୨୭ରେ ଆସିବେ ପ୍ରଧାନମନ୍ତ୍ରୀ: ସଭାସ୍ଥଳରେ ପୁଲିସ ଡିଜିଙ୍କ ସମୀକ୍ଷା...

୨୭ରେ ଆସିବେ ପ୍ରଧାନମନ୍ତ୍ରୀ: ସଭାସ୍ଥଳରେ ପୁଲିସ ଡିଜିଙ୍କ ସମୀକ୍ଷା...


ଝାରସୁଗୁଡା,୨୫/୦୯ : ଆସନ୍ତା ସେପ୍ଟେମ୍ବର ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡା ଆସୁଛନ୍ତି । ଅମଲୀପାଲିସ୍ଥିତ ପଡିଆରେ ଆୟୋଜିତ ସଭାକୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବେ। 

Ad..


ତେବେ ଏହାର ଅଵ୍ୟବାହିତ ପୂର୍ବରୁ ଗୁରୁବାର ପୁଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ ସଭାସ୍ଥଳରେ ପହଞ୍ଚି ସୁରକ୍ଷା ସମ୍ବନ୍ଧୀୟ ସମୀକ୍ଷା କରିଛନ୍ତି।

         Ad..


ବିମାନ ବନ୍ଦରରୁ ନେଇ ସଭାସ୍ଥଳ ଯାଏଁ ସୁରକ୍ଷା ବ୍ୟବସ୍ଥା କିଭଳି ରହିବ, କେଉଁଠି କ୍ୟାମେରା ଲାଗିବ, କେଉଁଠି ସାଭକୁ ଆସୁଥିବା  ଲୋକଙ୍କ ଯାଞ୍ଚ୍ ହେବ ସେନେଇ ଡିଜିପି ସମୀକ୍ଷା କରିଛନ୍ତି ।

Ad..


ଏହି ସମୀକ୍ଷା ବେଳେ ଏଡିଜି ଆଇନ ଶୃଙ୍ଖଳା ସନ୍ତୋଷ ବାର୍ଲା, ଉତ୍ତରାଞ୍ଚଳ ପୁଲିସ ଆଇଜି ହିମାଂଶୁ ଲାଲ, ଝାରସୁଗୁଡା ଏସପି ଜି ଆର ରାଘବେନ୍ଦ୍ର, ବରଗଡ଼ ଏସପି ପ୍ରହଲ୍ଲାଦ ସହାୟ ମୀନା, ସୋନପୁର ଏସପି ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। 

Ad..






Edited by k.s thakur...



Post a Comment

Previous Post Next Post