ପଦ୍ମପୁର ଓକିଲ ସଙ୍ଘ ତରଫରୁ ଉତ୍କଳ ଗୌରବ ମଧୁବାବୁ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଏବଂ ବରିଷ୍ଠ ଆଇନଜୀବି ଙ୍କୁ ସମ୍ବର୍ଦ୍ଧନା...
ବରଗଡ,୦୬/୦୯ :- ବରଗଡ଼ ଜିଲ୍ଲା ପଦ୍ମପୁର ଓକିଲ ସଂଘ କାର୍ଯ୍ୟାଳୟ ନିକଟରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ନୂତନ ପ୍ରତିମୂର୍ତ୍ତି ଉନ୍ମୋଚିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
Ad..
ଏହି ଅବସରରେ ଓକିଲ ସଙ୍ଘ ର ଅନୁରୋଧ କ୍ରମେ ଓଡ଼ିଶା ରାଜ୍ୟ ମାନବାଧିକାର କମିଶନ ଅଧ୍ୟକ୍ଷ ଜଷ୍ଟିସ ଶତ୍ରୁଘ୍ନ ପୁଝାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନିକ ଭାବରେ ମଧୂସୁଦନ ଦାସ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ କରିଥିଲେ।
Ad..
ଏହି ଅବସରର ର ଏକ ବିଶେଷ ମୁହୁର୍ତ୍ତ ଭାବରେ ଓକିଲାତି ପେସା ରେ ଜୀବନ ର ଦୀର୍ଘ ୫୦ ବର୍ଷ ଧରି ଅନବରତ ଭାବେ ସେବାକାର୍ଯ୍ୟ ତୁଲାଉଥିବା ବରିଷ୍ଠ ଆଇନଜିବୀ ରତିଶ ଚନ୍ଦ୍ର ଆଚାର୍ଯ୍ୟ, ଗୌନ୍ତିଆ କୁମାର ସାହୁ, ରାଧାବଲ୍ଲଭ ପାଣିଗ୍ରାହୀ,ପ୍ରେମରାଜ ଅଗ୍ରୱାଲ ଏବଂ ସୁରେଶ ଚନ୍ଦ୍ର ସାହୁ ଙ୍କୁ ଓକିଲ ସଙ୍ଘ ତରଫରୁ ଉପଢୌକନ, ମାନପତ୍ର ପ୍ରଦାନ କରି ସମ୍ମାନିତ କରା ଯାଇଥିଲା।
Ad..
ସ୍ବର୍ଗତଃ ରାମକୃଷ୍ଣ ଦାସ ଓ ସ୍ବର୍ଗତ ଗଜାନନ ବାରିକ ଙ୍କୁ ମଧ୍ୟ ସ୍ମୃତି ପତ୍ର ତାଙ୍କ ପରିବାରବର୍ଗଙ୍କୁ ପ୍ରଦାନ କରାଯାଇଥିଲା। ମଧୁବାବୁ ସମସ୍ତଙ୍କ ପାଇଁ ପ୍ରେରଣା ର ଉତ୍ସ, ଏବଂ ଆଗାମୀ ଦିନରେ ସମସ୍ତ ଆଇନଜୀବୀ ନିଜ ନୀତି ଆଦର୍ଶ କୁ ନ ଭୁଲି ଅନବରତ ଆଇନ ଅନୁଯାଇ...
Ad..
ନ୍ୟାୟ ପ୍ରଦାନ ଜାରି ରଖିବେ ବୋଲି ମୁଖ୍ୟ ଅତିଥି ଜଷ୍ଟିସ ଶତୃଘ୍ନ ଉଦବୋଧନ ଦେଇଥିବା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଦୌରା ଜଜ ସୂର୍ଯ୍ୟନାରାୟଣ ଦ୍ବିବେଦୀ, ଉପ- ଜିଲ୍ଲାପାଳ ସ୍ନେହା ଅରୁଗୁଳା...
Ad..
ସବ ଜଜ ସୁଶ୍ରୀ କୁମୁଦିନୀ ମୁଦୁଲି, ଏସ ଡି ଜେ ଏମ ଧୃବି ସୋଲଙ୍କି ପ୍ରମୁଖ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ସଭାପତି ରାମରତନ ପୁରୋହିତ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ଚିନ୍ମୟ କୁମାର ପଣ୍ଡା ଧନ୍ୟବାଦ ଦେଇଥିଲେ।
Ad..
କାର୍ଯ୍ୟକ୍ରମ କୁ ସଂଘ ସଦସ୍ୟ କିଶୋର କୁମାର ମେହେର ପରିଚାଳନା କରିବା ସହ ଓକିଲ ସଙ୍ଘ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
Report : Bijay ku sahu
Edited by k.s thakur...
Tags:
bar association
Bargarh
bargarh news
latest news
latest update
odisha daily current affairs
padamapur







