ବଙ୍ଗୋମୁଣ୍ଡା ରେ ଚଉଷଠି ଯୋଗିନୀ ସାହିତ୍ୟ କଳାପରିଷଦ ପକ୍ଷରୁ ନୂଆଁଖାଇ ଭେଟଘାଟ...
ବଙ୍ଗୋମୁଣ୍ଡା,୦୮/୦୯ : କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ଅନ୍ତର୍ଗତ ବଙ୍ଗୋମୁଣ୍ଡା ସତ୍ୟ ମହିମା ଆଶ୍ରମ ଠାରେ ଚଉଷଠି ଯୁଗନୀ ସାହିତ୍ୟ କଳାପରିଷଦ ବଙ୍ଗୋମୁଣ୍ଡା ର ଷଷ୍ଠ ତମ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Ad..
ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ର ସଭାପତି ଡ଼ଃ ନାରାୟଣ ମିଶ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ଜିଲା ବିଜେପି ସଭାପତି ଶ୍ରୀବତ୍ସ ବେହେରା,ମୁଖ୍ୟବକ୍ତା ଭାବେ ମୁରିବାହାଲ କଲେଜ ର ଓଡ଼ିଆ ଅଧ୍ୟାପକ ଦିଲିପ ପଶାୟତ...
Ad..
ବିଶିଷ୍ଟ ଅତିଥି ଭାବେ ବଙ୍ଗୋମୁଣ୍ଡା ସତ୍ୟ ମହିମା ଆଶ୍ରମର ମଠାଧିସ କପିଳେନ୍ଦ୍ର ବାବା ,ବଙ୍ଗୋମୁଣ୍ଡା ସରପଞ୍ଚ ତଥା ସରପଞ୍ଚ ସଂଘ ବଙ୍ଗୋମୁଣ୍ଡା ବ୍ଲକ ସଭାପତି ଅଜିତ ଯୋଶୀ,ସମ୍ମାନିତ ବକ୍ତା ଭାବେ ଅବସରପ୍ରାପ୍ତ ଓଡ଼ିଆ ଅଧ୍ୟାପକ ବିନୟ କୁମାର ଦାସ,ସମ୍ମାନିତ ଅତିଥି କଣ୍ଟାବାଞ୍ଜି ନିର୍ଝରିଣୀ ଅନୁଷ୍ଠାନ ର ସମ୍ପାଦକ ବିରଞ୍ଚି ନାରାୟଣ ଦାସ...
Ad..
ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘ ର ସଭାପତି ରଶ୍ମିରଞ୍ଜନ ପୁଟେଲ, ଆଦିବାସୀ ନେତା ସୁରେଶ ଭୋଇ,ସମାଜସେବୀ ବିଦ୍ୟା ଜୈନ, ଅନୁଷ୍ଠାନର ସମ୍ପାଦକ ନିଗମାନନ୍ଦ ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ନୂଆଁଖାଇ ର ପରମ୍ପରା ଓ ଇତିବୃତ୍ତି ସମ୍ପର୍କରେ ଆଲୋକପାତ ପ୍ରଦାନ କରିଥିଲେ।
Ad..
ପଶ୍ଚିମ ଓଡିଶା ର କୃଷିଭିତ୍ତିକ ନୂଆଖାଇ ଭାଇଚାରା ର ପର୍ବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ।ପ୍ରାରମ୍ଭରେ ପୂଜାର୍ଚ୍ଚନା ପରେ ଅତିଥି ମାନଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।
Ad..
ଏହି କାର୍ଯ୍ୟକ୍ରମ କୁ ବଲାଙ୍ଗୀର ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘ ର ସଂଗଠନ ସମ୍ପାଦକ ତଥା ଅର୍ଗସ ନ୍ୟୁଜ କଣ୍ଟାବାଞ୍ଜି ପ୍ରତିନିଧି ହୁଲେଶ୍ୱର ହଂସ ସଂଯୋଜନା କରିଥିଲେ । ଅଞ୍ଚଳ ର ବିଶିଷ୍ଟ କଳାକାର,ସାହିତ୍ୟିକ, କବି, ସାମ୍ବାଦିକ, ଡାକ୍ତର, ରାଜନୈତିକ,ଜନପ୍ରତିନିଧି ମାନଙ୍କୁ ମାନପତ୍ର ଓ ଉପଢୌକନ କରାଯାଇଥିଲା।
Ad..
ଏହି ଅବସର ରେ ୨୦ ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ଉଲ୍ଲେଖନୀୟ ଅବଦାନ ପାଇଁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଭକ୍ତବନ୍ଧୁ ସାହୁ,ଡୁଲେଶ୍ୱର ମେହେର, ଦୀପକ ଯାଦବ, ତେଜୁରାମ ବାଗ, ଅଶୋକ ନାରାୟଣ ଭୋଇ,ହରିଦାସ ଛୁରା, ଚିଣ୍ଟୁ ପୁଟେଲ,ଶଙ୍କର ତାଣ୍ଡି, ଥମିର ଛତ୍ରିଆ ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।
ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଲୋକେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଝୁମି ଉଠୁଥିଲେ ଦର୍ଶକ।ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି ଆୟୋଜନ ହେଇଥିବାରୁ ଲୋକ ଙ୍କ ପ୍ରବଳ ଲୋକ ଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।
Edited by k.s thakur...
Tags:
bangomunda
kantabanji
latest news
latest update
nuakhai bhaet ghat
odisha daily current affairs







