲପୁର, ତିଳେଇମାଲ, ତିନକାନୀ, ତେଜଙ୍ଗ ପଞ୍ଚାୟତ ର ବିଶ୍ୱନାଥ ନାୟକ, ସୁଶୀଲ ମହଲା, ବଳିଷ୍ଠ ସା, ପଦ୍ମଚରଣ ବଢ଼େଇ, ସୁଦାମ ଦୀପ ଏବଂ ମାଣ୍ଡୋସିଲ ଅଂଚଳରୁ ଗିରିଶ ଡନସନା, ଦଶରଥ ବିନଣ୍ଟ, ରସୁଲ ରଙ୍ଗରାଜ, ଟୁକୁ ମହାନ୍ତି, ଟିକେଶ ବିଶ୍ୱାଳ ଙ୍କ ନେତୃତ୍ୱ ରେ ଶହଶହ ଚାଷି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।



Report : Bijay ku sahu 

Edited by k.s thakur...

Post a Comment

Previous Post Next Post